Barabati Stadium
ବାରବାଟୀର ହେବ ନବ କଳେବର । ଏଥିପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଆସନ୍ତା ଜୁନ୍ ୧୨ତାରିଖରେ ଏଠାରେ ଆୟୋଜିତ ହେବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ଟି -୨୦ ମୁକାବିଲା ପୂର୍ବରୁ ସମସ୍ତ କାମକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ଓସିଏ । ମ୍ୟାଚକୁ ଦିନ ପାଖେଇ ପାଖେଇ ଆସୁଥିବା ବେଳେ ଷ୍ଟାଡ଼ିୟମ ରେ ସମସ୍ତ ପ୍ରସ୍ତୁତି ଆଗେଇ ଆଗେଇ ଚାଲିଛି ।
ତେବେ ବହୁ ଆଗରୁ ପଡିଆର ଆଉଟ ଫିଲ୍ଡ ଓ ଫ୍ଲଡ ଲାଇଟ କାମକୁ ଶେଷ କରାଯାଇଥିବା ବେଳେ ଏବେ ଷ୍ଟାଡିୟମକୁ ଏକ ନୂଆ ରୂପ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବାରବାଟୀର ନବକଳେବର ଦାୟିତ୍ୱ ଗୁଜୁରାଟ ମୋଟେରା ଠାରେ ତିଆରି ହୋଇଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଡିଜାଇନ କରିଥିବା ସଂସ୍ଥାକୁ ଦେଇଛି ଓସିଏ ।
ଏହି ନବୀକରଣ ପରେ ବିଶ୍ୱର ଅନ୍ୟ ଷ୍ଟାଡିୟମ ଗୁଡ଼ିକ ଭଳି ବାରବାଟୀ ଷ୍ଟାଡିୟମରେ ମଧ୍ୟ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହୋଇପାରିବ । ଏଥିରେ ସୁରକ୍ଷା ପ୍ରତି ସବୁଠାରୁ ଅଧିକ ଧ୍ୟାନ ଦିଆଯିବ । ଖାସ କରି ଷ୍ଟାଡିୟମରେ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ କାର୍ଯ୍ୟକ୍ଷମ କରାଯାଇପାରିବ ବୋଲି କହିଛନ୍ତି ଓସିଏ ସମ୍ପାଦକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652929161.jpg)