Advertisment

ମୁମ୍ବାଇ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଚେନ୍ନାଇକୁ ବଡ଼ ଝଟକା; ଆଇପିଏଲ୍‌ରୁ ଜାଡେଜା ଆଉଟ୍‌

ଚଳିତ ଆଇପିଏଲରେ ବିଜୟ ପାଇଁ ସଂଘର୍ଷ କରୁଥିବା ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବେ ଆହତ ସମସ୍ୟା ଯୋଗୁ ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି। ଆସନ୍ତାକାଲି ଦଳ ଚୀର ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହା ପୂର୍ବରୁ ହିଁ ଜାଡେଜା ଆଇପିଏଲରୁ ଆଉଟ ହୋଇଛନ୍ତି।

Jadeja Ruled Out

Jadeja Ruled Out

Advertisment

ଚେନ୍ନାଇ ସୁପରକିଙ୍ଗ୍ସକୁ ଲାଗିଲା ବଡ଼ ଝଟକା । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ହିଁ ସିଏସ୍‌କେର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ କାରଣରୁ ଆଇପିଏଲ୍‌ ୨୦୨୨ ର ବାକି ମ୍ୟାଚ୍‌ରୁ ବାଦ ପଡିଛନ୍ତି । ୧୨ ତାରିଖରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସକୁ ସାମ୍ନା କରିବ । ଆଇପିଏଲର ଚଳିତ ସିଜିନ୍‌ରେ ଜାଡେଜା ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ସବୁଥିରେ ଖରାପ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି ।

Advertisment

ଜାଡେଜାଙ୍କ ବାଦ ପଡ଼ିବା ସୂଚନା ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କାଶୀ ବିଶ୍ୱନାଥନ ସ୍ପଷ୍ଟ କରିଛନ୍ତି । ଆଇପିଏଲର ୧୫ ତମ ସିଜିନ ଆରମ୍ଭରେ ଜାଡେଜାଙ୍କୁ ଚେନ୍ନାଇ ଅଧିନାୟକ ଭାବରେ ଘୋଷଣା କରିଥିଲା । ଜାଡେଜାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଅନେକ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ପରେ ଜାଡେଜା କିନ୍ତୁ ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିଦେଇଥିଲେ ।

ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ କହିଛନ୍ତି, “ଜାଡେଜାଙ୍କ ଛାତି ପାଖରେ ଆହତ ସମସ୍ୟା ରହିଛି। ଏହି କାରଣରୁ ମେଡିକାଲ ଟିମ୍‌ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ସେ ଆଇପିଏଲ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି।” ଆହତ ସମସ୍ୟା ଯୋଗୁ ଜାଡେଜା ରବିବାର ଦିଲ୍ଲୀ ବିପକ୍ଷ ମୁକାବିଲାରେ ମଧ୍ୟ ଖେଳି ନଥିଲେ। ସୂଚନାନୁଯାୟୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ କ୍ୟାଚ୍ ଧରିଲା ବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା।

Advertisment
IPL 2022 Jadeja Ruled Out
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ