Advertisment

ଲକ୍ଷ୍ନୌ-ହାଇଦ୍ରାବାଦ୍‌ ମ୍ୟାଚ୍‌ରେ କୋହଲି..କୋହଲି..ନାରା, ହେଲେ କାହିଁକି ?

ଏବେବି ଥମିନି ବିରାଟ-ଗମ୍ଭୀର ବିବାଦ । ପଡ଼ିଆରେ ଦୁହିଁଙ୍କ ମଧ୍ୟରେ ତୁତୁ ମେଁ ମେଁ ଚାଲିଥିବା ବେଳେ ବିରାଟଙ୍କ ଫ୍ୟାନ୍ସ ମଧ୍ୟ ଗମ୍ଭୀରଙ୍କୁ ଚିଡ଼ାଇବାକୁ ପଛାଇ ନାହାନ୍ତି ।

IPL 2023

IPL 2023

Advertisment

ଶନିବାର ଆଇପିଏଲ୍‌ ମ୍ୟାଚ୍‌ରେ ହାଇଭୋଲଟେଜ୍‌ ହଙ୍ଗାମା । ହାଇଦ୍ରାବାଦ୍‌ରେ ମ୍ୟାଚ୍‌ ଚାଲିଥିବା ବେଳେ ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ ଜଗ୍‌ଆଉଟ୍‌କୁ ଜିନିଷ ଫୋପାଡ଼ିଲେ ଦର୍ଶକ । ଏନେଇ ମ୍ୟାଚ୍‌କୁ ଅଧଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା । ଅମ୍ପାୟାର ନୋ ବଲ୍‌ ନଦେବା ନେଇ ଦର୍ଶକ ଚିହିଁକି ଉଠିଥିବାର କୁହାଯାଉଛି । ଆଶ୍ଚର୍ଯ୍ୟର କଥା ହେଲା ହାଇଦ୍ରାବାଦ୍‌ରେ ଲକ୍ଷ୍ନୌ ଓ ହାଇଦ୍ରାବାଦ୍‌ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥିଲେ ମଧ୍ୟ ଗ୍ୟାଲେରୀରୁ କୋହଲି କୋହଲି ଧ୍ୱନି ଶୁଣିବାକୁ ମିଳିଥିଲା । ଫ୍ୟାନ୍ସ କାହିଁକି ଏମିତି ଚିଲାଇଲେ, ଜାଣନ୍ତୁ..

Advertisment

ଏବେବି ଥମିନି ବିରାଟ-ଗମ୍ଭୀର ବିବାଦ । ପଡ଼ିଆରେ ଦୁହିଁଙ୍କ ମଧ୍ୟରେ ତୁତୁ ମେଁ ମେଁ ଚାଲିଥିବା ବେଳେ ବିରାଟଙ୍କ ଫ୍ୟାନ୍ସ ମଧ୍ୟ ଗମ୍ଭୀରଙ୍କୁ ଚିଡ଼ାଇବାକୁ ପଛାଇ ନାହାନ୍ତି । ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ର ମେଣ୍ଟର ଗୌତମ ଗମ୍ଭୀର ଓ ନବୀନ ଉଲ୍‌ ହକ୍‌ଙ୍କୁ ଦେଖି ଗ୍ୟାଲେରୀରେ ଦର୍ଶକ କୋହଲି..କୋହଲି.. ଚିଲାଇବାକୁ ଲାଗିଲେ । ନିକଟରେ ଏକ ମ୍ୟାଚ୍‌ରେ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ କଳି ହେଉଥିବାର ଦେଖିବାକୁ ମିଳିଥିଲା ।

Advertisment

ନିକଟରେ ଲକ୍ଷ୍ନୌ ଓ ଆରସିବିର ଏକ ମ୍ୟାଚ୍‌ରେ ବ୍ୟାଟିଂ କରିବା ପାଇଁ କ୍ରିଜରେ ଥିଲେ ଅମିତ ମିଶ୍ରା ଓ ନବୀନ ଉଲ ହକ । ମ୍ୟାଚ ଶେଷ ହେବାକୁ ଥିବା ବେଳେ ୧୬/୧୭ ଓଭର ମଝିରେ କୌଣସି କଥାକୁ ନେଇ ନବୀନ ଓ କୋହଲିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଅମିତ ମିଶ୍ରା ସେମାନଙ୍କୁ ବୁଝାସୁଝା କରିବାକୁ ଆସିଥିଲେ । ତେବେ ବୁଝାସୁଝା କଲା ଭିତରେ କୋହଲିଙ୍କ ସହିତ ତାଙ୍କର ବି ଯୁକ୍ତି ତର୍କ ହୋଇଥିଲା। ଅମ୍ପାୟାର ସେମାନଙ୍କୁ ସେଥିରୁ ନିବୃତ୍ତ କରିଥିଲେ। ତେବେ ଏହି ଘଟଣା ସେଇଠି ଶେଷ ହୋଇନଥିଲା।

ମ୍ୟାଚ୍ ଶେଷ ହେବା ପରେ ଯେତେବେଳେ ଦୁଇ ପକ୍ଷ ପରସ୍ପର ସହ ହାତ ମିଳାଉ ଥିଲେ ସେତେବେଳେ ନବୀନ ଉଲ ହକ ଓ କୋହଲିଙ୍କ ମଧ୍ୟରେ କିଛି ଉତ୍ତେଜନାପୂର୍ଣ୍ଣ କଥାବାର୍ତ୍ତା ହୋଇଥିଲା । କୋହଲିଙ୍କ ହାତକୁ ନବୀନ ଠେଲି ଦେଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ଓପନିଂ ବ୍ୟାଟର କାଇଲ ମିୟର୍ସ ବିରାଟ କୋହଲିଙ୍କ ପାଖକୁ ଆସି କିଛି କହୁଥିଲେ। ସେତିକିବେଳେ ଗୌତମ ଗମ୍ଭୀର ଆସି କାଇଲଙ୍କୁ ସେଠାରୁ ନେଇ ଯାଇଥିଲେ । ଏହି ସମୟ ଅନ୍ୟ ଖେଳାଳିଙ୍କ ସହ ସେଠାରେ ପହଞ୍ଚିଥିବା ଅଧିନାୟକ କେଏଲ ରାହୁଲ ସ୍ଥିତିକୁ ଶାନ୍ତ କରିବାକୁ ପ୍ରୟାସ କରିବାକୁ ଚାହିଁଥିଲେ। କିନ୍ତୁ ହଠାତ ଗୌତମ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଗଲା। କେଏଲ ରାହୁଲ, ଅମିତ ମିଶ୍ରା ଓ ଉପସ୍ଥିତ ଅନ୍ୟ ଖେଳାଳିମାନେ ସେମାନଙ୍କୁ ସେଥିରୁ ନିବୃତ୍ତ କରି ଦୂରେଇ ନେଇଥିଲେ।

Advertisment
Virat Kohli Gautam Gambhir Sunrisers Hyderabad LSG IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ