Advertisment

ରାସ୍ତାରେ କ୍ରିକେଟରଙ୍କ ପତ୍ନୀଙ୍କୁ ହଇରାଣ, ବାଇକ୍‌ରେ ଆସି ପିଛା କଲେ ୨ ଯୁବକ

ମହଙ୍ଗା ପଡ଼ିଲା କ୍ରିକେଟରଙ୍କ ପତ୍ନୀଙ୍କୁ ହଇରାଣ କରିବା ସହ କାର୍‌ର ପିଛା କରିବା। ଏହି ଘଟଣାରେ ପୋଲିସ୍‌ ୨ ଯୁବକଙ୍କୁ ଗିରଫ କରିଛି। ଦିଲ୍ଲୀରେ ଯୁବକ ଦ୍ୱୟ କ୍ରିକେଟର ନୀତିଶ ରାଣାଙ୍କ ପତ୍ନୀ ସାଚି ମାର୍‌ୱାଙ୍କୁ ବିନା କାରଣରେ ହଇରାଣ କରିବା ସହ ତାଙ୍କ ପିଛା କରିଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
Cricketer's Wife Stalked, Harassed In Delhi

Cricketer's Wife Stalked, Harassed In Delhi

Advertisment

ମହଙ୍ଗା ପଡ଼ିଲା କ୍ରିକେଟରଙ୍କ ପତ୍ନୀଙ୍କୁ ହଇରାଣ କରିବା ସହ କାର୍‌ର ପିଛା କରିବା। ଏହି ଘଟଣାରେ ପୋଲିସ୍‌ ୨ ଯୁବକଙ୍କୁ ଗିରଫ କରିଛି। ଶୁକ୍ରବାର ଦିନ ଦିଲ୍ଲୀରେ ଯୁବକ ଦ୍ୱୟ କ୍ରିକେଟର ନୀତିଶ ରାଣାଙ୍କ ପତ୍ନୀ ସାଚି ମାର୍‌ୱାଙ୍କୁ ବିନା କାରଣରେ ହଇରାଣ କରିବା ସହ ତାଙ୍କ ପିଛା କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ପୋଲିସ୍‌ ସୂଚନା ଅନୁସାରେ, କ୍ରିକେଟର ନୀତିଶଙ୍କ ପତ୍ନୀ ସାଚି ଦିଲ୍ଲୀର କୀର୍ତ୍ତି ନଗରରୁ କାମ ସାରି ଘରକୁ ଫେରୁଥିବା ବେଳେ ୨ ଜଣ ଯୁବକ ବାଇକ୍‌ରେ ତାଙ୍କ କାର୍‌ର ପିଛା କରିଥିଲେ। ଏପରିକି ତାଙ୍କୁ ହଇରାଣ କରିବାକୁ ଯାଇ ଯୁବକ ଦ୍ୱୟ ବାଇକ୍‌ରେ କାର୍‌କୁ ଧକ୍କା ମଧ୍ୟ ଦେଇଥିଲେ। ତେବେ ସାଚି ଫୋନ୍‌ରେ ଏହିସବୁ ଦୃଶ୍ୟ କଏଦ କରି ନିଜ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଏହାସହ ଏନେଇ ସେ ପୋଲିସ୍‌ରେ ଅଭିଯୋଗ ମଧ୍ୟ କରିଥିଲେ। 

Advertisment

ଅଭିଯୋଗ ଆଧାରରେ ପୋଲିସ୍‌ ସିସିଟିଭି ଫୁଟେଜ ଯାଞ୍ଚ ସହ ଯୁବକଙ୍କୁ ଚିହ୍ନଟ କରିଥିଲା। ଯୁବକ ଦ୍ୱୟ ହେଲେ- ଚୈତନ୍ୟ ଶିବମ୍‌ ଓ ବିବେକ। ପୋଲିସ୍‌ ଉଭୟଙ୍କୁ ସେମାନଙ୍କ ଘରୁ ଗିରଫ କରିଛି। ସାଚି ଆହୁରି ଅଭିଯୋଗ ଆଣିଛନ୍ତି ଯେ, ପ୍ରାରମ୍ଭରେ ଦିଲ୍ଲୀ ପୋଲିସ୍‌ ଏସମ୍ପର୍କିତ ମାମଲା ରୁଜୁ କରିବା ପାଇଁ ମନା କରି ଦେଇଥିଲେ ଓ ଏସବୁକୁ ଭୁଲି ଯିବା ପାଇଁ କହିଥିଲେ। ଯେହେତୁ ସାଚି ସୁରକ୍ଷିତ ଘରେ ପହଞ୍ଚି ସାରିଥିଲେ, ତେଣୁ ପୋଲିସ୍‌ ତାଙ୍କୁ ଏକଥା କହିଥିଲା।

Advertisment

ସୂଚନାଥାଉ କି, ପେଶାରେ ସାଚି ଆର୍କିଟେକ୍‌ଚ୍ୟୁରାଲ୍‌ ଡିଜାଇନର। ସେ ଆଇପିଏଲ୍‌ର କୋଲକାତା ନାଇଟ୍‌ ରାଇଡର୍ସ(KKR) ଟିମ୍‌ର କ୍ୟାପଟେନ୍‌ ନୀତିଶ ରାଣାଙ୍କୁ ବିବାହ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ