Advertisment

ପାକିସ୍ତାନକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

ମହିଳା କ୍ରିକେଟ ବିଶ୍ୱକପ୍‌ରେ ପାକିସ୍ତାନକୁ ପରାସ୍ତ କଲା ଭାରତ । ୧୦୭ ରନ୍‌ର ବିରାଟ ବ୍ୟବଧାନରେ ଭାରତ ବିଜୟୀ ହୋଇଛି ।

womens world cup

womens world cup

Advertisment

ମହିଳା କ୍ରିକେଟ ବିଶ୍ୱକପ୍‌ରେ ପାକିସ୍ତାନକୁ ପରାସ୍ତ କଲା ଭାରତ । ୧୦୭ ରନ୍‌ର ବିରାଟ ବ୍ୟବଧାନରେ ଭାରତ ବିଜୟୀ ହୋଇଛି । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍ ନିର୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୪୪ ରନ୍ କରିଥିଲା । ସ୍ମୃତି ମାନ୍ଧାନା ୫୨, ପୂଜା ବତ୍ରାକର ୬୭, ସ୍ନେହ ରାଣା ନଟ୍ଆଉଟ୍ ୫୩ ରନ୍ କରିଥିଲେ ।

Advertisment

୨୪୫ ରନ୍ ବିଜୟ ଲକ୍ଷ୍ୟର ପିଛା କରି ପାକିସ୍ତାନ ମାତ୍ର ୧୩୭ ରନ୍ କରି ଅଲ୍ଆଉଟ ହୋଇଛି । ରାଜେଶ୍ୱରୀ ଗାଏଡୱାର୍ଡ ୪ଟି ୱିକେଟ ନେଇଛନ୍ତି । ଆଜିର ବିଜୟ ସହିତ ଭାରତୀୟ ମହିଳା ଟିମ୍ ପାକିସ୍ତାନ ବିରୋଧରେ ୧୧ଟି ମ୍ୟାଚ ଖେଳି ପୁରା ୧୧ଟିରେ ବିଜୟୀ ହୋଇଛି ।

ପାକିସ୍ତାନ ଦଳ ପ୍ରଥମ ୧୦ ଓଭରରେ ଗୋଟିଏ ୱିକେଟ୍ ହରାଇ ନଥିଲା। ସିଡ୍ରା ଅମିନ ଏବଂ ଜାଭେରିଆ ଖାନ ପ୍ରଥମ ୱିକେଟ୍ ପାଇଁ ୨୮ ରନ୍ ଯୋଡିଥିଲେ। ରାଜେଶ୍ୱରୀ ଏକାଦଶ ଓଭରରେ ଜାଭେରିଆଙ୍କୁ ଆଉଟ୍‌ କରି ଭାରତୀୟ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ପାକିସ୍ତାନ ଦଳ ଧରାସାୟୀ ହୋଇପଡ଼ିଲା ଏବଂ ସ୍କୋର ୩ ୱିକେଟ୍ ପାଇଁ ୫୮ ଏବଂ ପରେ ୫ ୱିକେଟ୍ ପାଇଁ ୭୦ ହୋଇଗଲା।

Advertisment
Cricket Women's World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ