Advertisment

ରେକର୍ଡ କଲେ ଏଜାଜ୍ ପଟେଲ୍ ! ୧୧୯ ରନ୍ ବିନିମୟରେ ଭାରତର ସମସ୍ତ ୧୦ ୱିକେଟ ନେଲେ

ନ୍ୟୁଜିଲ୍ୟାଣ୍ତର ବାମହାତୀ ସ୍ପିନ ବୋଲର ଏଜାଜ ପଟେଲ ରେକର୍ଡ କରିଛନ୍ତି। ସେ ଗୋଟିଏ ଇନିଂସ୍‌ରେ ସମସ୍ତ ୧୦ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିଛନ୍ତି।

Ajaz Patel

Ajaz Patel

Advertisment

ନୂଆଦିଲ୍ଲୀ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ମୁମ୍ବାଇ ଟେଷ୍ଟ ମ୍ୟାଚରେ ଇତିହାସ ସୃଷ୍ଟି ହୋଇଛି । ନ୍ୟୁଜିଲ୍ୟାଣ୍ଡର ଏଜାଜ୍ ପଟେଲ ଭାରତର ୧୦ ୱିକେଟ୍ ନେଇଛନ୍ତି । ସେ ବିଶ୍ୱର ତୃତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ପରଫେକ୍ଟ ଟେନ୍‌ ଅର୍ଥାତ ଗୋଟିଏ ଇନିଂସ୍‌ରେ ସମସ୍ତ ୧୦ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିଛନ୍ତି । ଏହା ସହିତ ସେ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କ ରେକର୍ଡ ସହ ସମାନ ହୋଇ ପାରିଛନ୍ତି । ମୁମ୍ବାଇ ଟେଷ୍ଟର ପ୍ରଥମ ଇନିଂସରେ ଏଜାଜ ପଟେଲ ଟିମ୍ ଇଣ୍ଡିଆର ସମସ୍ତ ଦଶ ଜଣ ବ୍ୟାଟ୍ସମ୍ୟାନଙ୍କ ୱିକେଟ୍ ନେଇଛନ୍ତି ।

Advertisment

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆା ୩୨୫ରନରେ ଅଲ୍ ଆଉଟ ହୋଇଛି । ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ ସର୍ବାଧିକ ୧୫୦ ରନ୍‌ କରିଥିବା ବେଳେ ଅକ୍ଷର ପଟେଲ ୫୨ ରନ୍‌ ଇନିଂସ୍‌ ଖେଳିଛନ୍ତି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ବୋଲର ଏଜାଜ୍ ପଟେଲ ୧୦ଟି ଉଇକେଟ ଅକ୍ତିଆର କରି ଏକ ରେକର୍ଡ କରିଛନ୍ତି ।

ଭାରତୀୟ ବଂଶୋଦ୍ଭବ ବୋଲର ଏଜାଜ୍ ପଟେଲ ଆଠବର୍ଷ ବୟସରୁ ନ୍ୟୁଜିଲାଣ୍ଡରେ ରହୁଛନ୍ତି । ୧୯୯୬ରୁ ତାଙ୍କ ବାପା ମା’ ଭାରତ ଛାଡ଼ି ନ୍ୟୁଜିଲ୍ୟାଣ୍ଡ ଚାଲି ଯାଇଥିଲେ। ସେବେଠାରୁ ଏଜାଜ ସେହିଠାରେ ହିଁ କ୍ରିକେଟ ଖେଳୁଛନ୍ତି । ଏଜାଜ୍ ଏକାକୀ ଭାରତର ସମସ୍ତ ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଇଥିଲେ । ଏଜାଜ୍ ୧୧୯ରନ ଦେଇ ୧୦ଟି ଉଇକେଟ ଅକ୍ତିଆର କରିଛନ୍ତି ।

Advertisment

ଗତକାଲି ସେ ୪ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିଥିବା ବେଳେ ଆଜି ବାକି ୬ ଜଣଙ୍କ ୱିକେଟ ହାସଲ କରିଛନ୍ତି । ସେ ତୃତୀୟ ବୋଲର ଭାବେ ଗୋଟିଏ ଇନିଂସରେ ୧୦ଟି ଉଇକେଟ ପାଇଛନ୍ତି । ଏହାପୂର୍ବରୁ ଜିମ୍ ଲେକର ଓ ଭାରତର ଅନିଲ କୁମ୍ବଲେ ୧୦ଟି ଲେଖାଏଁ ଉଇକେଟ ନେଇଥିଲେ ।

ଜିମ୍ ଲେକେର ଅଷ୍ଟ୍ରେଲିଆ ବିପକ୍ଷରେ ୧୯୫୬ ମସିହାରେ ୧୦ ୱିକେଟ ହାସଲ କରିଥିଲେ । ଓଲ୍ଡ ଟ୍ରାଫୋର୍ଡରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ସେ ମାତ୍ର ୫୩ ରନ୍‌ ବ୍ୟୟର ପରଫେକ୍ଟ ଟେନ୍‌ ହାସଲ କରିଥିଲେ। କୁମ୍ବଲେ ମଧ୍ୟ ମାତ୍ର ୨୬.୩ ଓଭର୍‌ରେ ୭୪ ରନ୍‌ ବ୍ୟୟ କରି ଏହି ସଫଳତା ହାସଲ କରିଥିଲେ।

Advertisment
Ajaz Patel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ