Advertisment

ଶ୍ରେୟସ୍‌ଙ୍କ ଆଇପିଏଲ୍‌ରେ ନୂଆ ଇନିଂସ: କିଙ୍ଗ୍ ଖାନଙ୍କ ଟିମ୍‌ର ନୂଆ କ୍ୟାପଟେନ୍

ଶ୍ରେୟସ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅଧିନାୟକତ୍ୱ କରୁଥିବା ବେଳେ ଦିଲ୍ଲୀ ଟିମ୍‌କୁ ୨୦୨୦ ରେ ଫାଇନାଲ ପର୍ଯ୍ୟନ୍ତ ନେଇଥିବାର୍ ଦେଖ୍ଇବାକୁ ମିଳିଥିଲା । କିନ୍ତୁ ଏହି ମେଗା ଅକ୍ସନରେ ଦିଲ୍ଲୀ ପକ୍ଷରୁ ଶ୍ରେୟସଙ୍କୁ ନିଜ ଟିମ୍‌ରେ ସାମିଲ କରିବା ନେଇ ଆଗ୍ରହ ଦେଖିବାକୁ ମିଳିନଥିଲା ।

ଅଦ୍ୟତନ ହୋଇଛି
Shreyas Iyer

Shreyas Iyer

Advertisment

ରୋମାଞ୍ଚକ ହେଲା ୨୦୨୨ ଆଇପିଏଲ୍‌ ମେଗା ଅକ୍ସନ୍ । ଫ୍ରାଞ୍ଚାଇଜ୍‌ଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଶୀତଳ ଯୁଦ୍ଧ। ପୂର୍ବରୁ ରଣନୀତି କରି ଆସିଥିବା ସମସ୍ତ ଫ୍ରାଞ୍ଚାଇଜ୍ ନିଜ ପସନ୍ଦର ଖେଳାଳିଙ୍କୁ ନିଜ ଟିମ୍‌ରେ ସାମିଲ କରିବା ପାଇଁ ପଇସାର ସୁଅ ଛୁଟାଇଥିବାର ଦେଖିବାକୁ ମିଳିଥିଲା । ଭାରତର ଟପ୍ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଅୟର୍‌ଙ୍କ ପାଇଁ ମଧ୍ୟ ଜୋରଦାର ବିଡିଂ ଦେଖିବାକୁ ମିଳିଥିଲା। ଶେଷରେ କୋଲକାତା ନାଇଟ୍ ରାଇଡର୍ସ ୧୨.୨୫ କୋଟିରେ ଶ୍ରେୟସଙ୍କୁ ନିଜ ଟିମ୍‌ରେ ସାମିଲ କରିଥିଲା ।

Advertisment

ଶ୍ରେୟସ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅଧିନାୟକତ୍ୱ କରୁଥିବା ବେଳେ ଦିଲ୍ଲୀ ଟିମ୍‌କୁ ୨୦୨୦ ରେ ଫାଇନାଲ ପର୍ଯ୍ୟନ୍ତ ନେଇଥିବାର୍ ଦେଖ୍ଇବାକୁ ମିଳିଥିଲା । କିନ୍ତୁ ଏହି ମେଗା ଅକ୍ସନରେ ଦିଲ୍ଲୀ ପକ୍ଷରୁ ଶ୍ରେୟସଙ୍କୁ ନିଜ ଟିମ୍‌ରେ ସାମିଲ କରିବା ନେଇ ଆଗ୍ରହ ଦେଖିବାକୁ ମିଳିନଥିଲା । ୨୦୧୫ ରେ ଶ୍ରେୟସ ପ୍ରଥମଥର ପାଇଁ ଆଇପିଏଲ ମଇଦାନକୁ ଓହ୍ଲାଇଥିଲେ ।

Advertisment

କେକେଆର୍ ଶ୍ରେୟସଙ୍କୁ ଟିମ୍‌ରେ ସାମିଲ କରିବା ସହ ଏକ ବଡ ଘୋଷଣା ମଧ୍ୟ କରିଛି । ଆଇପିଏଲ୍‌ର ଆଗାମୀ ସଂସ୍କରଣରେ ଶ୍ରେୟସ୍‌ କେକେଆର୍ ପାଇଁ କ୍ୟାପ୍ଟେନସିପ୍ କରିବେ ବୋଲି ଟିମ୍ ପକ୍ଷରୁ ଏନେଇ ଟ୍ୱିଟ୍ କରାଯାଇଛି। ଗତ ଆଇପିଏଲ ସଂସ୍କରଣରେ ଇଂଲିଶ ବ୍ୟାଟ୍ସମ୍ୟାନ ଇଅନ ମୋର୍ଗାନ କେକେଆରର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ନେତୃତ୍ୱରେ କେକେଆର ଫାଇନାଲ ମଧ୍ୟ ଖେଳିଥିଲା। ହେଲେ ମେଗା ନିଲାମ ପୂର୍ବରୁ କେକେଆର ତାଙ୍କୁ ରିଲିଜ୍‌ କରି ଦେଇଥିଲା। ଏପରି କି ନିଲାମ ବେଳେ ତାଙ୍କ ପାଇଁ ବୋଲି ମଧ୍ୟ ଲଗାଇ ନଥିଲା।

Advertisment

ତେବେ ଗତକାଲି ଶ୍ରେୟସ ମଧ୍ୟ କେକେଆର୍ ଜର୍ସି ପିନ୍ଧି ଫଟୋ ସେୟାର କରିଥିବାର ଦେଖିବାକୁ ମିଳିଥିଲା । ଏହା ଏବେ ସୋସିଆଲ୍ ମିଡିଆରେ ବେସ୍ ଭାଇରାଲ ହେଉଛି। ତେବେ ଶ୍ରେୟସ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପ୍ଟେନସିପ୍‌ ଦାୟିତ୍ୱ ନେଇ ଫାଇନାଲ ପହଞ୍ଚାଇଥିବାରୁ କେକେଆର୍ ଟିମ୍‌ର ଅୟର୍‌ଙ୍କ ଉପରେ ବେସ୍‌ ଆଶା ଭରସା ରହିଛି।

IPL 2022 Shreyas Iyer Became KKR Captain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ