India Champion
ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ୍ ଦଳ । ଶ୍ରୀଲଙ୍କାକୁ ମାତ ଦେଇ ସପ୍ତମଥର ପାଇଁ ଏସିଆ କପ୍ ଟାଇଟଲ୍ ହାସଲ କରିଛି ଟିମ୍ ଇଣ୍ତିଆ । ଫାଇଲାଲ୍ରେ ଶ୍ରୀଲଙ୍କାକୁ ୮ ୱିକେଟ୍ରେ ପରାସ୍ତ କରିଛି । ବାଂଲାଦେଶରେ ଏସିଆ କପ୍ ଅଷ୍ଟମ ସିଜିନ୍ ଖେଳାଯାଇଥିଲା । ୮ଟି ସିଜିନ୍ ମଧ୍ୟରୁ ଭାରତ ୭ଥର ଚାମ୍ପିଅନ ହୋଇ ଇତିହାସ ରଚିଛି । କ୍ୟାପ୍ଟେନ୍ ହରମନ୍ପ୍ରିତ କୋର୍ଙ୍କ ଅଧିନରେ ଟିମ୍ ଏହି ଟାଇଟଲ୍ ହାସଲ କରିଛି ।
ଫାଇନାଲରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତୀୟ ବୋଲର୍ଙ୍କୁ ସାମ୍ନା କରିପାରିନଥିଲେ । ବ୍ୟାଟିଂରେ ବିପର୍ଯ୍ୟୟ ଘଟି ୯ ୱିକେଟ୍ ହରାଇ ମୋଟ ୬୫ ରନ୍ରେ ସୀମିତ ରହିଥିଲା ସିଂହଳୀ ଦଳ । ତେବେ ଦ୍ୱିତୀୟ ଇନିଂସରେ ମାତ୍ର ୮.୩ ଓଭର୍ରେ ୨ ୱିକେଟ୍ ହରାଇ ଟିମ୍ ଇଣ୍ତିଆ ଏହି ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ସ୍ମୃତି ମନ୍ଦନା ସର୍ବାଧିକ ୫୧ ରନ୍ କରିଥିଲେ । ରୋମାଞ୍ଚକ କଥା ହେଲା ସ୍ମୃତି ଛକା ମାରି ମ୍ୟାଚ୍କୁ ଜିତାଇଥିଲେ ।
ସୂଚନାଥାଉକି, ଏସିଆ କପ୍ ମୋଟ ୮ ଥର ଆୟୋଜନ ହୋଇଛି । ସେଥିମଧ୍ୟରୁ ୪ଥର ୱାନଡେ ଓ ୩ଥର ଟି-ଟ୍ୱେଣ୍ଟି ଫର୍ମାଟରେ ମ୍ୟାଚ୍ ଖେଳାଯାଇଛି । ଯେଉଁଥିରୁ ଭାରତ ୭ଥର ଟାଇଟଲ୍ ଜିତିଛି । ପୂର୍ବ ସିଜିନ୍ରେ ଟିମ୍ ଇଣ୍ତିଆ ଫାଇଲାଲ୍ରେ ବାଂଲାଦେଶଠୁ ପରାସ୍ତ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665832009.jpg)