Advertisment

ଟିକେଟ୍‌ ପାଇଁ ବାରବାଟୀ ଷ୍ଟାଡିୟମ ସାମ୍ନାରେ ଠେଲାପେଲା, ହାତାହାତି; ନାକେଦମ୍‌ ହେଲା ପୋଲିସ୍‌...

ବାରବାଟୀ ଷ୍ଟାଡିୟମରେ ଟିକେଟ୍‌ ପାଇଁ ଠେଲାପେଲା, ପାଟିତୁଣ୍ଡ ସହ ଲୋକଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଛନ୍ତି। ଲାଇନ୍‌ରେ ଛିଡ଼ା ହେବାକୁ ନେଇ କିଛି ଯୁବତୀ ହାତାହାତି ହୋଇଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Clash erupts outside ticket counter of Barabati stadium in Cuttack

Clash erupts outside ticket counter of Barabati stadium in Cuttack

Advertisment

କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିବା ସୂଚନା ମିଳିଛି। ତେବେ ଟିକେଟ୍‌ ପାଇଁ ଗତକାଲି ରାତିରୁ କ୍ରିକେଟପ୍ରେମୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। 

Advertisment

ଟିକେଟ୍ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏତେ ଭିଡ଼ ଯେ ଟିକେଟ୍‌ ପାଇଁ ଠେଲାପେଲା, ପାଟିତୁଣ୍ଡ ସହ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଲାଇନ୍‌ରେ ଛିଡ଼ା ହେବାକୁ ନେଇ କିଛି ଯୁବତୀ ହାତାହାତି ହୋଇଥିବା ଦେଖିବାକୁ ମିଳିଛି। ଏଥିପାଇଁ ପୋଲିସ୍‌କୁ ନାକେଦମ୍‌ ହେବାକୁ ପଡ଼ିଛି। ଉପସ୍ଥିତ ମହିଳା ପୋଲିସ୍‌ କର୍ମୀ ସେମାନଙ୍କୁ ବୁଝାଇ ଲାଇନ୍‌ରେ ଛିଡ଼ା ହୋଇ ଟିକେଟ୍‌ ନେବା ପାଇଁ କହିଥିଲେ। 

Advertisment

୯ ଓ ୧୦ ତାରିଖ ଦୁଇ ଦିନ ଧରି କାଉଣ୍ଟରରେ ଦର୍ଶକଙ୍କ ଲାଗି ଟିକେଟ୍ ବିକ୍ରି ହେବ। ଏଥିପାଇଁ ମୋଟ୍‌ ୯ଟି କାଉଣ୍ଟର କରାଯାଇଛି। ପୁରୁଷ ଦର୍ଶକଙ୍କ ଲାଗି ୭ଟି କାଉଣ୍ଟର ରହିଥିବା ବେଳେ ମହିଳାଙ୍କ ଲାଗି ୨ଟି ସ୍ୱତନ୍ତ୍ର କାଉଣ୍ଟର ରହିଛି। 

ସୂଚନାଥାଉ କି, ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି। ଏଥିପାଇଁ ହୋଟେଲ୍‌ରୁ ଆରମ୍ଭ କରି ବିମାନ ବନ୍ଦର ପର୍ଯ୍ୟନ୍ତ ସୁରକ୍ଷା ଓ ଟ୍ରାଫିକ ଉପରେ ଗୁରୁତ୍ୱ ଦିଆଯାଇଛି। ହୋଟେଲ ମେ ଫେୟାରରେ ଖେଳାଳିଙ୍କୁ ଉଚିତ୍ ଆତିଥ୍ୟ ପ୍ରଦାନ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ହୋଟେଲର ସମସ୍ତ ରୁମ୍‌ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ବୁକିଂ ହୋଇଛି। ଉଭୟ ଦେଶର ଖେଳାଳି ଓ ସପୋର୍ଟିଂ ଷ୍ଟାଫ୍‌ଙ୍କ ଲାଗି ଲୋ’ କ୍ୟାଲୋରୀ ଡାଏଟ ଆଣ୍ଡ୍‌ ଏନର୍ଜି ଫୁଡ୍‌ ପ୍ରସୁତ କରିବାକୁ ବିସିସିଆଇ ପକ୍ଷରୁ ଚିଠି କରାଯାଇଛି।

Advertisment

୨୦୧୫ ପରେ ଅର୍ଥାତ୍‌ ୭ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଦକ୍ଷିଣ ‌ଆଫ୍ରିକା ଟିମ୍‌ ଓଡ଼ିଶା ଆସିବେ।  ହୋଟେଲର ସମସ୍ତ କର୍ମଚାରୀ କୋଭିଡ୍‌ ଗାଇଡ୍‌ଲାଇନକୁ ମାନି ସେବା ପ୍ରଦାନ କରିବେ। ଡବଲ ଡୋଜ୍ ନେଇଥିବା କର୍ମଚାରୀଙ୍କୁ ହିଁ ଖେଳାଳିଙ୍କ ସେବା କାର୍ଯ୍ୟରେ ଲଗାଯିବ। ସେମାନଙ୍କର ୪୮ ଘଣ୍ଟା ପୂର୍ବରୁ କୋଭିଡ ଟେଷ୍ଟ୍ କରାଯିବ। ସମସ୍ତେ ମାସ୍କ ପିନ୍ଧି ସେବା ପ୍ରଦାନ କରିବେ ବୋଲି ହୋଟେଲ୍ ପକ୍ଷରୁ କୁହାଯାଇଛି।  ହୋଟେଲର ସୁରକ୍ଷା ସାଙ୍ଗକୁ ଟ୍ରାଫିକ ସମସ୍ୟା ଯେଭଳି ନହେବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ।  

Barabati Stadium T20 International India-South Africa T20 Ind Vs SA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ