IND vs AUS : ମ୍ୟାଚରେ ଦ୍ରୁତ ବୋଲରଙ୍କ ଦବଦବା,ଟିମ୍ ଇଣ୍ଡିଆକୁ ଟାର୍ଗେଟ ୧୮୯

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ନିଜର ଜଲୱା ଦେଖାଇଛନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି ଓ ଓ ମହମ୍ମଦ ସିରାଜ।

IND vs AUS

ମୁମ୍ବାଇ ୱାନ୍ ଡେ ରେ ଟିମ୍ ଇଣ୍ଡିଆ ଆଗରେ ୧୮୯ ରନ୍ ର ଟାର୍ଗେଟ ରଖିଛି ଅଷ୍ଟ୍ରେଲିଆ । ୩୫ ଓଭର ୪ଟି ବଲରେ ମାତ୍ର ୧୮୮ ରନ୍ କରି ଦଳ ଅଲଆଉଟ ହୋଇଛି । ମିଚେଲ ମାର୍ଶ ସର୍ବାଧିକ ୮୧ ରନ କରିଛନ୍ତି । ଆଉ କେହି ବଡ଼ ସ୍କୋର କରିପାରିନାହାନ୍ତି । ଏପରିକି ଶେଷ ୫ଟି ୱିକେଟ ପଡ଼ିଛି ମାତ୍ର ୧୯ ରନରେ ।

ସାମି ଓ ସିରାଜଙ୍କୁ ମିଳିଛି ୩ଟି ଲେଖାଏଁ ୱିକେଟ । ୧୮୯ ବିଜୟ ଲକ୍ଷ୍ୟର ପିଛା କରି ଟିମ୍ ଇଣ୍ଡିଆ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ମାତ୍ର ୧୬ ରନରେ ୩ଟି ୱିକେଟ ହରାଇଛି ଦଳ । ପୁରା ମ୍ୟାଚରେ ପେସ୍ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି ।

ଟିମ ଇଣ୍ଡିଆର କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଦଳର ଦୁଇ ଦ୍ରୁତ ବୋଲର ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଠିକ ସାବ୍ୟସ୍ତ କରିଥିଲେ।