Advertisment

୧୭ରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ହକି ଖେଳାଳିଙ୍କୁ କରାଯିବ ସମ୍ବର୍ଦ୍ଧନା, ଏବେଠୁ ସଜେଇ ହେଲାଣି ରାଜଧାନୀ

ସେହିଭଳି ପଦକ ଜିତି ନଥିଲେ ବି ଦମଦାର ପ୍ରଦର୍ଶନ ବଳରେ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିଥିବା ମହିଳା ଦଳର ଦୁଇ ସଦସ୍ୟ ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ବି ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେମାନଙ୍କ ଶ୍ରମ, ନିଷ୍ଠା ଓ ତ୍ୟାଗକୁ ମୁଖ୍ୟମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିଲେ।

୧୭ରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ହକି ଖେଳାଳିଙ୍କୁ କରାଯିବ ସମ୍ବର୍ଦ୍ଧନା, ଏବେଠୁ ସଜେଇ ହେଲାଣି ରାଜଧାନୀ

Hockey team

Advertisment

ଭୁବନେଶ୍ୱର: ବିଶ୍ୱ ଦରବାରରେ ଓଡ଼ିଶାର ଟେକ ରଖି ଦେଶ ପାଇଁ ଗର୍ବ ଓ ଗୌରବ ସାଉଁଟିଥିବା ଓଡ଼ିଆ ଅଲିମ୍ପିଆନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। ଟୋକିଓରେ ଇତିହାସ ରଚି ଘର ବାହୁଡ଼ିଥିବା ୪ ହକି ତାରକା ଓଡ଼ିଶା ମାଟିରେ ପାଦଦେବା ପରେ କାଲି ବିମାନବନ୍ଦରରେ ମିଳିଥିଲା ଭବ୍ୟ ସମ୍ବର୍ଦ୍ଧନା। ଆଉ ଆଜି କଳିଙ୍ଗ ଷ୍ଟାଡିୟମରେ ସମସ୍ତଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରୋଞ୍ଜ୍ ବିଜେତା ପୁରୁଷ ହକି ଦଳର ଦୁଇ ସଦସ୍ୟ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଅଢେଇ କୋଟି ଲେଖାଏଁ ପୁରସ୍କାର ରାଶି ସହ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି। ଏହାସହ ଉଭୟଙ୍କୁ ଓଡ଼ିଶା ପୋଲିସରେ ଡିଏସପି ରାଙ୍କର ଅଫିସର ପଦବୀରେ ନିଯୁକ୍ତି ଲାଗି ଅଫର ବି ଦେଇଛନ୍ତି।

Advertisment

ସେହିଭଳି ପଦକ ଜିତି ନଥିଲେ ବି ଦମଦାର ପ୍ରଦର୍ଶନ ବଳରେ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିଥିବା ମହିଳା ଦଳର ଦୁଇ ସଦସ୍ୟ ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ବି ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେମାନଙ୍କ ଶ୍ରମ, ନିଷ୍ଠା ଓ ତ୍ୟାଗକୁ ମୁଖ୍ୟମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିଲେ।

Advertisment

ଆଜିର ଉତ୍ସବରେ ଉପସ୍ଥିତ ଥିଲେ ଅମିତଙ୍କ ସଫଳତା ପଛର ଅନ୍ୟତମ ନେପଥ୍ୟ ନାୟକ। ଛୋଟ ବେଳେ ସୁନ୍ଦରଗଡ଼ର ସାଉନାମରା ଗାଁର ଅମିତଙ୍କ ହକି ପ୍ରତି ରୁଚି ଓ ପ୍ରତିଭା ଦେଖି ତାଙ୍କୁ କ୍ରୀଡ଼ା ଛାତ୍ରାବାସକୁ ଚୟନ କରିଥିବା ସୁନ୍ଦରଗଡ଼ ଜିଲ୍ଲାର ପୂର୍ବତନ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଭୟ ପଟ୍ଟନାୟକ। ଆଜିର ଉତ୍ସବରେ ଭାବବିହ୍ୱଳ ହୋଇ ଉଠିଥିଲେ ସେ।

ସେପଟେ,ରାଞ୍ଚି ଏୟାରପୋର୍ଟରେ ଭାରତୀୟ ମହିଳା ହକି ଟିମର ଦୁଇ ସଦସ୍ୟା ସାଲିମା ଟେଟେ ଓ ନିକ୍କି ପ୍ରଧାନଙ୍କୁ ମଧ୍ୟ ଜୋରଦାର ସ୍ୱାଗତ କରାଯାଇଛି। ବିମାନବନ୍ଦରରେ ପହଞ୍ଚିବା କ୍ଷଣି ସେମାନଙ୍କୁ ସ୍ୱାଗତ ସମ୍ବର୍ଧନା ଜଣାଇବାକୁ ଯେମିତି ପ୍ରସ୍ତୁତ ଥିଲା ପୁରା ସହର ତାହା ଦେଖିଲେ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ପାରମ୍ପରିକ ନୃତ୍ୟବାଦ୍ୟ ଓ ରଙ୍ଗାରଙ୍ଗ ଆୟୋଜନରେ କମ୍ପି ଉଠିଥିଲା ବିମାନବନ୍ଦର ପରିସର। ଠିକ୍ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା ପଞ୍ଜାବରେ। ଟିମ୍ ଇଣ୍ଡିଆ କ୍ୟାପଟେନ୍ ମନପ୍ରୀତ ସିଂ ଓ ଦୁଇ ସାଥି ଖେଳାଳିଙ୍କୁ ବଧାଇ ଜଣାଇବାକୁ ଏଠି ବି ଭିଡ଼ ଜମାଇଥିଲେ ଜଳନ୍ଧରବାସୀ ।

Advertisment

ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିଛି ଓଡ଼ିଶା। ସେଥିପାଇଁ ଆସନ୍ତା ୧୭ ତାରିଖରେ କଳିଙ୍ଗ ଷ୍ଟା଼ଡିୟମରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଟିମ୍ ଇଣ୍ଡିଆର ପ୍ରତିଟି ସଦସ୍ୟ ଓଡ଼ିଶା ଆସିଲେ ଯେମିତି ଓଡ଼ିଶାର ଆତିଥ୍ୟ ଓ ସମ୍ମାନରେ ଅଭିଭୂତ ହେବେ, ସେଥିପାଇଁ ସୁନ୍ଦର ଭାବେ ସଜେଇ ହେଉଛି ରାଜଧାନୀ।

Bhubaneswar Odisha Olympic Tokyo Olympics2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ