Advertisment

କାହିଁକି ହାରିଲା ସନ୍‌ରାଇଜର୍ସ; ଖଳନାୟକ ହେଲେ କି କ୍ୟାପ୍‌ଟେନ୍‌

ଗୁରୁବାର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ ୨୧ ରନ୍‌ରେ ସନରାଇଜର୍ସକୁ ପରାସ୍ତ କରିଛି। ତେବେ ସନ୍‌ରାଇଜର୍ସର ଏହି ପରାଜୟ ପଛରେ କ୍ୟାପ୍‌ଟେନ୍‌ କେନ୍ ୱିଲିୟମ୍‌ସନ୍‌ ହିଁ ଦାୟୀ। କାହିଁକି ଜାଣିବା ପାଇଁ ପଢନ୍ତୁ…

Captain Kane Williamson villain of Sunrisers Hyderabad defeat

Captain Kane Williamson villain of Sunrisers Hyderabad defeat

Advertisment

ବିଜୟର ଟ୍ରାକ୍‌ରୁ ବାହାରି ସନ୍‌ରାଇଜର୍ସ ହାଇଦ୍ରାବାଦ କ୍ରମାଗତ ହାରିବାରେ ଲାଗିଛି। ସିଜନ ଆରମ୍ଭରୁ ଦଳ କ୍ରମାଗତ ଦୁଇଟି ପରାଜୟ ହାସଲ କରିଛି। ଏହା ପରେ ସେ ଲଗାତାର ପାଞ୍ଚଟି ମ୍ୟାଚ୍ ଜିତିଛି। ଲାଗୁଥିଲା ସନରାଇଜର୍ସ ସହଜରେ ପ୍ଲେଅଫ୍‌ରେ ପହଞ୍ଚିଯିବ। କିନ୍ତୁ ଟୁର୍ନାମେଣ୍ଟର ଦ୍ୱିତୀୟାର୍ଦ୍ଧ ଦଳ ପାଇଁ ଶୁଭ ହୋଇ ନାହିଁ। ଦଳ ଗତ ତିନୋଟି ମ୍ୟାଚ୍‌ରେ ହାରିଛି।

Advertisment

ଗୁରୁବାର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ ୨୧ ରନ୍‌ରେ ସନରାଇଜର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ତିନୋଟି ୱିକେଟ୍‌ରେ ୨୦୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ସନରାଇଜର୍ସ ୨୦ ଓଭରରେ ଆଠ ୱିକେଟ୍ ହରେଇ ମାତ୍ର ୧୮୬ ରନ୍ କରିବାରେ ସଫଲ ହୋଇଥିଲା। ଏହି ବିଜୟ ସହିତ ଦିଲ୍ଲୀ ପଏଣ୍ଟ ଟେବୁଲ୍‌ର ପଞ୍ଚମ ସ୍ଥାନରେ ରହିଛି। ଏଥିସହିତ ହାଇଦ୍ରାବାଦ ପଞ୍ଚମରୁ ଷଷ୍ଠ ସ୍ଥାନକୁ ଆସିଛି। ତେବେ ସନ୍‌ରାଇଜର୍ସର ଏହି ପରାଜୟ ପଛରେ କ୍ୟାପ୍‌ଟେନ୍‌ କେନ୍ ୱିଲିୟମ୍‌ସନ୍‌ ହିଁ ଦାୟୀ। ସେ କ୍ୟାଚ୍ ଛାଡିବା ସହିତ ରନ ମଧ୍ୟ କରି ନ ଥିଲେ।

ମ୍ୟାଚ୍‌ର ଟର୍ନିଂ ପଏଣ୍ଟ:

ପାୱେଲ୍‌ଙ୍କୁ ମିଳିଲା ତିନୋଟି ଜୀବଦାନ:

ଜଣେ ଖେଳାଳିଙ୍କ ପାଇଁ ଗୋଟିଏ ଜୀବଦାନ ବେଳେବେଳେ ଏତେ ମହଙ୍ଗା ହୁଏ ଯେ ଦଳ ହାରିଯାଏ। ଯଦି ତିନୋଟି ଜୀବଦାନ ମିଳେ ତେବେ ଏହା ନିଶ୍ଚିତ ଭାବରେ ଭାରୀ ପଡିବ। ଠିକ୍ ଏହା ସନ୍‌ରାଇଜର୍ସ ସହିତ ହୋଇଥିଲା। ୱେଷ୍ଟ୍‌ଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରୋଭମାନ ପାୱେଲ୍‌ଙ୍କୁ ଗୋଟିଏ ନୁହେଁ ବରଂ ତିନୋଟି ଜୀବଦାନ ମିଳିଯାଇଥିଲା।
କାର୍ତ୍ତିକ ତ୍ୟାଗୀ ୧୪ ଓଭରର ଚତୁର୍ଥ ବଲରେ ସୀନ୍ ଏବଟ୍ଟଙ୍କ କ୍ୟାଚ୍ ଛାଡିଥିଲେ। ତା’ପରେ ପାୱେଲ ୧୫ ରନ୍ ସ୍କୋର କରି ଖେଳୁଥିଲେ। ଏହା ପରେ ଅଧିନାୟକ କେନ୍ ୱିଲିୟମ୍‌ସନ୍‌ ତାଙ୍କୁ ୧୫ ଓଭରର ପ୍ରଥମ ବଲ୍‌ରେ ଜୀବଦାନ ଦେଇଥିଲେ। ଏହା ସବୁଠାରୁ ସହଜ କ୍ୟାଚ୍ ଥିଲା। ପାୱେଲ୍‌ ଉମ୍ରାନ ମଲିକଙ୍କ ବଲକୁ ଠିକ୍ ଭାବରେ ଖେଳି ପା ରିନଥିଲେ। ବଲ୍ ସିଧାସଳଖ ୱିଲିୟମ୍‌ସନ୍‌ଙ୍କ ହାତକୁ ଯାଇଥିଲା, କିନ୍ତୁ ସେ କ୍ୟାଚ୍ ଛାଡି ଦେଇଥିଲେ। ଏହା ପରେ ୧୮ ଓଭରର ପଞ୍ଚମ ବଲ୍‌କୁ ପାୱେଲ୍‌ ସୀମା ଆଡକୁ ମାରିଥିଲେ। କାର୍ତ୍ତିକ ତ୍ୟାଗୀ ବୋଲିଂ କରୁଥିଲେ। ସୀମାରେ ଏଡେନ ମାର୍କରାମ୍ ଥିବାବେଳେ କ୍ୟାଚ୍‌ ଧରିବାରେ ବିଫଳ ହୋଇଥିଲେ। ଫଳରେ ୬ ରନ୍‌ ମିଳିଥିଲା। ପାୱେଲ୍‌ ୩୫ଟି ବଲ ଖେଳି ଅପରାଜିତ ୬୭ ରନ୍ କରିଥିଲେ।

Advertisment

ସନ୍‌ରାଇଜର୍ସର ଓପନର୍ସ ବିଫଳ:

୨୦୮ ରନ୍ ଲକ୍ଷରେ ପଡିଆକୁ ଓହ୍ଲାଇଥିବା ସନ୍‌ରାଇଜର୍ସ ପାଇଁ ଏକ ଶକ୍ତିଶାଳୀ ଆରମ୍ଭର ଆବଶ୍ୟକତା ଥିଲା। ଅଭିଷେକ ଶର୍ମା ଏବଂ କେନ୍ ୱିଲିୟମ୍‌ସନ୍‌ ବ୍ୟାଟିଂ କରିବାକୁ ବାହାରିଥିଲେ। ଉଭୟ ୨୬ ବଲ ଭିତରେ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ। ଅଭିଷେକଙ୍କୁ ଖଲିଲ ଅହମ୍ମଦ କୁଲଦୀପଙ୍କ ହାତରେ କ୍ୟାଚ୍ କରେଇଥିଲେ। ସେ ୬ଟି ବଲରେ ମାତ୍ର ସାତ ରନ୍ ସଂଗ୍ରହ କରିଥିଲେ। ସେହିପରି କେନ୍ ୱିଲିୟମସନଙ୍କୁ ଏନରିଚ୍ ନୋତର୍ଜେ ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ୍ କରେଇଥିଲେ। ୱିଲିୟମସନ ୧୧ ବଲରେ ମାତ୍ର ଚାରି ରନ୍ ସଂଗ୍ରହ କରିଥିଲେ। ଦୁଇଟି ୱିକେଟ୍ ଖସିଯିବା ପରେ ସନ୍‌ରାଇଜର୍ସ ଭାଙ୍ଗିପଡିଥିଲା।
ଉଭୟ ଅଧିନାୟକଙ୍କ ପ୍ରଦର୍ଶନ କିପରି ଥିଲା?

ଅଧିନାୟକଙ୍କ ମଧ୍ୟରେ ଋଷଭ ପନ୍ତ ଏହି ମ୍ୟାଚ୍ ଜିତିଥିଲେ। ସେ୧୬ଟି ବଲରୁ ୨୬ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ହାର ୧୬୨.୫୦ଥିଲା। ପନ୍ତଙ୍କ କ୍ୟାପଟେନ୍‌ସିପ୍ ମଧ୍ୟ ବହୁତ ଭଲ ଥିଲା। ସନ୍‌ରାଇଜର୍ସର ୱିକେଟ୍ ଲାଗାତର ଖସିବା ନେଇ ପନ୍ତ ଧ୍ୟାନ ଦେଇଥିଲେ। ଫଳାଫଳ ଦଳ ସପକ୍ଷରେ ଥିଲା। ଅନ୍ୟପକ୍ଷରେ ୱିଲିୟମ୍‌ସନ୍‌ ବ୍ୟାଟିଂରେ ବିଫଳ ହେବା ସହ ଖରାପ ଫିଲ୍ଡିଂ ମଧ୍ୟ କରିଥିଲେ। ସେ ୧୧ ଟି ବଲରେ ମତ୍ରା ଚାରି ରନ୍ କରିଥିବା ବେଳେ ତାଙ୍କର ଷ୍ଟ୍ରାଇକ୍ ହାର ୩୬.୩୬ ଥିଲା।

Advertisment
IPL 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ