Advertisment

Budget 2024: ଖେଲୋ ଇଣ୍ଡିଆକୁ କ୍ରୀଡା ବଜେଟର ସିଂହଭାଗ ରାଶି

ଭାରତ ସରକାରଙ୍କ ଫୋକସରେ ଖେଲୋ ଇଣ୍ଡିଆ । କ୍ରୀଡା ବଜେଟରେ ଖେଲୋ ଇଣ୍ଡିଆକୁ ମିଳିଲା ସିଂହଭାଗ ରାଶି ।

ଅଦ୍ୟତନ ହୋଇଛି
Sports Budget

Sports Budget

Advertisment

କେନ୍ଦ୍ର ବଜେଟ୍ ରେ କ୍ରୀଡ଼ା ମନ୍ତ୍ରାଳୟ ପାଇଁ ପୁଣି ଖେଲୋ ଇଣ୍ଡିଆକୁ ପ୍ରାଧାନ୍ୟ । ତୃଣମୂଳ ସ୍ତରରେ ଖେଳକୁ ଗୁରୁତ୍ୱ ଦେବାପାଇଁ ସରକାରଙ୍କ ପ୍ରମୁଖ ପରିଯୋଜନା ଖେଲୋ ଇଣ୍ଡିଆ ପାଇଁ ପୁଣି ଥରେ କ୍ରୀଡା ବଜେଟ୍ ର ସିଂହଭାଗ ରାଶି ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ କେନ୍ଦ୍ରୀୟ ବଜେଟରେ କ୍ରୀଡା ମନ୍ତ୍ରାଳୟ ପାଇଁ ୩୪୪୨.୩୨ କୋଟି ଟଙ୍କା ମଧ୍ୟରୁ ଖେଲୋ ଇଣ୍ଡିଆକୁ ୯୦୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଏହି ରାଶି ଗତ ଆର୍ଥିକ ବର୍ଷ ସମୟରେ ୮୮୦ କୋଟି ଟଙ୍କା ସଂଶୋଧିତ ଆବଣ୍ଟନରୁ ୨୦ କୋଟି ଟଙ୍କା ଅଧିକ ।

Advertisment

ଅଗଷ୍ଟରେ ଅଲମ୍ପିକ ସାଇକେଲ୍ ପ୍ୟାରିସରେ ସମାପ୍ତ ହେବାକୁ ଥିବାବେଳେ, ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସୀୟ କ୍ରୀଡାକୁ ଦୁଇବର୍ଷ ରହିଛି । ଏପରି ସ୍ଥିତିରେ କ୍ରୀଡା ମନ୍ତ୍ରାଳୟର ବଜେଟରେ ଗତଥର ତୁଳନାରେ ୪୫.୩୬ କୋଟି ଟଙ୍କା ବୃଦ୍ଧି ହୋଇଛି । କ୍ରୀଡା ମନ୍ତ୍ରାଳୟ ପାଇଁ ଗତ ଆର୍ଥିକ ବର୍ଷ ପାଇଁ ୩,୩୯୬.୯୬ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । 

ସରକାର ବିଗତ କିଛି ବର୍ଷରେ ଲଗାତାର ଖେଲୋ ଇଣ୍ଡିଆରେ ଅଧିକ ନିବେଶ କରିବା ଜାରି ରଖିଛନ୍ତି, କାରଣ ଏହି କାର୍ଯ୍ୟକ୍ରମ ଦେଶର ସମସ୍ତ ଭାଗରୁ ପ୍ରତିଭାବାନ ଖେଳାଳି ଅନ୍ୱେଷଣରେ ସହାୟକ ହେଉଛି । ୨୦୨୨-୨୩ ବଜେଟରେ ଖେଲୋ ଇଣ୍ଡିଆର ବାସ୍ତବିକ ଆବଣ୍ଟନ ୫୯୬.୩୯ କୋଟି ଟଙ୍କା ଥିଲା, ଯାହାକୁ ୨୦୨୩-୨୪ ବଜେଟ୍ ରେ ୪୦୦ କୋଟି ଟଙ୍କା ଅଧିକ ବୃଦ୍ଧି କରି ୧୦୦୦ କୋଟି ଟଙ୍କା କରାଯାଇଥିଲା । ପରେ ଏହାକୁ ସଂଶୋଧିତ କରି ୮୮୦ କୋଟି କରାଯାଇଥିଲା । ୨୦୧୮ରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର (KIYG) ଆରମ୍ଭ  ପରଠାରୁ ସରକାର ଏଥିରେ ନୂଆ ପରିକଳ୍ପନା ସହିତ ଆହୁରି ଖେଳ ଇଭେଣ୍ଟ ଯୋଡ଼ିବା ଜାରି ରଖିଛନ୍ତି । ଭାରତ ସରକାର ଖେଲୋ ଇଣ୍ଡିଆ ପରିଯୋଜନାକୁ ଅଧିକ ସଂପ୍ରସାରିତ କରିଛନ୍ତି । ୨୦୨୦ରେ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ଓ ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସ ଆରମ୍ଭ କରିଥିଲା ଖେଳ ମନ୍ତ୍ରାଳୟ । ପରେ ୨୦୨୩ରେ ଖେଲୋ ଇଣ୍ଡିଆ ପାରା ଗେମ୍ସ ମଧ୍ୟ ଲଞ୍ଚ୍ ହୋଇଛି ।

Advertisment

ପ୍ରତିଭାବାନ ଉଦୀୟମାନ କ୍ରୀଡାବିତ୍ ଙ୍କୁ ସୁବିଧା ଯୋଗାଇଦେବାକୁ ସାରା ଦେଶରେ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷତା କେନ୍ଦ୍ର (KISSCE) ସ୍ଥାପନ କରାଯାଇଛି । ଅନେକ ଖେଲୋ ଇଣ୍ଡିଆ ଆଥଲେଟ୍ ବର୍ତ୍ତମାନର ଅଲମ୍ପିକ ଟିମର ଅଂଶ ପାଲଟିଛନ୍ତି । ସଦ୍ୟ ବଜେଟରେ ଜାତୀୟ ଖେଳ ମହାସଂଘ (NSF) ଗୁଡ଼ିକୁ ସରକାରଙ୍କ ସହାୟତାରେ ୧୫ କୋଟି ରାଶି ବୃଦ୍ଧି ହୋଇଛି । ୨୦୨୩-୨୪ରେ ୩୨୫ କୋଟି ଥିବାବେଳେ ଏବେ ଏହି ରାଶି ୩୪୦ କୋଟିରେ ପହଞ୍ଚିଛି । 

ଦେଶ ତମାମ ଷ୍ଟାଡିୟମ ଗୁଡ଼ିକର ରକ୍ଷଣାବେକ୍ଷଣ ସହିତ ଅଲମ୍ପିକ ପାଇଁ ଖେଳାଳି ପ୍ରସ୍ତୁତ କରିବାକୁ ଟାର୍ଗେଟ ଅଲମ୍ପିକ ପୋଡିୟମ ସ୍କିମ୍ କୁ (TOPS) ପରିଚାଳନା କରୁଥିବା ଭାରତୀୟ କ୍ରୀଡା ପ୍ରାଧୀକରଣ (SAI) ବଜେଟରେ ମଧ୍ୟ ୨୬.୮୩ କୋଟି ବୃଦ୍ଧି ଘଟିଛି । ପୂର୍ବରୁ ଏହା ୭୯୫.୭୭ ଥିବାବେଳେ ଏବେ ୮୨୨.୬୦ରେ କୋଟିକୁ ବୃଦ୍ଧି କରାଯାଇଛି ।  

Advertisment

ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (NADA) ଓ ନ୍ୟାସନାଲ ଡୋପ୍ ଟେଷ୍ଟିଂ ଲାବୋରେଟୋରୀ (NDTL) ମଧ୍ୟ ପୂର୍ବ ତୁଳନାରେ ଅଧିକ ବଜେଟ୍ ପ୍ରାପ୍ତ କରିଛନ୍ତି । NADA ଓ NDTLର କାମ କ୍ରୀଡାବିତଙ୍କ ଡୋପିଂ ପରୀକ୍ଷା କରାଇବା । NADAର ବଜେଟ୍ ୨୧.୭୩ ରୁ ବଢ଼ି ୨୨.୩୦ କୋଟି ହୋଇଥିବାବେଳେ, NDTLର ବଜେଟ୍ ୧୯.୫୦ରୁ ବୃଦ୍ଧିପାଇ ୨୨ କୋଟିରେ ପହଞ୍ଚିଛି । 

Union Budget Khelo India Budget Allocations Sports Budget Budget 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ