Advertisment

OCA ଉପରେ ବିଜେଡ଼ିର ଆଖି ! ସର୍ବେସର୍ବା ହେବେ କି ବବି ଦାସ ?

ରାଜ୍ୟ ରାଜନୀତିରେ ଦବ୍‌ଦବା ଜାହିର କରିଥିବା ବବି ଦାସଙ୍କ ଏବେ OCA(Odisha Cricket Association) ଉପରେ ଆଖି। OCA ଉପରେ ସିଧାସଳଖ କବ୍‌ଜା ପାଇଁ ବିଜେଡି ପକ୍ଷରୁ ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
BJD eyes Odisha Cricket Association, Bobby Das in President race

BJD eyes Odisha Cricket Association, Bobby Das in President race

Advertisment

ରାଜ୍ୟ ରାଜନୀତିରେ ଦବ୍‌ଦବା ଜାହିର କରିଥିବା ବବି ଦାସଙ୍କ ଏବେ OCA(Odisha Cricket Association) ଉପରେ ଆଖି। ଏମିତିକି ରାଜନୀତିରେ ଯେମିତି ପରଦା ପଛରେ ରହି ବିରୋଧୀଙ୍କୁ ଚକ୍‌ମା ଦେଲେ ଠିକ୍ ସେମିତି କ୍ରିକେଟ OCAରେ ପ୍ରବେଶ କରି ସମସ୍ତଙ୍କୁ ଚକ୍‌ମା ଦେଇପାରନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଓସିଏ ପକ୍ଷରୁ ପ୍ରକାଶ ପାଇଥିବା ତାଲିକାରେ ଅନେକଙ୍କ ନାଁ ରହିଛି। ହେଲେ ବବିଙ୍କ ନାଁକୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ସିଏ ସଭାପତି ପାଇଁ ହେଉଛନ୍ତି ପ୍ରାର୍ଥୀ।

Advertisment

ଅନ୍ୟପକ୍ଷେ, OCA ଉପରେ ସିଧାସଳଖ କବ୍‌ଜା ପାଇଁ ବିଜେଡି ପକ୍ଷରୁ ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓସିଏ ସଭାପତି ପଦ ପାଇଁ ସର୍ବସମ୍ମତ ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ଓସିଏ ଏଣିକି ବିଜେଡିର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିବାର ଆଶଙ୍କା ସୃଷ୍ଟି ହୋଇଛି । ପ୍ରଣବ ନିକଟରେ ଯାଜପୁର ଜିଲ୍ଲା ଆସୋସିଏସନରୁ ଓସିଏକୁ ପ୍ରତିନିଧିତ୍ୱ କରିଥିଲେ ।

ପୁରୀରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓସିଏର ବିଭିନ୍ନ ଜିଲ୍ଲା ପ୍ରତିନିଧିମାନେ ସାମିଲ ହୋଇଥିଲେ। ପ୍ରଣବ ପ୍ରକାଶଙ୍କ ନାଁ ଓସିଏ ସଭାପତି ପଦ ପାଇଁ ଯାଜପୁର ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ସଂଘର ସଦସ୍ୟମାନେ ଏହାକୁ ସମର୍ଥନ କରିଛନ୍ତି। ସେହିପରି ପଙ୍କଜ ଲୋଚନ ମହାନ୍ତି ଉପସଭାପତି ପଦ ନିମନ୍ତେ ଓ ସଞ୍ଜୟ ବେହେରା ସମ୍ପାଦକ ପଦ ପାଇଁ ପ୍ରାର୍ଥୀ ହେବେ। 

Advertisment

ମଙ୍ଗଳବାର ଓସିଏ ପକ୍ଷରୁ ୭୩ ସଦସ୍ୟ ବିଶିଷ୍ଟ ଭୋଟର ତାଲିକା ଚିଠା ପ୍ରକାଶ ପାଇଥିଲା । ଯେଉଁଥିରେ ଯାଜପୁର ଜିଲ୍ଲାରୁ ପ୍ରଣବ ପ୍ରକାଶ ଦାସ ପ୍ରତିନିଧିତ୍ୱ କରୁଥିବା ସାମିଲ ଥିଲା। OCA ସୂତ୍ର ଅନୁସାରେ, ପ୍ରଣବ ପ୍ରକାଶଙ୍କ ବିରୋଧରେ କେହି ପ୍ରାର୍ଥୀ ନଥିବାରୁ ତାଙ୍କର ଜିତିବା ସମ୍ଭାବନା ଅଧିକ। ବିଜେଡି ନେତା ଦିଲ୍ଲୀପ ତିର୍କୀ ଏବେ ହକି ଇଣ୍ଡିଆ ସଭାପତି ଥିବାବେଳେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଓସିଏ ସଭାପତି ଦାୟିତ୍ୱ ତୁଲାଇବେ। ଓଡ଼ିଶାର ସବୁଠୁ ଧନୀ କ୍ରୀଡ଼ା ସଂଘ ଭାବେ ଓସିଏ ପରିଚିତ। ତେବେ ହଠାତ୍‌ ରାଜନୀତିରୁ କାହିଁକି ପ୍ରଣବ କ୍ରିକେଟ୍‌ରେ ସାମିଲ ହେଲେ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।

OCA Odisha Cricket Association Bobby Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ