Advertisment

ମ୍ୟାଚ ଜିତିବାପରେ ଜୋତାରେ ମଦ ପୂରାଇ ପିଇଗଲେ କଙ୍ଗାରୁ ଦଳ, ଭିଡ଼ିଓ ଭାଇରାଲ୍‌

ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ଜିତିବା ପରେ ଉତ୍ସାହିତ ହେଲେ କଙ୍ଗାରୁ ଦଳ, ଜୋତା ଭିତରେ ମଦ ପିଇ ପିଇଗଲେ ଖେଳାଳୀ

Sports

Sports

Advertisment

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ ଜିତିବାପରେ ଉତ୍ସାହିତ ହେଲେ କଙ୍ଗାରୁ ଦଳ। ଡିଜେ ବଜାଇ ଡ୍ୟାନ୍ସ କଲେ। ଖୁସିରେ ଏତେ ବିଭୋର ହୋଇଗଲେ ଯେ, ପିନ୍ଧିଥିବା ଜୋତାରେ ୱାଇନ୍‌ ଢାଳି ଢକ ଢକ କରି ପିଇଗଲେ। ଆପଣ ବି ଏହି ଭିଡ଼ିଓ ଦେଖିଲେ ତାଜୁବ ହୋଇଯିବେ। ଜଣକ ପରେ ଜଣେ ଖେଳାଳୀ ଜୋତାରେ ୱାଇନ୍‌ ଢାଳି ପିଉଥିବାବେଳର ଦୃଶ୍ୟ ଏବେ ଭାଇରାଲ ହେଉଛି। ଖୋଦ୍‌ ଅଷ୍ଟ୍ରେଲିଆର ଡ୍ରେସିଂ ରୁମ୍‌ରେ ହିଁ ଏପରି ଘଟଣା ଘଟିଛି। ଜୋତାରେ ୱାଇନ୍‌ ଢାଳି ପିଇବା କାମ ପ୍ରଥମେ ୱିକେଟ୍‌ କିପର ମାଥ୍ୟୁଉ ୱେଡ଼୍‌ ଆରମ୍ଭ କରିଥିଲେ।

Advertisment

ଏହାପରେ ମାର୍କସ ଷ୍ଟୋଇନିସ୍‌ ତାଙ୍କଠାରୁ ଜୋତା ଛଡ଼ାଇ ଆଣି ସମାନ ଭାବରେ ୱାଇନ୍‌କୁ ଢକ ଢକ କରି ପିଇଯାଇଥିଲେ। ଏହି ସମୟରେ ଟିମ୍‌ର ଅନ୍ୟ ସଦସ୍ୟମାନେ ଏହାର ମଜା ନେବା ସହ ଷ୍ଟୋଇନିସ୍‌ ଓ ୱେଡ୍‌ଙ୍କୁ ଉତ୍ସାହିତ କରୁଥିବା ମଧ୍ୟ ନଜର ଆସିଛି। ଏହାପୂର୍ବରୁ ଜର୍ମାନ ଜିପିରେ ରେସର ରିଚାର୍ଡୋ ପ୍ରଥମେ ଏହି ଜୋତା ଭିତରେ ୱାଇନ ପିଇବାର ସେଲିବ୍ରେସନ୍‌ ଆରମ୍ଭ କରିଥିଲେ। ଏହି ଏଫ୍-ୱାନ୍ ଡ୍ରାଇଭର ଏବେ ଅଷ୍ଟ୍ରେଲିଆ ଟିମ୍ ଖେଳାଳିଙ୍କର ଏପରି ସମାନ ସେଲିବ୍ରେସନକୁ ଦେଖି ନିଶ୍ଚିତ ଖୁସି ହେଉଥିବେ କୁହାଯାଉଛି। 

Viral Video New Zealand Vs Australia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ