Advertisment

Asian Games: ଭାରତକୁ ଆଉ ଦୁଇ ମେଡାଲ, ମୋଟ ପଦକ ସଂଖ୍ୟା ୫୮

ରୌପ୍ୟ ପଦକ ଜିତିଛନ୍ତି ପାରୁଲ ଚୌଧୁରୀ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି ପ୍ରୀତି ।

ଅଦ୍ୟତନ ହୋଇଛି
Asian Games 2023

Asian Games 2023

Advertisment

୧୯ତମ ଏସିଆନ୍ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟ୍ସରେ ମହିଳା ଷ୍ଟିପଲଚେଜ୍‌ରେ ଭାରତକୁ ଆଉ ୨ ପଦକ । ୩ ହଜାର ମିଟର ଷ୍ଟିପଲଚେଜ୍‌ରେ ଭାରତକୁ ମିଳିଲା ଗୋଟିଏ ରୌପ୍ୟ ପଦକ ଆଉ ଗୋଟିଏ ବ୍ରୋଞ୍ଜ ପଦକ । ରୌପ୍ୟ ପଦକ ଜିତିଛନ୍ତି ପାରୁଲ ଚୌଧୁରୀ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି ପ୍ରୀତି ।

Advertisment

ପୂର୍ବରୁ ୩ ହଜାର ମିଟର ଷ୍ଟିପଲଚେଜ୍‌ରେ ଭାରତର ଅବିନାଶ ସାବଲେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚଳିତ ଏସିଆନ୍ ଗେମ୍ସରେ ଏହା ଥିଲା ଭାରତର ଦ୍ୱାଦଶ ସ୍ୱର୍ଣ୍ଣ ପଦକ ଓ ଆଥଲେଟିକ୍ସ ଇଭେଣ୍ଟରେ ତୃତୀୟ । ପ୍ରଥମ ଭାରତୀୟ ଭାବେ ଅବିନାଶ ସାଲଭେ ଷ୍ଟିପଲଚେଜ୍‌ରେ ଗୋଲ୍ଡ ମେଡାଲ ଜିତିଛନ୍ତି ।

Advertisment

ସେହିପରି ପୂର୍ବରୁ ଏସିଆନ୍ ଗେମ୍ସରେ ସଟପୁଟ୍‌ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ସଟ୍‌ପୁଟ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ତଜିନ୍ଦର ପାଲ୍‌ ସିଂ ତୁର। ୨୦.୩୬ ମିଟର ପର୍ଯ୍ୟନ୍ତ ଥ୍ରୋ କରି ଏହି ସଫଳତା ନିଜ ନାମରେ କରିଛନ୍ତି ତଜିନ୍ଦର । ଏହି ଦୁଇ ସ୍ୱର୍ଣ୍ଣ ପଦକ ସହ ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଭାରତ ଏ ପର୍ଯ୍ୟନ୍ତ ୧୩ ସ୍ୱର୍ଣ୍ଣ, ୨୨ଟି ସିଲଭର୍, ୨୩ଟି ବ୍ରୋଞ୍ଜ୍ ପଦକ ସହ ମୋଟ୍ ୫୮ଟି ପଦକ ନିଜ ନାମରେ କରିଛି ।

Asian Games 2023Asian Games 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ