Asian Games 2023
ହାଙ୍ଗଝୌ ଏସୀୟ କ୍ରୀଡ଼ା(Asian Games 2023)ରେ ଭାରତ ଆଉ ୨ ପଦକ ଜିତିଛି। ମହିଳା ୨୫ ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ୫୦ ମି. ରାଇଫଲ ୩ ପୋଜିସନ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛି।
ମହିଳା ୨୫ ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ମାନୁ ଭାକର, ଏଶା ସିଂ, ଆର. ସଙ୍ଗୱାନ ଦଳଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ମହିଳା ୫୦ ମି. ରାଇଫଲ ୩ ପୋଜିସନ ଟିମ୍ ଇଭେଣ୍ଟରେ ସାମ୍ରା, ଆଶି ଓ ମାନିନୀ ଟିମ୍ ରୌପ୍ୟ ପଦକ ଜିତିଛନ୍ତି। ୪ ସ୍ୱର୍ଣ୍ଣ, ୫ ରୌପ୍ୟ, ୭ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୧୬ରେ ପହଞ୍ଚିଛି। ଏହାସହ ତାଲିକାର ସପ୍ତମ ସ୍ଥାନରେ ଭାରତ ରହିଛି।
ସୂଚନାଥାଉ କି, ଏହା ପୂର୍ବରୁ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ଇତିହାସ ରଚିଛି। ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ୧୯୮୨ ମସିହା ପରଠାରୁ ଭାରତ କେବେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନ ଥିଲା ।
ଭାରତ ପକ୍ଷରୁ ସୁଦୀପ୍ତି ହାଜେଲା, ହ୍ରିଦୟ ବିପୁଲ ଛେଡା, ଦିବ୍ୟକ୍ରିତି ସିଂ ଓ ଅନୁଶ ଅଗ୍ରୱାଲଙ୍କ ନେଇ ଗଠିତ ଟିମ୍ ଅଶ୍ୱ ଚାଳନାର ଡ୍ରେସଏଜ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ ଜିତିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1695787603.jpg)