Advertisment

ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

ଏସିଆନ୍ ଗେମ୍ସର ସ୍କ୍ୱାଶ୍‌ରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ମାତ୍‌ ଦେଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି।

Asian Games 2023

Asian Games 2023

Advertisment

ଏସିଆନ୍ ଗେମ୍ସ(Asian Games)ର ସ୍କ୍ୱାଶ୍‌ରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ମାତ୍‌ ଦେଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ପୁରୁଷ ଟିମ୍‌ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ଭାରତ ହରାଇଛି। 

Advertisment

୧୯ତମ ଏସିଆନ୍ ଗେମ୍ସରେ ଏହା ହେଉଛି ଭାରତର ଦଶମ ସ୍ୱର୍ଣ୍ଣ। ଏହି ଗୋଲ୍ଡ ମେଡାଲ ସହ ଭାରତର ମୋଟ୍ ପଦକ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଏହି ପଦକ ମଧ୍ୟରେ ୧୦ଟି ଗୋଲ୍ଡ, ୧୩ଟି ସିଲଭର୍ ଓ ୧୩ଟି ବ୍ରୋଞ୍ଜ୍‌ ମେଡାଲ ରହିଛି । ଏସିଆନ୍ ଗେମ୍ସର ସପ୍ତମ ଦିନରେ ଏହା ଥିଲା ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ।

ଏହା ପୂର୍ବରୁ ଟେନିସ୍ ମିକ୍ସଡ୍ ଡବଲ୍ସରେ ରୋହନ ବୋପାନ୍ନା ଓ ରୁତୁଜା ଭୋସଲେଙ୍କ ଯୋଡ଼ି ଭାରତ ପାଇଁ ଆଣିଛନ୍ତି ଗୋଲ୍ଡ ମେଡାଲ । ଏହି ଭାରତୀୟ ଯୋଡ଼ି ଫାଇନାଲରେ ତାଇପେଇ ଯୋଡ଼ିଙ୍କୁ ୨-୬, ୬-୩ ଓ ୧୦-୪ରେ ପରାସ୍ତ କରିଛନ୍ତି।

Advertisment
Asian Games
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ