Advertisment

ମୁମ୍ବାଇକୁ ଧୋଇଲା ହାଇଦ୍ରାବାଦ; ଫିଲ୍ଡରେ ହେଲା ରନ୍‌ ବର୍ଷା..ବେଙ୍ଗାଲୁରୁର ରେକର୍ଡ ବି ଭାଙ୍ଗିଲା..

ହାଇଦ୍ରାବାଦରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଘରୋଇ ଦଳ ମୁମ୍ବାଇ ବିପକ୍ଷରେ ୨୭୭ ରନ୍‌ରୱ ବିଶାଳ ସ୍କୋର୍‌ ଠିଆ କରିଛି। ମୁମ୍ବାଇକୁ ଜିତିବାକୁ ହେଲେ ୨୭୮ ରନ୍‌ର ଟାର୍ଗେଟ ପିଛା କରିବାକୁ ପଡ଼ିବ।

ଅଦ୍ୟତନ ହୋଇଛି
SRH Vs MI

SRH Vs MI

Advertisment

ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ। ଆଇପିଏଲ୍ ଇତିହାସରେ ସର୍ବାଧିକ ଦଳଗତ ସ୍କୋରର ରେକର୍ଡ କଲା ହାଇଦ୍ରାବାଦ। ମୁମ୍ବାଇ ବିପକ୍ଷରେ ହାଇଦ୍ରାବାଦର ବିଶାଳ ୨୭୭ ରନ୍‌ର ସ୍କୋର। ବାଙ୍ଗାଲୋରର ସର୍ବାଧିକ ୨୬୩ ରନ୍‌ର ରେକର୍ଡ ଭାଙ୍ଗିଲା ହାଇଦ୍ରାବାଦ। ୨୦୧୩ରେ ପୁନେ ବିପକ୍ଷରେ ୨୬୩ ରନ୍‌ କରିଥିଲା ବାଙ୍ଗାଲୋର।

Advertisment

ହାଇଦ୍ରାବାଦରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଘରୋଇ ଦଳ ମୁମ୍ବାଇ ବିପକ୍ଷରେ ୨୭୭ ରନ୍‌ରୱ ବିଶାଳ ସ୍କୋର୍‌ ଠିଆ କରିଛି। ମୁମ୍ବାଇକୁ ଜିତିବାକୁ ହେଲେ ୨୭୮ ରନ୍‌ର ଟାର୍ଗେଟ ପିଛା କରିବାକୁ ପଡ଼ିବ। ହାଇଦ୍ରାବାଦ ପକ୍ଷରୁ ଓପନିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆ ଖେଳାଳି ଟ୍ରାଭିସ୍‌ ହେଡ୍‌ ଦଳକୁ ଦମଦାର ଷ୍ଟାର୍ଟ ଦେଇଥିଲେ। ହେଡ୍‌ ୨୪ ବଲ୍‌ରେ ଧୂଆଁଧାର ୬୨ ରନ୍‌ କରିଥିଲେ। ଏହାପରେ ଭାରତୀୟ ଯୁବ ଖେଳାଳି ଅଭିଷେକ ଶର୍ମା ମାତ୍ର ୨୩ ବଲ୍‌ରେ ୬୩ ରନ୍‌ କରିଥିଲେ।

ଶେଷରେ ଆଡମ ମାର୍କ୍ରମ ଓ ହେନରିଚ୍ କ୍ଳାସନ ମଧ୍ୟରେ ଦମଦାର ପାର୍ଟନରସିପ୍ ହୋଇଥିଲା। ଦୁଇ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ହାଇଦ୍ରାବାଦରେ ସ୍କୋର ୨୭୭ରେ ପହଞ୍ଚାଇଥିଲେ। ମାର୍କ୍ରମ ୨୮ ବଲରୁ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୨ ରନର ବିସ୍ଫୋରକ ଇଂନିସ ଖେଳିଥିଲେ। କ୍ଳାସନ ୩୪ ବଲରୁ ୪ଟି ଚୌକା ଓ ୭ଟି ବିଶାଳ ଛକା ସହାୟତାରେ ଅବିଶ୍ୱସନୀୟ ୮୦ ରନର୍ ଇଂନିସ ଖେଳିଥିଲେ।

Advertisment

ଅନ୍ୟପଟେ ମୁମ୍ବାଇର ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଯୁବ ବୋଲର ମଫାକା ୪ ଓଭରରେ ସର୍ବାଧିକ ୬୬ ରନ ବ୍ୟୟ କରିଥିଲେ । କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୪୬, ଜଶପ୍ରୀତ ବୁମରା ୪ ଓଭରରେ ୩୬, କଟଜି ୪ ଓଭରରେ ୫୭ ରନ ବ୍ୟୟ କରିଥିଲେ ।

ଆଇପିଏଲ ଇତିହାସର ସର୍ବାଧିକ ସ୍କୋର

ଆରମ୍ଭରୁ ଟ୍ରାଭିସ୍ ହେଡ୍ ହାଇଦ୍ରାବାଦ ପାଇଁ ଧୁଆଁଧାର ଆରମ୍ଭ କରିଥିଲେ । ପ୍ରଥମ ୧୦ ଓଭରରେ ହାଇଦ୍ରାବାଦର ୧୪୮/୨ ରହିଥିଲା । ଏଥିରୁ ଅନୁମାନ କରାଯାଉଥିଲା ଯେ ସନରାଇଜର୍ସର ଏକ ବିଶାଳ ସ୍କୋର କରିପାରେ । ଏହାପରେ ଦ୍ୱିତୀୟ ୧୦ ଓଭରରେ ୧୨୯ ରନ ସହ ମୋଟ ୨୭୭ ରନରେ ପହଞ୍ଚିଥିଲା ହାଇଦ୍ରାବାଦ । ହେନରିଚ୍ କ୍ଳାସନ୍ ମାତ୍ର ୩୪ ବଲରୁ ଅପରାଜିତ ୮୦ ରନର ଦମଦାର ଇଂନିସ ଖେଳିଥିଲେ । ହାଇଦ୍ରାବାଦ ବ୍ୟାଟରଙ୍କ ସାମ୍ନାରେ ମୁମ୍ବାଇର କୌଣସି ବୋଲର ତିଷ୍ଠି ପାରିନଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଜଶପ୍ରୀତ ବୁମରା ସବୁଠୁ ଇକୋନମିକାଲ ବୋଲର ରହିଥିଲେ ।

Advertisment
IPL SRH Vs MI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ