ଧୋନୀଙ୍କ ଆଣ୍ଠୁ ଯନ୍ତ୍ରଣା ପାଇଁ ଆୟୁର୍ବେଦିକ ଚିକତ୍ସା : ଖର୍ଚ୍ଚ ମାତ୍ର ୪୦ ଟଙ୍କା

୪୦ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହେଉଛନ୍ତି କ୍ୟାପଟେନ୍‌ କୁଲ୍‌ ।

ଧୋନୀଙ୍କ ଆଣ୍ଠୁ ଯନ୍ତ୍ରଣା ପାଇଁ ଆୟୁର୍ବେଦିକ ଚିକତ୍ସା

ଏଲୋପାଥି ନୁହେଁ ଆୟୁର୍ବେଦିକ ଚିକିତ୍ସା ଉପରେ କ୍ୟାପଟେନ୍‌ କୁଲଙ୍କ ଭରସା । ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆୟୁର୍ବେଦିକ ଡାକ୍ତରଙ୍କ ଠାରୁ ପରାମର୍ଶ ନେଉଛନ୍ତି । ତେବେ ଏଥିପାଇଁ ଡାକ୍ତର ଏମଏସ ଧୋନୀଙ୍କ ଠାରୁ ମୋଟ ୪୦ ଟଙ୍କା ନେଉଛନ୍ତି । ସୂଚନା ଅନୁସାରେ ଧୋନୀ ମାସେ ଧରି ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗିବା ସହ ଚିକିତ୍ସା ପାଇଁ ଅନେକ ଦିନ ହେଲେ ବିଭିନ୍ନ ବିକଳ୍ପ ଖୋଜୁଥିଲେ । କାରଣ ଏଲୋପାଥି ମେଡିସିନରେ ଯନ୍ତ୍ରଣାରୁ ଉପଶମ ମିଳି ପାରିନଥିଲା ।

ରାଞ୍ଚିଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ଲାପୁଙ୍ଗର ଘଞ୍ଚ ଜଙ୍ଗଲରେ ରହୁଛନ୍ତି ଧୋନୀଙ୍କ ଡାକ୍ତର । ଆୟୁର୍ବେଦିକ ଡାକ୍ତର ବନ୍ଦନ ସିଂ ଖେରୱର ଏହି ଚିକିତ୍ସାରେ ପାରଙ୍ଗମ । ଏଥିପାଇଁ ତାଙ୍କର ନାଁ ମଧ୍ୟ ରହିଛି । ଏବେ ତାଙ୍କ ଠାରେ ଚିକିତ୍ସିତ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ । ଆଉ ତା’ପର ଠାରୁ ଯେପରି ସେଲିବ୍ରିଟି ପାଲଟି ଯାଇଛନ୍ତି ବନ୍ଦନ ସିଂ ।

ତେବେ ଧୋନୀଙ୍କ ପୂର୍ବରୁ ତାଙ୍କ ବାପାମା’ ମଧ୍ୟ ଡାକ୍ତର ବନ୍ଦନ ସିଂଙ୍କ ଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ଚିକିତ୍ସା କରାଉଥିଲେ । ସେମାନେ ତାଙ୍କ ଠାରେ ଚିକିତ୍ସିତ ହେବା ପରେ ଭଲ ଫଳ ମିଳିଥିଲା । ଯନ୍ତ୍ରଣାରୁ ଅନେକାଂଶରେ ମୁକ୍ତି ମିଳିଥିଲା । ଡାକ୍ତରଙ୍କ କହିବା ଅନୁସାରେ, କ୍ୟାଲସିୟମ ଅଭାବରେ ଧୋନୀଙ୍କର ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେଉଛି ।

ବନ୍ଦନ ସିଂ ଖେରୱର କହିଛନ୍ତି, ମୁଁ ତାଙ୍କ ଠାରୁ ମାତ୍ର ୨୦ ଟଙ୍କା ଚାର୍ଜ ନେବା ସହ ଓ ମେଡିସିନ୍ ପାଇଁ ୨୦ ଟଙ୍କା ନିଏ । ଧୋନୀ ପ୍ରତି ଚାରି ଦିନରେ ସେଠାକୁ ଯାଉଛନ୍ତି । ଏକ ମାସ ହେଲାଣି ତାଙ୍କର ଚିକିତ୍ସା ଚାଲିଛି ।

ତେବେ ମହେନ୍ଦ୍ର ସିଂ ଧୋନି ତାଙ୍କ ପାଖକୁ ଆସିବା ପରେ ଲୋକଙ୍କ ଭିଡ଼ ଜମୁଛି । ହେଲେ ଭିଡ଼କୁ ଏଡାଇବା ପାଇଁ ଧୋନୀ ତାଙ୍କ କାର ଭିତରେ ବସିବାକୁ ପସନ୍ଦ କରୁଛନ୍ତି । ଔଷଧ ନେବାପରେ ପ୍ରଶଂସକଙ୍କ ସହ ଫଟୋଗ୍ରାଫ୍ ଦିଅନ୍ତି, ଆଉ ତା’ପରେ ଚାଲି ଯାଆନ୍ତି ।