Zomato delivery executive celebrates birthday by distributing chocolates
ଜୋମାଟୋ ଡେଲିଭରି ବୟଙ୍କ ନିଆରା ବର୍ଥ ଡେ’ ସେଲିବ୍ରେସନ। ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରିଥିବା ସମସ୍ତଙ୍କ ଗ୍ରାହକଙ୍କୁ ଚକୋଲେଟ୍ ଦେଇ ଜନ୍ମଦିନ ପାଳିଲେ ଡେଲିଭରି ବୟ। ନିକଟରେ ଡେଲିଭରି ବୟ କରଣ ଆପ୍ଟେ ୩୦ ବର୍ଷ ବୟସରେ ପାଦ ଥାପିଥିଲେ। ଏହି ଖାସ୍ ଦିନକୁ ଆହୁରି ଅଧିକ ଖାସ୍ କରିବା ପାଇଁ ସେ ୨ଟି ଜିନିଷ କରିଥିଲେ। ପ୍ରଥମେ ସେ ନିଜ ପାଇଁ ଏକ ନୂଆ ସାର୍ଟ କିଣିଥିଲେ ଓ ଦ୍ୱିତୀୟରେ ଫୁଡ୍ ଅର୍ଡର କରିଥିବା ସମସ୍ତ ଗ୍ରାହକଙ୍କୁ ସେ ଚକୋଲେଟ୍ ଦେଇଥିଲେ।
ଏନେଇ କରଣ ନିଜେ ଫେସ୍ବୁକ୍ରେ ଫଟୋ ପୋଷ୍ଟ କରିଥିଲେ। ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସାଧାରଣତଃ, ଆମେମାନେ ଆମର ଜନ୍ମଦିନରେ ସାଙ୍ଗସାଥୀ ହେଉ କି ପରିବାର ଲୋକଙ୍କଠୁ ଗିଫ୍ଟର ଆଶା ରଖିଥାଉ। ହେଲେ କରଣ ଚକୋଲେଟ୍ ବାଣ୍ଟି ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳିଛନ୍ତି।
କିଛି ୟୁଜର୍ସ ଜୋମାଟୋକୁ ଟ୍ୟାଗ୍ କରିବା ସହ କେକ୍ କାଟି ଗିଫ୍ଟ ଦେଇ ତାଙ୍କର ଜନ୍ମଦିନ ପାଳିବା ପାଇଁ ଅନୁରୋଧ କରିଛନ୍ତି। ଜୋମାଟୋ ମଧ୍ୟ କେକ୍ ପଠାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି। ଯାହାର ଫଟୋ କରଣ ନିଜେ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688115628.jpg)