Mosquito Racket
ମହିଳାଙ୍କ ଅଜବ ହରକତ। ମଶା ମରା ରାକେଟ୍ରେ ସେକିଲେ ପାଉଁରୁଟି(ବ୍ରେଡ୍)। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ। ମହିଳା ଜଣକ ଟୋଷ୍ଟର ମେସିନ୍ ବଦଳରେ ମଶା ମରା ରାକେଟରେ ପାଉଁରୁଟି ଗରମ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି।
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଇଥାଏ। ଯାହାକି ଲୋକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥାଏ। ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ହସି ହସି ଗଢ଼ିବେ। ଆପଣମାନେ ପ୍ରାୟତଃ ଦେଖିଥିବେ ଲୋକମାନଙ୍କୁ ମଶା କାମୁଡ଼ିଲେ ସେମାନେ ମଶାମରା ବ୍ୟାଡମିଣ୍ଟନର ବ୍ୟବହାର କରିଥାନ୍ତି। ଇଲେକ୍ର୍ଟିକ କରେଣ୍ଟ ଆଘାତରେ ମଶା ଜଳିପୋଡ଼ି ପାଉଁଶ ହୋଇଯାଏ। କେବେ କଳ୍ପନା କରିଛନ୍ତି କି ଏହି ଇଲେକ୍ଟ୍ରିକ ଉପକରଣରେ ପାଉଁରୁଟି ବି ଗରମ କରିହେବ। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମହିଳାଙ୍କ କାର୍ଯ୍ୟକଳାପ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।
ଏପ୍ରିଲ ୨୮ରେ ଇନଷ୍ଟାଗ୍ରାମରେ ତୁଲିକା ଶ୍ରୀବାସ୍ତବ ନାମକ ଜଣେ ୟୁଜର୍ ଏହି ଭିଡିଓକୁ ସେୟାର କରିଛନ୍ତି। ଯେଉଁଥିରେ ଜଣେ ମହିଳା ପାଉଁରୁଟିକୁ ମଶାମରା ବ୍ୟାଡମିଣ୍ଟନ ଉପରେ ଥୋଇ ଗରମ କରୁଛନ୍ତି। ମହିଳା ଜଣକ ଖଟ ଉପରେ ବସି ବ୍ରେଡ୍କୁ ଗରମ କରୁଛନ୍ତି ଏବଂ ଆରାମରେ ତାକୁ ଖାଉଛନ୍ତି। ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓକୁ ଏଯାଏଁ ୧.୨ ମିଲିୟନ ଲୋକ ଦେଖିସାରିଥିବା ବେଳେ ୭ ହଜାର ଲାଇକ୍ ଓ ଅନେକ କମେଣ୍ଟ ମଧ୍ୟ ମିଳିଛି। ଲୋକେ ଏହାର ମଜାକ୍ ଉଡ଼ାଇଥିବା ସହ ଭିନ୍ନ କମେଣ୍ଟ ଦେଇଛନ୍ତି। ଗ୍ୟାସ ବଞ୍ଚାଇବା ପାଇଁ ମହିଳା ଏପରି କରୁଛନ୍ତି ବୋଲି କିଛି କମେଣ୍ଟ କରିଛନ୍ତି। ଆଉ କେହି କହିଛନ୍ତି, ‘ରୋଷ୍ଟେଡ୍ ବ୍ରେଡ୍ ୱିଥ୍ ମଛର’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715346207.jpg)