Advertisment

Viral Video: ରାସ୍ତା ଉପରେ ନାଚୁଥିଲେ, ଫାଡିହୋଇ ପଡିଲେ; ଭିଡିଓ ଦେଖି ହସି ହସି ଗଡିବେ

ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ନାଲି ରଙ୍ଗର ଶାଢି ପିନ୍ଧିଥିବା ଜଣେ ଗାଉଁଲି ମହିଳା ରାସ୍ତା ଉପରେ ଭିକି କୌଶଲଙ୍କ ତୌବା ତୌବା ଗୀତର ସିଗ୍ନେଚର ଷ୍ଟେପ୍ କପି କରୁଥିବା ଦେଖିବାକୁ ମିଳୁଛି। ସବୁଠାରୁ ମଜାଦାର କଥା ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ସହ ଯାହା ହେଉଛି ତାହା ଦେଖି ଆପଣ ବି ହସି ହସି ଗଡିଯିବେ।

ଅଦ୍ୟତନ ହୋଇଛି
Woman dancing on Vicky kaushal trending song tauba tauba and slipped

Woman dancing on Vicky kaushal trending song tauba tauba and slipped

Advertisment

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ରିଲ୍ସ ଭୂତ ସମସ୍ତଙ୍କ ଉପରେ ଚଢିଛି। ପିଲା, ବୁଢା, ଯୁବକ, ମହିଳା କେହି ଏଥିରୁ ବାଦ ପଡୁ ନାହାନ୍ତି। ଏହାର ପ୍ରଭାବ ପ୍ରତିଦିନ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେଉଥିବା ବିଭିନ୍ନ ଭିଡିଓଗୁଡ଼ିକରେ ସ୍ପଷ୍ଟ ଦେଖାଯାଉଛି। କେହି ଟ୍ରେଣ୍ଡିଂ ଗୀତର ନାଚୁଛନ୍ତି ତ ଆଉ କେହି ରାସ୍ତା ମଝିରେ ଅଜବ କିଛି କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି।

Advertisment

ଆପଣ ନିଶ୍ଚୟ ଏପରି ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ କେହି କେହି ମେଟ୍ରୋ ଟ୍ରେନ୍‌ରେ ନାଚୁଥିବା ଦେଖାଯାଏ। ସେହିପରି ଆଉ କିଏ ରେଳ ଷ୍ଟେସନ କିମ୍ବା ବିମାନବନ୍ଦରରେ ଠୁମ୍‌କା ଲଗଉଥିବା ଦେଖାଯାଆନ୍ତି। ଅନେକ ମଧ୍ୟ ଅଛନ୍ତି ଯେଉଁମାନେ ସେମାନଙ୍କ ଚମତ୍କାର କୌଶଳ ଅବଲମ୍ବନ କରି ଲୋକଙ୍କ ହୋସ୍ ଉଡାଇ ଦିଅନ୍ତି।

ବର୍ତ୍ତମାନ ଏହି କ୍ରମରେ ଆଉ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ନାଲି ରଙ୍ଗର ଶାଢି ପିନ୍ଧିଥିବା ଜଣେ ଗାଉଁଲି ମହିଳା ରାସ୍ତା ଉପରେ ଭିକି କୌଶଲଙ୍କ ତୌବା ତୌବା ଗୀତର ସିଗ୍ନେଚର ଷ୍ଟେପ୍ କପି କରୁଥିବା ଦେଖିବାକୁ ମିଳୁଛି। ସବୁଠାରୁ ମଜାଦାର କଥା ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ସହ ଯାହା ହେଉଛି ତାହା ଦେଖି ଆପଣ ବି ହସି ହସି ଗଡିଯିବେ।

Advertisment
Woman dancing on tauba tauba and slippedନାଚୁ ନାଚୁ ଫାଡିହୋଇ ପଡିଲେ

ନାଚୁ ନାଚୁ ଫାଡିହୋଇ ପଡିଲେ:

ଏହି ଭିଡିଓ ଦେଖିଥିବା କିଛି ଲୋକ କହୁଛନ୍ତି ଯେ ଏବେ ତୌବା ତୌବା ଗୀତର ଭୂତ ଲୋକଙ୍କ ମୁଣ୍ଡରେ ପଶିଛି। ଏହି ଭିଡିଓରେ ଦେଖିବା ପାରେ ଆପଣ ମଧ୍ୟ ତାହା ଅନୁଭବ କରିବେ। ଏହି ଭିଡିଓରେ ଜଣେ ମହିଳା ଅଭିନେତା ଭିକି କୌଶଲଲଙ୍କ ଗୀତ ତୌବା ତୌବାର ସିଗ୍ନେଚର ଷ୍ଟେପ୍ କପି କରୁଥିବା ନଜର ଆସିଛନ୍ତି। ଏହା ପରେ ସେ କଚାଡି ହୋଇ ପଡିଯାଆନ୍ତି ଆଉ ପୁଣି ଉଠି ନାଚିବାକୁ ଲାଗନ୍ତି।

ଅଳ୍ପକେ ବଞ୍ଚିଗଲେ:

ଏହି ଭିଡିଓ ଇନଷ୍ଟାଗ୍ରାମରେ mona_dance_ ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଡ୍ୟାନ୍ସ ଷ୍ଟେପ୍ କପି କରିବାକୁ ଚେଷ୍ଟା କରୁଥିବାବେଳେ ହଠାତ ଏହି ମହିଳାଙ୍କ ଗୋଡ ଖସିଗଲା ଆଉ ସେ ଫାଡିହୋଇ ପଡିଲେ। ସେ ରାସ୍ତାରେ ଯେମିତି ଭାବେ ପଡିଲେ ଲାଗୁଥିଲା ତାଙ୍କ ଗୋଡ ଭାଙ୍ଗିଯାଇଥାନ୍ତା ଆଉ ମୁହଁ ଫାଟି ଯାଇଥାନ୍ତା। ସେ ଏଥିରୁ ଅଳ୍ପକେ ବଞ୍ଚିଗଲେ।

Advertisment

ଖବର ଲେଖା ହେବା ବେଳକୁ ଏହି ଭିଡିଓକୁ ୧ କୋଟିରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୩ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି। ଭିଡିଓ ଦେଖୁଥିବା ଜଣେ ଲୋକ ଲେଖିଛନ୍ତି, “ଭଉଣୀ ପଛରୁ ଆସୁଥିବା ବସ୍ ଧକ୍କା ଦେବ। ଆଉ ଜଣେ ଲେଖିଛନ୍ତି, “ଏତେ ଓଭର୍ ଆକ୍ଟିଙ୍ଗ୍ ଠିକ୍ ନୁହେଁ।”

Vicky Kaushal Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ