Advertisment

Viral Video: ଏହି ଗାଉଁଲି ମହିଳାଙ୍କ ଇଂରାଜୀ ଶୁଣି ଲାଜରେ ନଇଁଯିବେ ପ୍ରଫେସର୍

ଭାଇରାଲ୍ ହେଉଛି ଗାଉଁଲି ମହିଳାଙ୍କ ଭିଡିଓ। ଏହି ଭିଡିଓରେ ମୁଣ୍ଡରେ ଓଢଣୀ ଦେଇଥିବା ଏହି ଗ୍ରାମୀଣ ମହିଳା କେବଳ ଇଂରାଜୀ କୁହନ୍ତି ନାହିଁ ବରଂ ଇଂରାଜୀ କିପରି କହିବାକୁ ହୁଏ ତାହା ମଧ୍ୟ ଲୋକଙ୍କୁ ଶିଖାନ୍ତି। କୁହାଯାଉଛି ଯେ ମହିଳା ଜଣକ ମାତ୍ର ଦ୍ୱାଦଶ ପାଶ୍‌ କରିଛନ୍ତି, ଏହା ସତ୍ତ୍ୱେ ସେ ଆଶ୍ଚର୍ଯ୍ୟଜନକ ଭାବରେ ଇଂରାଜୀ କହୁଥିବା ଦେଖାଯାଏ।

ଅଦ୍ୟତନ ହୋଇଛି
Viral video a village woman speak English fluently

Viral video a village woman speak English fluently

Advertisment

ଆଜିକାଲି, ଇଂରାଜୀ କହିବା ଏକ ଫ୍ୟାଶନରେ ପରିଣତ ହୋଇଛି। ଇଂରାଜୀ ନ କହିପାରୁଥିବା ଲୋକଙ୍କୁ ପ୍ରାୟ ମୂର୍ଖ ବୋଲି ଧରାଯାଏ। ଯଦି ଦେଖାଯାଏ, ଇଂରାଜୀକୁ ହିଁ ଲୋକମାନଙ୍କର ଜ୍ଞାନର ପରିମାପକ ବୋଲି ଧରାଯାଉଛି। କିନ୍ତୁ ବୋଧହୁଏ ଲୋକମାନେ ଭୁଲିଯାଆନ୍ତି ଯେ ଇଂରାଜୀ କେବଳ ଏକ ଭାଷା ଏବଂ ମାନବ ଜ୍ଞାନର ମାନ ନୁହେଁ।

Advertisment

ସମ୍ପ୍ରତି, ଗ୍ରାମାଞ୍ଚଳର ଜଣେ ମହିଳା ସୋସିଆଲ ମିଡିଆରେ ଫଟାଫଟ ଇଂରାଜୀ କହୁଥିବାର ନଜର ଆସିଛନ୍ତି। ଯେଉଁମାନେ ଇଂରାଜୀକୁ ଜ୍ଞାନର ମାନ ବୋଲି ଭାବନ୍ତି ସେମାନେ ଏହା ଦେଖି ବାକ୍‌ଶୂନ୍ୟ ହୋଇଯିବେ। ଫଟାଫଟ୍ ଇଂରାଜୀ କହୁଥିବା ଏହି ମହିଳାଙ୍କ ଭିଡିଓ ଏବେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ଅନେକ ଲୋକ ଦେଖୁଥିବା ବେଳେ ପସନ୍ଦ ମଧ୍ୟ କରୁଛନ୍ତି।

ଭିଡିଓରେ ଦେଖାଯାଉଥିବା ମୁଣ୍ଡରେ ଓଢଣୀ ଦେଇଥିବା ଏହି ଗ୍ରାମୀଣ ମହିଳା କେବଳ ଇଂରାଜୀ କୁହନ୍ତି ନାହିଁ ବରଂ ଇଂରାଜୀ କିପରି କହିବାକୁ ହୁଏ ତାହା ମଧ୍ୟ ଲୋକଙ୍କୁ ଶିଖାନ୍ତି। କୁହାଯାଉଛି ଯେ ମହିଳା ଜଣକ ମାତ୍ର ଦ୍ୱାଦଶ ପାଶ୍‌ କରିଛନ୍ତି, ଏହା ସତ୍ତ୍ୱେ ସେ ଆଶ୍ଚର୍ଯ୍ୟଜନକ ଭାବରେ ଇଂରାଜୀରେ କଥାବାର୍ତ୍ତା କରୁଥିବା ଦେଖାଯାଉଛି।

Advertisment

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ମହିଳାଙ୍କ ଭିଡିଓ ଭାଇରାଲ୍ ହେଉଛି। ଏହି ମହିଳାଙ୍କ ନାମ ଯଶୋଦା ଲୋଧି ବୋଲି ଜଣାପଡିଛି। ସେ ଉତ୍ତରପ୍ରଦେଶର ସିରାଥୁରେ ରୁହନ୍ତି ଏବଂ ଜଣେ ଗୃହିଣୀ ଅଟନ୍ତି। ସେ ଯେଉଁଭଳି ଭାବରେ ଶିକ୍ଷା ଦେଉଛନ୍ତି ଆପଣ ନିଶ୍ଚିତ ଭାବିବେ ଇଏ ଜଣେ ଉଚ୍ଚ ଶିକ୍ଷିତା, ବଡ ବଡ ପ୍ରଫେସର୍ ମଧ୍ୟ ଏହି ମହିଳାଙ୍କ ଆଗରେ ହାର ମାନିବେ।

Advertisment

ଏହି ମହିଳାଙ୍କ ଭିଡିଓର ନାମ ହେଉଛି ‘ଇଂରାଜୀ ୱିଥ୍ ଦେହତି ମ୍ୟାଡାମ୍’। ଲୋକମାନେ ଭିଡିଓରେ ମହିଳାଙ୍କ ଶିକ୍ଷାଦାନର ଷ୍ଟାଇଲ୍ ଏବଂ ପଦ୍ଧତିକୁ ପସନ୍ଦ କରୁଛନ୍ତି। ଭିଡିଓଟିକୁ ଯିଏ ଦେଖୁଛି ସିଏ ଶେୟାର କରୁଛି। ଖବର ଲେଖାହେବା ବେଳକୁ ଏହି ଭିଡିଓଟିକୁ କୋଟି କୋଟି ଲୋକ ଦେଖି ସାରିଛନ୍ତି। ତାଙ୍କର ଆହୁରି ଅନେକ ଭିଡିଓ ସୋସିଆଲ୍ ମିଡିଆରେ ରହିଛି।

ଭିଡିଓ ଦେଖିଥିବା ଜଣେ ବ୍ୟକ୍ତି ଲେଖିଛନ୍ତି, ମହିଳାଙ୍କର ବହୁତ ଆତ୍ମବିଶ୍ୱାସ ଅଛି। ଆଉ ଜଣେ ଲେଖିଛନ୍ତି, କେବଳ ଚେହେରା ନୁହେଁ, ବ୍ୟକ୍ତିର ଦକ୍ଷତା ଗୁରୁତ୍ୱପୂର୍ଣ୍ଣ। ସେହିପରି ଅନ୍ୟଜଣେ ଲେଖିଛନ୍ତି, ଜଣେ ଶିକ୍ଷିତ ମହିଳା ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ।

Viral Video Inspirational Story Inspiration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ