Advertisment

Bull Entered Bus: ଯାତ୍ରୀ ଓହ୍ଲାଉଥିଲେ... ହଠାତ୍ ବସ୍‌ରେ ପଶିଗଲା ଷଣ୍ଢ; ତା’ପରେ...

ଷ୍ଟପେଜରେ ବସ୍‌ଟି ଅଟକିଥିଲା। ଯାତ୍ରୀମାନେ ବସରୁ ଓହ୍ଲାଉଥିଲେ। ଏହି ସମୟରେ ହଠାତ୍ ବସ୍‌ ଭିତରେ ଷଣ୍ଢ ପଶିଯାଇଥିଲା। ଷଣ୍ଢ ପଶିଗଲା, ଷଣ୍ଢ ପଶିଗଲା ବୋଲି ଜୋରରେ ଚିତ୍କାର କରିଥିଲେ ଲୋକେ।

ଅଦ୍ୟତନ ହୋଇଛି
BUS

BUS

Advertisment

ଛିଡ଼ା ହୋଇଥିଲା ବସ୍। ହଠାତ୍ ପଶିଗଲା ଷଣ୍ଢ। ଏପରି ଉତ୍ପାତ ମଚାଇଲା ଯେ କଣ୍ଡକ୍ଟର ଓ ଡ୍ରାଇଭର ବସ୍ ଛାଡ଼ି ମାରିଲେ ଫେରାର। ଏପରି ଘଟଣା ଘଟିଛି ରାଜସ୍ଥାନର ଜୟପୁର ସହରରେ । ବସ୍ ଭିତରେ ଷଣ୍ଢ ପଶି ଉତ୍ପାତ କରୁଥିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

Advertisment

ଷ୍ଟପେଜରେ ବସ୍‌ଟି ଅଟକିଥିଲା। ଯାତ୍ରୀମାନେ ବସରୁ ଓହ୍ଲାଉଥିଲେ। ଏହି ସମୟରେ ହଠାତ୍ ବସ୍‌ ଭିତରେ ଷଣ୍ଢ ପଶିଯାଇଥିଲା। ଷଣ୍ଢ, ଷଣ୍ଢ ପଶିଗଲା, ଷଣ୍ଢ ପଶିଗଲା ବୋଲି ଜୋରରେ ଚିତ୍କାର କରିଥିଲେ ଲୋକେ। ଷଣ୍ଢଟି ବସ୍‌ ଭିତରେ ପଶି ଉତ୍ପାତ ମଚାଇବା ସହ  ଭଙ୍ଗାରୁଜା କରିଥିଲା। ଏପରିକି ବସ୍‌ର ୨ଟି ଝରକାକୁ ଭାଙ୍ଗି ଦେଇଥିଲା। ଷଣ୍ଢର ଉତ୍ପାତ ଦେଖି କଣ୍ଡକ୍ଟର ଓ ଡ୍ରାଇଭର ନିଜ ଜୀବନ ବଞ୍ଚାଇବାକୁ ଯାଇ ବସରୁ ଡିଆଁ ମାରି ପଳାଇଯାଇଥିଲେ।

ବସ୍ ଭିତରୁ ଷଣ୍ଢକୁ ବାହାର କରିବା ପାଇଁ ଚେଷ୍ଟା କରାଯାଇଥିଲା, ହେଲେ ତାହା ସମ୍ଭବ ହୋଇପାରିନଥିଲା। କାରଣ ଷଣ୍ଢ କେତେବେଳେ କାହାକୁ ଯେ ଆକ୍ରମଣ କରିଦେବ ସେନେଇ କାହା ପାଖରେ ସାହସ ନଥିଲା। ତେଣୁ କେହି ବି ସାହସ କରି ବସ୍‌ ପାଖକୁ ଯାଉନଥିଲେ। ଦୀର୍ଘ ସମୟ ପରେ ବସ୍‌ରୁ ଷଣ୍ଢକୁ ଉଦ୍ଧାର କରାଯାଇଥିଲା ଓ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। 

Advertisment

ଷଣ୍ଢ ବସ୍ ଭିତରେ ଉତ୍ପାତ ମଚାଉଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଲୋକମାନେ ଏହି ଭିଡିଓଟି ଦେଖି ଅନେକ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି। ଷଣ୍ଢ ଆକ୍ରମଣରେ କେହି ମୃତାହତ ହୋଇନାହାନ୍ତି। 

ଅଧିକ ପଢନ୍ତୁ : ପିଏମ୍ ମୋଦି ଦେଲେ ପରୀକ୍ଷା ଟିପ୍ସ; ଛାତ୍ରଛାତ୍ରୀଙ୍କୁ ଦେଲେ ଏହି ପରାମର୍ଶ।

Advertisment
Rajasthan The Big Bull
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ