Advertisment

Viral Video: ବାପାଙ୍କ ଜୁଇରେ ଢାଳିଲେ ମଦ, ରଖିଲେ ବିଡ଼ି ଓ ପାନ

ଶ୍ମଶାନ ଘାଟରେ ଅଜବ ଘଟଣା। ଶବଦାହ ସମୟରେ ଉତ୍ସବର ଦୃଶ୍ୟ। ବାପାଙ୍କ ଅନ୍ତିମ ସଂସ୍କାର ସମୟରେ ଅନ୍ତିମ ଭେଟି ଭାବରେ ପୁଅ ମଦ ଅର୍ପଣ କରିଛି। ଖାଲି ମଦ ନୁହେଁ ଏହା ସହିତ ବନାରସ ପାନ ଆଉ ବିଡି ମଧ୍ୟ ଅର୍ପଣ କରାଯାଇଛି।

ଅଦ୍ୟତନ ହୋଇଛି
Man Cremates Dead Father With Liquor, Beedi and Banarasi Paan

Man Cremates Dead Father With Liquor, Beedi and Banarasi Paan

Advertisment

ବାରାଣାସୀର ମଣିକର୍ଣ୍ଣିକା ଶ୍ମଶାନ ଘାଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶବଦାହ ସମୟରେ ଏକ ଉତ୍ସବର ଦୃଶ୍ୟ ଦେଖିବାକୁ ମିଳିଛି। ବାପାଙ୍କ ଅନ୍ତିମ ସଂସ୍କାର ସମୟରେ ଅନ୍ତିମ ଭେଟି ଭାବରେ ପୁଅ ମଦ ଅର୍ପଣ କରିଛି। ଖାଲି ମଦ ନୁହେଁ ଏହା ସହିତ ବନାରସୀ ପାନ ଆଉ ବିଡି ମଧ୍ୟ ଅର୍ପଣ କରାଯାଇଛି।

Advertisment

ପୁଅର କହିବା କଥା ଯେ ତାଙ୍କ ବାପାଙ୍କ ଶେଷ ଇଚ୍ଛା ପୂରଣ କରିବା ନେଇ ସେ ଏଭଳି ଔପଚାରିକତା ଦେଖେଇଛନ୍ତି। ତେବେ ଶ୍ମଶାନ ଘାଟକୁ ଆସିଥିବା ଲୋକଙ୍କ ପାଇଁ ଏହା ଖୁବ୍ ଆଶ୍ଚର୍ଯ୍ୟଜନକ ଥିଲା। ଲୋକମାନେ ଏଭଳି ଅନ୍ତିମ ସଂସ୍କାର ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।

ତେବେ ପୁଅର କହିବାନୁସାରେ, ବାପା ତାଙ୍କର ଇଚ୍ଛା ପ୍ରକାଶ କରିଥିଲେ ଯେ ତାଙ୍କ ମୃତ୍ୟୁ ପରେ ଜଳନ୍ତା ଜୁଇରେ ମଦ୍ୟ ଅର୍ପଣ କରାଯିବ। ଏହା ବ୍ୟତୀତ ବିଡି ଏବଂ ବନାରସୀ ପାନ ମଧ୍ୟ ରଖାଯିବ। କେହି କେହି ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି।

Advertisment

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ବ୍ୟକ୍ତି ଜଳୁଥିବା ଜୁଇ ଉପରେ ମଦ ଢାଳୁଛନ୍ତି। କେବଳ ଏତିକି ନୁହେଁ, ବନାରସୀ ପାନ ସହିତ ବିଡି ପ୍ରଦାନ କରୁଛନ୍ତି। ତେବେ ବନାରସରେ, ମୃତ ବ୍ୟକ୍ତିଙ୍କ ପସନ୍ଦର ଜିନିଷଗୁଡିକ ଜଳୁଥିବା ଜୁଇରେ ରଖିବାର ଏକ ପରମ୍ପରା ରହିଛି।

Advertisment

ପ୍ରକାଶଥାଉ, ପ୍ରତିଦିନ ଦୁଇରୁ ତିନି ଶବ ମଣିକର୍ଣ୍ଣିକା ଘାଟରେ ଦାହ କରାଯାଏ। ପରିବାର ସଦସ୍ୟ ବାଜା ବଜାଇ ନାଚି ନାଚି ଶ୍ମଶାନ ଘାଟରେ ଜୁଇ ଜାଳନ୍ତି। ଆତ୍ମାର ଶାନ୍ତି ପାଇଁ ଦୈନିକ ଭୋଗ୍ୟ ସାମଗ୍ରୀକୁ ଜୁଇ ଉପରେ ରଖାଯାଏ। ପରିବାର ସଦସ୍ୟ ମୃତକଙ୍କ ଶେଷ ଇଚ୍ଛା ଭାବରେ ଏସବୁ ଅର୍ପଣ କରନ୍ତି।

ମଣିକର୍ଣ୍ଣିକା ଘାଟର ବାସିନ୍ଦା କୁହନ୍ତି ଯେ ଏପରି କରିବାର କାରଣ ହେଉଛି ଶେଷ ଯାତ୍ରା କରୁଥିବା ବ୍ୟକ୍ତିଙ୍କର ଯେପରି କୌଣସି ପ୍ରକାରର ଦୁଃଖ ନ ରହେ। କାଶୀଙ୍କ ଶ୍ମଶାନ ଘାଟରେ ଏପରି ଅନେକ ଚିତ୍ର ଦେଖିବାକୁ ମିଳେ। ମୃତକଙ୍କ ସମ୍ପର୍କୀୟମାନେ ଶେଷ ଇଚ୍ଛା ସହିତ ଜଡିତ ଜିନିଷଗୁଡିକ ଜୁଇକୁ ଅର୍ପଣ କରନ୍ତି।

Social Media Viral Video Ajab Gajab Last Cremation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ