Advertisment

Viral Video: ରାସ୍ତା ମଝିରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ, ଆଲିଙ୍ଗନ କରି Kiss କଲେ ଯୁବତୀ...

ରାସ୍ତା ମଝିରେ ରୋମାନ୍ସ। ନା ଥିଲା ଭୟ ନା ଲଜ୍ଜା, ଏମିତି ଲାଗୁଥିଲା ‘ପ୍ୟାର୍‌ କିୟା ତୋ ଡରନା କ୍ୟା’ ଗୀତକୁ ଭଲ ଭାବେ ବୁଝିଛନ୍ତି ଏହି ପ୍ରେମୀ ଯୁଗଳ।

ଅଦ୍ୟତନ ହୋଇଛି
Lovebirds romance on busy street

Lovebirds romance on busy street

Advertisment

ରାସ୍ତା ମଝିରେ ରୋମାନ୍ସ। ତା’ବି ପୁଣି ସର୍ବସମ୍ମୁଖରେ। ନା ଥିଲା ଭୟ ନା ଲଜ୍ଜା, ଏମିତି ଲାଗୁଥିଲା ‘ପ୍ୟାର୍‌ କିୟା ତୋ ଡରନା କ୍ୟା’ ଗୀତକୁ ଭଲ ଭାବେ ବୁଝିଛନ୍ତି ଏହି ପ୍ରେମୀ ଯୁଗଳ। ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଠି ରାସ୍ତା ମଝିରେ ପ୍ରେମୀ ଯୁଗଳ ରୋମାନ୍ସ କରୁଥିବା ନଜର ଆସିଛି। ଉତ୍ତରପ୍ରଦେଶ ଲକ୍ଷ୍ନୌର ହଜରତ୍‌ଗଞ୍ଜ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ସାକ୍ଷୀ ନାମକ ଜଣେ ୟୁଜର ଟ୍ୱିଟରରେ ଏହି ଭିଡିଓ ଶେୟାର କରିଛନ୍ତି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଯୁବକ ଜଣକ ସ୍କୁଟି ଚଲାଉ ଥିବାବେଳେ ଯୁବତୀ ତାଙ୍କୁ ଆଲିଙ୍ଗନ କରି ବସିବା ସହ କିସ୍‌ କରୁଛନ୍ତି। ଏହି ସମୟରେ ସେଇ ରାସ୍ତା ଦେଇ ଯାଉଥିବା ଅନ୍ୟମାନେ ଏସବୁ ଦେଖୁଥିଲେ ମଧ୍ୟ ପ୍ରେମୀ ଯୁଗଳଙ୍କୁ ଟିକିଏ ବି ଖରାପ ଲାଗୁ ନଥିବା ଜଣାପଡ଼ିଛି। କାରଣ ସେମାନେ ସେମିତି ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି।

Advertisment

ଭିଡିଓ ଭାଇରାଲ୍‌ ପରେ ପୋଲିସ୍‌ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି। ସେପଟେ ଭାଇରାଲ୍‌ ଭିଡିଓକୁ ନେଇ ୟୁଜର୍ସ ‌ଅନେକ କମେଣ୍ଟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ମୋ ଦେଶ ବଦଳୁଛି, ଆଗକୁ ବଢ଼ୁଛି’। ଆଉ ଜଣେ ୟୁଜର ଲେଖିଛନ୍ତି, ‘ଲକ୍ଷ୍ନୌ ଭଲ ପାଇବାର ସହର’। 

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ