‘I am sorry Sanju’ bizarre billboard spotted in Noida
‘ମୋତେ କ୍ଷମା କରିଦିଅ ସଞ୍ଜୁ। ମୁଁ ତୁମକୁ ଆଉ କେବେବି ଦୁଃଖ ପହଞ୍ଚାଇବି ନାହିଁ। ତୁମର ସୁଶ୍...’। ଏଭଳି କିଛି ଅଜବ ହୋର୍ଡିଂ ନୋଏଡାରେ ଦେଖିବାକୁ ମିଳିଛି। ଯାହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଖାଲି ଭାଇରାଲ୍ ନୁହେଁ ଏବେ ଏହି ଫଟୋକୁ ନେଇ ଚର୍ଚ୍ଚା ମଧ୍ୟ ହେଉଛି।
ଯଦି ଆପଣ କିଛି ଭୁଲ୍ କରିଛନ୍ତି, ତା’ହେଲେ କେମିତି କ୍ଷମା ମାଗିବେ ? ହୁଏତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମେସେଜ ପଠାଇ କିମ୍ବା ତାଙ୍କ ସହ କଥା ହୋଇ କ୍ଷମା ମାଗିବେ। ଅତି ବେଶୀରେ କେହି କେହି ଗିଫ୍ଟ ଦେଇ ମନାଇଥାନ୍ତି। ହେଲେ ନୋଏଡାର ଜଣେ ଯୁବତୀ ତାଙ୍କ ସାଙ୍ଗକୁ ମନାଇବା ପାଇଁ ଏମିତି କିଛି କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା।
ନୋଏଡା ରାସ୍ତାକଡ଼ରେ ହୋର୍ଡିଂ ଲଗାଇ ଯୁବତୀ ଜଣକ ତାଙ୍କ ସାଙ୍ଗକୁ କ୍ଷମା ମାଗିଛନ୍ତି। ଯାହାକି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି। ଏଥିରେ ଲେଖା ଯାଇଛି, ‘ମୋତେ କ୍ଷମା କରିଦିଅ ସଞ୍ଜୁ। ମୁଁ ତୁମକୁ ଆଉ କେବେବି ଦୁଃଖ ପହଞ୍ଚାଇବି ନାହିଁ। ତୁମର ସୁଶ୍...’। ଏଥିରେ ୨ ଜଣ ଛୋଟ ଛୁଆଙ୍କ ଫଟୋ ଲଗାଯାଇଛି। ନୋଏଡା ସେକ୍ଟର ୧୨୫ରେ ଏଭଳି ହୋର୍ଡିଂ ଲାଗିଥିବା ନଜର ଆସିଛି।
ସୋସିଆଲ୍ ମିଡିଆରେ ଏଭଳି ଫଟୋ ଭାଇରାଲ୍ ପରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।
Noida cannot be defeated
— Corporate Apoorv (@donothingapoorv) June 26, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687941032.jpg)