Advertisment

କାର୍‌ର ପିଛା କଲେ, ଡ୍ରାଇଭରଙ୍କୁ ଧମକ ଦେଲେ...ପୁରା ଏରିଆରେ ଆତଙ୍କ ଖେଳାଇଲେ

କାର୍‌କୁ ପିଛା କରି କେତେବେଳେ କାର୍‌ ଆଗକୁ ଚାଲି ଆସୁଥିଲେ ତ ଆଉ କେତେବେଳେ ସାଇଡ୍‌ରେ ବାଇକ୍‌ ଚଲାଇ ଯାଉଥିଲେ। ଏମିତି କିଛି ସମୟ ପାଇଁ ଦୁର୍ବୃତ୍ତମାନେ ଆତଙ୍କିତ କରି ପୁରା ଅଞ୍ଚଳକୁ ରଖିଥିଲେ।

ଅଦ୍ୟତନ ହୋଇଛି
Goons Chase Car And Threaten Driver In Bengaluru

Goons Chase Car And Threaten Driver In Bengaluru

Advertisment

ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। କାର୍‌କୁ ପିଛା କରି କେତେବେଳେ କାର୍‌ ଆଗକୁ ଚାଲି ଆସୁଥିଲେ ତ ଆଉ କେତେବେଳେ ସାଇଡ୍‌ରେ ବାଇକ୍‌ ଚଲାଇ ଯାଉଥିଲେ। ଏମିତି କିଛି ସମୟ ପାଇଁ ଦୁର୍ବୃତ୍ତମାନେ ଆତଙ୍କିତ କରି ପୁରା ଅଞ୍ଚଳକୁ ରଖିଥିଲେ। ଉଦ୍ଦେଶ୍ୟ ଥିଲା କାର୍‌କୁ ଅଟକାଇ ଝଗଡ଼ା କରିବା। ଭିଡିଓଟି କାର୍‌ରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ବେଳେ ସୋସିଆଲ୍‌ ମିଡିଆରେ ଏବେ ଭାଇରାଲ୍‌ ହେଉଛି। ଜୁଲାଇ ୧୩ରେ ବେଙ୍ଗାଲୁରୁର ଡିଏସ୍‌ଆର୍‌ ରିଭେରାରୁ ଭରଥୁରକୁ କନେକ୍ଟ କରୁଥିବା ରାସ୍ତାରେ ଏହି ଘଟଣା ଘଟିଛି। ଏହି ଘଟଣାରେ ବେଙ୍ଗାଲୁରୁ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ୪ ଜଣ ବ୍ୟକ୍ତି ବାଇକ୍‌ ଓ ସ୍କୁଟିରେ ଆସି କାର୍‌ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି। ଦୁର୍ବୃତ୍ତମାନେ କାର୍‌ ସାମ୍ନାରେ ଗାଡ଼ିକୁ ଧୀରେ ଧୀରେ ଚଲାଉଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲ୍‌ମେଟ୍‌ ପିନ୍ଧିବା ସହ ଅନ୍ୟମାନେ କେହି ହେଲ୍‌ମେଟ୍‌ ପିନ୍ଧି ନାହାନ୍ତି। କାର୍‌ ଡ୍ରାଇଭର ଗାଡ଼ି ହର୍ଣ୍ଣ ବଜାଇ ସାଇଡ୍‌ ହେବାକୁ କହିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଏସବୁକୁ ଖାତିର କରିନଥିଲେ। 

Advertisment

ଏମିତି କିଛି ସମୟ ଚାଲିବା ପରେ ସ୍କୁଟି ଚଲାଉ ଥିବା ବ୍ୟକ୍ତି ଜଣକ ରାସ୍ତା ମଝିରେ ସ୍କୁଟି ରଖି କାର୍‌କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ଏହାପରେ କାର୍‌ ଡ୍ରାଇଭରଙ୍କ ପାଖକୁ ଆସି ସେ ଝଗଡ଼ା କରିବା ପାଇଁ ବାହାରିଥିଲେ। କ’ଣ ହୋଇଛି, କାହିଁକି ଗାଡ଼ି ଅଟକାଉଛ ବୋଲି କାର୍‌ ଡ୍ରାଇଭର ପଚାରୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। ହେଲେ ଅନ୍ୟ ୩ ଜଣ ଦୁର୍ବୃତ୍ତ ଆସି ପ୍ରଥମେ କାର୍‌କୁ ଅଟକାଇବା ପାଇଁ ପ୍ରୟାସ କରିଥିବା ବ୍ୟକ୍ତି ସହ ଯୋଗ ଦେଇଥିଲେ। ଏସବୁ ଦେଖି କାର୍‌ ଡ୍ରାଇଭର ଗାଡ଼ିକୁ ପଛୁଆ ପଛୁଆ କରି ୟୁଟର୍ଣ୍ଣ ମାରି ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଥିଲେ।

Advertisment

ଭିଡିଓ ଭାଇରାଲ୍‌ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ଘଟଣାରେ ପୋଲିସ୍‌ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। 

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ