‘ଫେକ୍‌ ସୋସିଆଲ ମିଡିଆ ଆକାଉଣ୍ଟକୁ ଫଲୋ କରନ୍ତୁ ନାହିଁ ’; ଲିଷ୍ଟ ଜାରି କଲା CBSE

ଫେକ୍‌ ଆକାଉଣ୍ଟ ପ୍ରତି ସାବଧାନ ! କିଛି ନୋଟିସ୍‌ ପାଇବା ପୂର୍ବରୁ ଯାଞ୍ଚ କରନ୍ତୁ ଆକାଉଣ୍ଟ । ଫେକ୍‌ ଆକାଉଣ୍ଟ ଲିଷ୍ଟ ଜାରି କଲା CBSE...

‘Don’t follow these fake social media handles’

ଫେକ୍‌ ଆକାଉଣ୍ଟ ପ୍ରତି ସାବଧାନ ! କିଛି ନୋଟିସ୍‌ ପାଇବା ପୂର୍ବରୁ ଯାଞ୍ଚ କରନ୍ତୁ ଆକାଉଣ୍ଟ । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ଫେକ୍‌ ହ୍ୟାଣ୍ଡେଲଗୁଡିକର ଏକ ତାଲିକା ପ୍ରକାଶ କରିଛି । ଯାହା ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଏକ୍ସରେ (ପୂର୍ବରୁ ଟ୍ୱିଟର) ସିବିଏସ୍ଇ ନାମ ଏବଂ / କିମ୍ବା ଲୋଗୋ ବ୍ୟବହାର କରିଥିବାର ମିଳିଛି । ଏକ୍ସରେ ଅନେକ ଆକାଉଣ୍ଟ ରହିଛି ଯାହା CBSE ପରି ଦେଖାଯାଉଛି, ତଥାପି, ଛାତ୍ରମାନେ ମନେ ରଖିବା ଉଚିତ୍ ଯେ @cbseindia29' ହ୍ୟାଣ୍ଡେଲ ସହିତ 'X'ରେ CBSEର କେବଳ ଗୋଟିଏ ଅଫିସିଆଲ୍ ଆକାଉଣ୍ଟ୍ ରହିଛି ।

@Cbse_official @cbseboard
@CBSENEWSINDIA @CBSEupdates
@CBSE_Results @cbse_guide
@cbseexamresults @cbse_news
@CBSE_HQ @cbse_nic_in
@cbscExam @CBSEINDIA

CBSE ପ୍ରାୟ ୩୦ଟି ଏକ୍ସରେ (ପୂର୍ବରୁ ଟ୍ୱିଟର ଥିବା) ହ୍ୟାଣ୍ଡେଲ ତାଲିକାଭୁକ୍ତ କରିଛି ଯାହା ବୋର୍ଡର ହ୍ୟାଣ୍ଡେଲକୁ କପି କରୁଛି ଓ ଭୁଲ ତଥ୍ୟ ପ୍ରଦାନ କରୁଛି ।

“ସୂଚନା ଦିଆଯାଇଛି ଯେ ଏହି ସୋସିଆଲ ମିଡିଆ ହ୍ୟାଣ୍ଡେଲ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଜନସାଧାରଣଙ୍କୁ ସତର୍କ କରାଯାଇଛି ଓ ସିବିଏସ୍ଇ ସମ୍ବନ୍ଧୀୟ ଯାଞ୍ଚ ଓ ଠୋସ୍ ସୂଚନା ପାଇଁ କେବଳ CBSEର ଅଫିସିଆଲ୍ ‘X’ ହ୍ୟାଣ୍ଡେଲ୍ ଫଲୋ କରିବାକୁ ପରାମର୍ଶ ଦିଆଯାଇଛି ।’ ବୋର୍ଡ ଏକ ସରକାରୀ ବିଜ୍ଞପ୍ତିରେ ଏହା କହିଛି ।

 

 ସିବିଏସ୍ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ମଧ୍ୟ ପ୍ରକାଶ କରିଛି, ଯାହା ଫେବୃଆରୀ ୧୫ରୁ ଆରମ୍ଭ ହେବାକୁ ଯାଉଛି । ଏଥିସହ, ଚଳିତ ବର୍ଷ ସିବିଏସ୍ଇ ଛାତ୍ରମାନଙ୍କୁ କୌଣସି ସାମଗ୍ରିକ ବିଭାଜନ, ପାର୍ଥକ୍ୟ କିମ୍ବା ଏଗ୍ରିଗେଟ୍ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । 

ନକଲି ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡିକ ବିଷୟରେ CBSEର ସତର୍କତା ଅବଲମ୍ବନ କରିଛି । ଅନ୍‌ଲାଇନ୍ ପ୍ଲାଟଫର୍ମରେ ସଚେତନତାର ଗୁରୁତ୍ୱକୁ ନେଇ, ବିଶେଷତଃ ୧ ଫେବୃଆରୀରୁ ଦଶମ ଓ ଦ୍ୱାଦଶ କ୍ଲାସ୍ ପାଇଁ ଓ ଆଗାମୀ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ସିବିଏସ୍‌‌ଇ । ଯେହେତୁ ଭୁଲ ତଥ୍ୟ ସେୟାର କରୁଛନ୍ତି ଏହି ଫେକ୍‌ ଆକାଉଣ୍ଟ । ତେଣୁ ଛାତ୍ର, ଅଭିଭାବକ ଓ ସାଧାରଣ ଜନତାଙ୍କ ପାଇଁ କେବଳ ସରକାରୀ ସୂଚନା ପାଇଁ ଯାଞ୍ଚ ହୋଇଥିବା ଆକାଉଣ୍ଟ ଉପରେ ନିର୍ଭର କରିବା ଜରୁରୀ ରହିଛି ।