Amitabh Bachchan look alike shashikant pedval video goes viral
ଶତାବ୍ଦୀର ମେଗାଷ୍ଟାର କୁହାଯାଉଥିବା ଅମିତାଭ ବଚ୍ଚନଙ୍କ ଦିୱାନା କିଏ ବା ନୁହେଁ? ସେ ନୂଆ ପିଢି ହୁଅନ୍ତୁ ବା କିମ୍ବା ପୁରୁଣା ପିଢି, ଆଙ୍ଗ୍ରୀ ୟଙ୍ଗ ମ୍ୟାନ୍ ଅମିତାଭ ବଚ୍ଚନଙ୍କ ପାଇଁ ସମସ୍ତଙ୍କର ବିଶେଷ ସମ୍ମାନ ଏବଂ ଭଲପାଇବା ଅଛି। ଲୋକମାନେ ସବୁବେଳେ ତାଙ୍କ ପ୍ରିୟ ଚିର ସବୁଜ ହିରୋଙ୍କ ଝଲକ ପାଇବାକୁ ଆଗ୍ରହୀ। ସେଥିପାଇଁ ଅମିତାଭ ବଚ୍ଚନଙ୍କୁ ନେଇ ଅନେକ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥାଏ।
ଆଜିକାଲି ଏହିପରି ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହା ଅମିତାଭ ବଚ୍ଚନଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଆପଣ ବି ଏହି ଭିଡିଓ ଦେଖିଲେ ଆପଣଙ୍କ ଆଖି ଧୋକା ଖାଇଯିବ। ଆପଣ ବି ଭାବିବେ ଏହା ପ୍ରକୃତ ଅମିତାଭ। ଏ କିନ୍ତୁ ଅମିତାଭ ନୁହଁନ୍ତି, ବରଂ ତାଙ୍କର ଜେରକ୍ସ କପି।
ଅମିତାଭଙ୍କ ଜେରକ୍ସ କପି କୁହାଯାଉଥିବା ଏହି ବ୍ୟକ୍ତି ଅମିତାଭ ବଚ୍ଚନଙ୍କ ପରି ଜନସାଧାରଣଙ୍କ ମଧ୍ୟରେ ପ୍ରସିଦ୍ଧ। ତାଙ୍କ ନାମ ଶଶିକାନ୍ତ ପେଡ୍ୱାଲ୍। ତାଙ୍କର ଚେହେରା, ଚୁଟି, ଷ୍ଟାଇଲ୍, ଲୁକ୍ ଏବଂ ହସ ସବୁକିଛି ପୂରା ଅମିତାଭ ବଚ୍ଚନଙ୍କ ସହ ସମାନ।
ଅମିତାଭଙ୍କ ଏହି ଜେରକ୍ସ ବ୍ୟକ୍ତି ବୃତ୍ତି ଅନୁଯାୟୀ ଅଭିନେତା ନୁହଁନ୍ତି। ସେ ହେଉଛନ୍ତି ଜଣେ ପ୍ରଫେସର କିନ୍ତୁ ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ହୋଇ ଲକ୍ଷ ଲକ୍ଷ ଲୋକଙ୍କୁ ଖୁସି କରନ୍ତି। ଏହି ଭିଡିଓରେ ଅମିତାଭ ବଚ୍ଚନ ଭାବରେ ଶଶିକାନ୍ତ ପେଡ୍ୱାଲ୍ ଏକ ପୋଷାକ ଟ୍ରାଏଲ୍ କରୁଛନ୍ତି। ଏହି ସମୟରେ ସେ ଅବିକଳ ଅମିତାଭ ବଚ୍ଚନଙ୍କ ପରି ଦେଖାଯାଉଛନ୍ତି। ଏହାକୁ ଦେଖି ବଚ୍ଚନ ପରିବାର ଆଖି ମଧ୍ୟ ଧୋକା ଖାଇଯିବ।
ଅମିତାଭ ବଚ୍ଚନ ହେବାର ଶଶିକାନ୍ତ ପେଡ୍ୱାଲଙ୍କ ହବି ନୂଆ ନୁହେଁ। ତାଙ୍କ ଚେହେରା ଅମିତାଭ ବଚ୍ଚନଙ୍କ ସହ ଏତେ ମିଶିଯାଏ ଯେ ଲୋକମାନେ ତାଙ୍କୁ ଅନାଇ ପଛକୁ ଘୁଞ୍ଚି ହାତ ଯୋଡି ନମସ୍କାର କରନ୍ତି। ଶଶିକାନ୍ତ ନିଜେ ଅମିତାଭ ବଚ୍ଚନଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ସେ ଅମିତାଭଙ୍କ ଅନ୍ୟ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ପୋଷ୍ଟ୍ କରନ୍ତି, ଯାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।
ପ୍ରକାଶଥାଉ ଯେ ଇନ୍ଷ୍ଟାଗ୍ରାମରେ ଶଶିକାନ୍ତଙ୍କର ୧ ମିଲିୟନ ଫଲୋର୍ସ ଅଛନ୍ତି। ଆପଣ ମଧ୍ୟ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଚେକ୍ କରି ତାଙ୍କର ବିଭିନ୍ନ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ସବୁ ଭିଡିଓରେ ଆପଣ ଅମିତାଭଙ୍କୁ ହିଁ ଦେଖିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683642859.jpg)