Advertisment

ପୃଥିବୀକୁ ରକ୍ଷା କରିବା ନେଇ ବ୍ୟବହାର ହେବ ପରମାଣୁ ବୋମା!

ପରମାଣୁ ବୋମା ସୃଷ୍ଟି ବିନାଶର କାରଣ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଯଦି କିଏ କହେ ପୃଥିବୀକୁ ରକ୍ଷା କରିବାକୁ ହେଲେ ପରମାଣୁ ବୋମା ବିସ୍ଫୋରଣ କରିବା ଆବଶ୍ୟକ ହୋଇପାରେ, ଏହାକୁ ବିଶ୍ୱାସ କରିବା ଅସମ୍ଭବ। କିନ୍ତୁ ଏହା ସତ। ଭବିଷ୍ୟତରେ ପୃଥିବୀକୁ ବିନାଶରୁ ରକ୍ଷା କରିବା ପାଇଁ ଆମକୁ ପରମାଣୁ ବୋମା ବିସ୍ଫୋରଣ କରିବାର ବିକଳ୍ପ ଗ୍ରହଣ କରିବାକୁ ପଡିବ ବୋଲି ଆମେରିକାର ଲରେନ୍ସ ଲିଭର୍‌ମୋର ନ୍ୟାସ୍‌ନାଲ୍‌ ଲାବୋରେଟୋରୀର ପୂର୍ବତନ ଗବେଷକ ପାଟ୍ରିକ୍ କିଙ୍ଗ ମତ ଦେଇଛନ୍ତି।

Nuclear bombs could be necessary to save earth

Nuclear bombs could be necessary to save earth

Advertisment

ପରମାଣୁ ବୋମା ସୃଷ୍ଟି ବିନାଶର କାରଣ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଯଦି କିଏ କହେ ପୃଥିବୀକୁ ରକ୍ଷା କରିବାକୁ ହେଲେ ପରମାଣୁ ବୋମା ବିସ୍ଫୋରଣ କରିବା ଆବଶ୍ୟକ ହୋଇପାରେ, ଏହାକୁ ବିଶ୍ୱାସ କରିବା ଅସମ୍ଭବ। କିନ୍ତୁ ଏହା ସତ। ଭବିଷ୍ୟତରେ ପୃଥିବୀକୁ ବିନାଶରୁ ରକ୍ଷା କରିବା ପାଇଁ ଆମକୁ ପରମାଣୁ ବୋମା ବିସ୍ଫୋରଣ କରିବାର ବିକଳ୍ପ ଗ୍ରହଣ କରିବାକୁ ପଡିବ ବୋଲି ଆମେରିକାର ଲରେନ୍ସ ଲିଭର୍‌ମୋର ନ୍ୟାସ୍‌ନାଲ୍‌ ଲାବୋରେଟୋରୀର ପୂର୍ବତନ ଗବେଷକ ପାଟ୍ରିକ୍ କିଙ୍ଗ ମତ ଦେଇଛନ୍ତି।

Advertisment

ବିଜ୍ଞାନ ପ୍ରମାଣ କରିଛି ଯେ ପ୍ରାୟ ୬୬ ନିୟୁତ ବର୍ଷ ପୂର୍ବେ ଏହି ପୃଥିବୀ ସହିତ ଏକ ବହୁତ ବଡ ଆଷ୍ଟେରଏଡ୍ ଧକ୍କା ହୋଇଥିଲା, ଯେଉଁଥିରେ ଡାଇନୋସର ପରି ବିଶାଳକାୟ ଜୀବଙ୍କର ଅସ୍ତିତ୍ୱ ସମାପ୍ତ ହୋଇଥିଲା। ସେବେଠାରୁ ପୃଥିବୀରେ ଏହିଭଳି ଆଉ କୌଣସି ବଡ଼ ଦୁର୍ଘଟଣା ଘଟି ନାହିଁ।

କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମର ଭବିଷ୍ୟତ ସମ୍ପୂର୍ଣ୍ଣ ସୁରକ୍ଷିତ । ମହାକାଶ ବୈଜ୍ଞାନିକମାନେ କୁହନ୍ତି ଯେ ପୃଥିବୀ ସହିତ ଆଷ୍ଟେରଏଡ୍‌ ଧକ୍କା କେବଳ ଅତୀତରେ ସୀମିତ ନୁହେଁ, ଭବିଷ୍ୟତରେ ଏଥିପ୍ରତି ମଧ୍ୟ ବିପଦ ରହିଛି। ଏ ଦିଗରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ପାଟ୍ରିକ୍ କିଙ୍ଗ୍‌ ଏହି ଚେତାବନୀ ଦେଇଛନ୍ତି।

Advertisment

ପାଟ୍ରିକ୍ କିଙ୍ଗ୍‌ ତାଙ୍କ ଅଧ୍ୟୟନରେ କହିଛନ୍ତି ଯେ ଭବିଷ୍ୟତରେ ପୃଥିବୀକୁ ନଷ୍ଟ କରିବାକୁ ଥିବା ଆଷ୍ଟେରଏଡରୁ ରକ୍ଷା ପାଇବା ପାଇଁ ପରମାଣୁ ବୋମା ବ୍ୟବହାର କରାଯିବା ଉଚିତ। ସେ ଯୁକ୍ତି କରନ୍ତି ଯେ ଯଦି ମଣିଷ ଏହି ଗ୍ରହମାନଙ୍କୁ ପୃଥିବୀ ସହିତ ଧକ୍କା ହେବା ପୂର୍ବରୁ ରୋକିବାରେ ବିଫଳ ହୁଏ, ତେବେ ମାନବତାକୁ ବଞ୍ଚାଇବା ପାଇଁ ଆମର କେବଳ ଗୋଟିଏ ଉପାୟ ରହିବ। ତାହା ହେଉଛି ପରମାଣୁ ବୋମାର ବ୍ୟବହାର।

Advertisment

ଏହି ଅନୁସନ୍ଧାନ ଆକ୍ଟା ଆଷ୍ଟ୍ରୋନଉଟିକା ପତ୍ରିକାରେ ପ୍ରକାଶିତ ହୋଇଛି। ତେବେ ଆଷ୍ଟେରଏଡ୍‌କୁ ରୋକିବା ପାଇଁ ପରମାଣୁ ବୋମା ବ୍ୟବହାର ଶେଷ ବିକଳ୍ପ ହେବ ବୋଲି ଏଥିରେ କୁହାଯାଇଛି। କାରଣ ଆଷ୍ଟେରଏଡ୍‌କୁ ବନ୍ଦ କରିବା ପାଇଁ ପରମାଣୁ ବୋମା ବ୍ୟବହାର କରିବାର ପଦ୍ଧତି ଅତ୍ୟନ୍ତ ଜଟିଳ।

Nuclear bombs could be necessary to save earthପୃଥିବୀକୁ ରକ୍ଷା କରିବା ନେଇ ବ୍ୟବହାର ହେବ ପରମାଣୁ ବୋମା!

ପାଟ୍ରିକ୍‌ଙ୍କ୍ ଏହି ପରାମର୍ଶକୁ ନେଇ ଅନେକ ବୈଜ୍ଞାନିକ ଚିନ୍ତାରେ ଅଛନ୍ତି। ସେମାନେ କହିଛନ୍ତି ଯେ ମାନବତାକୁ ବଞ୍ଚାଇବା ପରିବର୍ତ୍ତେ ଏହା କରିବା ଦ୍ୱାରା ଆମେ ମାନବତାକୁ ନଷ୍ଟ କରିଦେବୁ। ପରମାଣୁ ବୋମା ବ୍ୟବହାରରେ ଏଥିରୁ ଉତ୍ପନ୍ନ ରେଡିଓଆକ୍ଟିଭ୍ ଉପାଦାନଗୁଡ଼ିକ ସମଗ୍ର ବ୍ରହ୍ମାଣ୍ଡକୁ ନଷ୍ଟ କରିଦେବ। ଏହି ଉପାଦାନଗୁଡ଼ିକ ପୃଥିବୀରେ ପଡ଼ିବା ଆରମ୍ଭ କରିବ।

ବୈଜ୍ଞାନିକମାନଙ୍କର ଏହି ଚିନ୍ତା ମଧ୍ୟ ଯଥାର୍ଥ। ଏନେଇ ମହାକାଶ ବୈଜ୍ଞାନିକ ନାତାଲି ଷ୍ଟାର୍କି କହିଛନ୍ତି ଯେ ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ ଆମକୁ ଏକ ସ୍ୱତନ୍ତ୍ର ପଦ୍ଧତି ଗ୍ରହଣ କରିବାକୁ ପଡ଼ିବ।

ସେ କହିଛନ୍ତି ଯେ ଯଦି କୌଣସି ଆଷ୍ଟେରଏଡ୍ ପୃଥିବୀ ଦେଇ ଦ୍ରୁତ ଗତିରେ ଗତିକରେ ଏବଂ ପୃଥିବୀର କକ୍ଷପଥରେ ଏହା ପହଞ୍ଚିବା ନେଇ ବିପଦ ଥାଏ ତେବେ ଏହା ପୃଥିବୀର କକ୍ଷପଥକୁ ଆସିବା ପୂର୍ବରୁ ଏହାକୁ ନଷ୍ଟ କରିବା ପାଇଁ ପରମାଣୁ ବୋମା ବ୍ୟବହୃତ ହୋଇପାରେ। ଏହା କରିବା ଦ୍ୱାରା ପୃଥିବୀରେ ରେଡିଓଆକ୍ଟିଭ୍ ଉପାଦାନଗୁଡ଼ିକର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

Earth Nuclear Weapons Science
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ