Advertisment

ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କଲା TMC; କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ କରିବେ ମୁକାବିଲା

ୟୁସୁଫ ବହରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମୁକାବିଲା କରିବେ। ୟୁସୁଫଙ୍କ ବ୍ୟତୀତ ଟିଏମସିର ପ୍ରାର୍ଥୀ ତାଲିକାରେ ୪୧ଜଣଙ୍କ ନାଁ ରହିଛି।

ଅଦ୍ୟତନ ହୋଇଛି
Yusuf Pathan

Yusuf Pathan

Advertisment

ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କଲା TMC। ବହରାମପୁରରୁ ସାଂସଦ ପ୍ରାର୍ଥୀ ହେଲେ ୟୁସୁଫ ପଠାନ। ୪୨ ଜଣିଆ ସାଂସଦ ପ୍ରାର୍ଥୀ ଘୋଷଣା କଲେ ମମତା ବାନାର୍ଜୀ। ଏଥିରୁ ବାଦ୍ ପଡ଼ିଲେ ବାସିରହାଟ ସାଂସଦ ନୁସରତ ଜାହାନ୍‌। କ୍ରିଷ୍ଣାନଗରରୁ ଲଢ଼ିବେ ମହୁଆ ମୈତ୍ର।

Advertisment

ୟୁସୁଫ ବହରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କଂଗ୍ରେସ ନେତା ଆଧୀର ରଞ୍ଜନ ଚୌଧୁରୀଙ୍କୁ ମୁକାବିଲା କରିବେ। ୟୁସୁଫଙ୍କ ବ୍ୟତୀତ ଟିଏମସିର ପ୍ରାର୍ଥୀ ତାଲିକାରେ ୪୧ଜଣଙ୍କ ନାଁ ରହିଛି। ସେହିପରି କୁଚବିହାରରୁ ଜଗଦିଶ ବସୁନିଆ, ଆଲିପୁରଦ୍ୱାରରୁ ପ୍ରକାଶ ବାରିକ, ଜଲପାଇଗୁଡିରୁ ନିର୍ମଳ ରାଏ, ଦାର୍ଜିଲିଂରୁ ଗୋପାଳ ଲାମା, ରାୟଗଞ୍ଜରୁ କୃଷ୍ଣା କଲ୍ୟାଣୀ, ବାଲୁରଘାଟରୁ ବିପ୍ଲବ ମିତ୍ରା, ମାଲଦା ଉତ୍ତରରୁ ପ୍ରସୁନ ବାନାର୍ଜୀ, ମାଲଦା ଦକ୍ଷିଣରୁ ଶାହାନାଜ ଅଲ୍ଲି ରାୟହାନ, ଦୁର୍ଗାପୁରରୁ କିର୍ତ୍ତି ଆଜାଦ, ଆସୋନସୋଲରୁ ଶତ୍ରୁଘ୍ନ ସିହ୍ନା, ବସିରହାଟରୁ ହାଜି ନୁରୁଲ ଇସଲାମ, ଡାଏମଣ୍ଡ ହାର୍ବରରୁ ଅଭିଷେକ ବାନାର୍ଜୀ, ଯାଦବପୁରରୁ ସୟାନୀ ଘୋଷ, କୋଲକାତା ଉତ୍ତରରୁ ସୁଦୀପ ଘୋଷ, ହାୱଡାରୁ ପ୍ରସୁନ୍ନ ବାନାର୍ଜୀ, ହୁଗଳୀରୁ ରଚନା ବାନାର୍ଜୀ ଏବଂ ଓଲୁବୋରିଆରୁ ସଜଦା ଅହମ୍ମଦ ନିର୍ବାଚନ ଲଢ଼ିବେ।

Mamata Banerjee General Elections 2024 TMC Yusuf Pathan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ