Advertisment

ବାହାଘର କଥା ଶୁଣି ଲାଜେଇ ଗଲେ ରାହୁଲ, ଆଉ କହିଲେ...

ଏମିତିରେ ବି ନିଜର ମଜାଳିଆ ଅନ୍ଦାଜ ପାଇଁ ଜଣାଶୁଣା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ।

Lalu - Rahul

Lalu - Rahul

Advertisment

ବିଜେପି ବିରୋଧରେ ଏକାଠି ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଥିବା ବିରୋଧୀ ଦଳ ଗୁଡ଼ିକ ଆଜି ବିହାରର ରାଜଧାନୀ ପାଟନାରେ ମହା ବୈଠକ କରିଥିଲେ । ୪ ଘଣ୍ଟା ଧରି ଚାଲିଥିଲା ଏହି ବୈଠକ । ୧୭ଟି ଦଳର ନେତା ଯୋଗ ଦେଇଥିଲେ। ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏହି ବିରୋଧୀ ମେଣ୍ଟକୁ କିନ୍ତୁ ତାତ୍ସଲ୍ୟ କରିଛନ୍ତି ଅମିତ ଶାହ ।

Advertisment

ତେବେ ବିରୋଧୀଙ୍କ ଏହି ମହା ବୈଠକକୁ ନେଇ ଏବେ ଯେତିକି ଚର୍ଚ୍ଚା, ସେତିକି ଲାଲୁଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା । ମଞ୍ଚ ଉପରେ ବରିଷ୍ଠ ନେତାମାନେ ବସିଥିବା ବେଳେ ରାହୁଲଙ୍କୁ ଛିଗୁଲେଇଲା ଭଳି ଲାଲୁ କହିଛନ୍ତି, ‘ବାହା ହୋଇଯାଅ ଏବେ ବି ଡେରି ହୋଇ ନାହିଁ ।’ ଲାଲୁଙ୍କ ଏଭଳି କଥାକୁ ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତେ ନେତା ଓ କର୍ମୀ ହସିହସି ବେଦମ ହୋଇଥିଲେ । ଏମିତିରେ ବି ନିଜର ମଜାଳିଆ ଅନ୍ଦାଜ ପାଇଁ ଜଣାଶୁଣା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ।

ଲାଲୁ ସିଧାସଳଖ ମାଇକରେ ରାହୁଲ ଗାନ୍ଧିଙ୍କୁ ଦାଢ଼ି କାଟି ବାହା ହେଇ ଯିବାକୁ ପରାମର୍ଶ ଦେଇଥିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଲାଲୁ କହିଛନ୍ତି, ‘ରାହୁଲ ଗାନ୍ଧି ପୂର୍ବରୁ ମୋ ପ୍ରସ୍ତାବ ମାନି ନଥିଲେ। ଆପଣ ବହୁ ଆଗରୁ ବାହା ହୋଇଯିବାର ଥିଲା। କିନ୍ତୁ ଏବେ ବି ଡେରି ହୋଇନି। ଦାଢ଼ି କାଟି ଶୀଘ୍ର ବାହା ହୋଇ ଯାଆନ୍ତୁ। ଆପଣ ବାହା ହୁଅନ୍ତୁ, ଆମେ ବରଯାତ୍ରୀରେ ଯିବୁ । ଆପଣଙ୍କ ମା’ ସୋନିଆ ଗାନ୍ଧି ମଧ୍ୟ ଆପଣ ବାହା ହୁଅନ୍ତୁ ବୋଲି ଚାହୁଁଛନ୍ତି। ସେ ମୋତେ କହିଥିଲେ ଯେ ରାହୁଲ ମୋ କଥା ଶୁଣୁନି। ଦୟା କରି ତାକୁ ବାହା କରାଇ ଦିଅନ୍ତୁ। ତେଣୁ ଆପଣ ଶୀଘ୍ର ବାହା ହୋଇଯାଆନ୍ତୁ।’ 

Advertisment

ଲାଲୁଙ୍କ ଏଭଳି କଥା ଶୁଣିବା ପରେ ରାହୁଲ ସ୍ମିତ ହାସ୍ୟ ଦେଇଥିଲେ। ଏହାପରେ କହିଥିଲେ ‘ଯଦି ଆପଣ ଏକଥା କହୁଛନ୍ତି, ତା’ହେଲେ ମୋତେ ଆପଣଙ୍କ କଥା ଶୁଣିବାକୁ ପଡ଼ିବ।’ ଲାଲୁ ଓ ରାହୁଲଙ୍କ ଏପରି କଥାବାର୍ତ୍ତା ଶୁଣି ସବୁ ବିରୋଧୀ ଦଳର ନେତାମାନେ ହସିବାରେ ଲାଗିଥିଲେ। ବାହାଘର ପ୍ରସ୍ତାବ ଦେବା ସହ ଆଦାନି ପ୍ରସଙ୍ଗରେ ରାହୁଲ ସଂସଦରେ ଯେଉଁଭଳି ପକ୍ଷ ରଖିଥିଲେ, ତା’କୁ ମଧ୍ୟ ଲାଲୁ ପ୍ରଶଂସା କରିଥିଲେ ।

ତେବେ ମହା ବୈଠକ ପରେ ବିରୋଧୀ ଦଳଗୁଡ଼ିକ ଏକାଠି ନିର୍ବାଚନ ଲଢ଼ିବାକୁ ରାଜି ଥିବା କହିଛନ୍ତି। ହେଲେ ଏଥିରେ କେଁ ରହିଛି। ତେଣୁ ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ କରିବା ପାଇଁ ଆସନ୍ତାମାସରେ ପୁଣି ଗୋଟିଏ ବୈଠକ ହେବ। ଏଥର ପାଟନାରେ ବୈଠକ ହୋଇଥିବା ବେଳେ ଆସନ୍ତା ମାସରେ ହିମାଚଳ ପ୍ରଦେଶର ଶିମଲାରେ ମାନସମନ୍ଥନ ହେବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି।

Advertisment

Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ