ଅନୁଗୁଳ ଜିଲ୍ଲା ପରିଷଦ ହାଲଚାଲ୍ ! ବିକାଶ ରାସ୍ତାରେ କେତେ ଆଗକୁ ବଢିଛି ଜିଲ୍ଲା ?

ଶିଳ୍ପ ସମୃଦ୍ଧ ଜିଲ୍ଲା ହେଲେ ବି ସମସ୍ୟା କିଛି କମ ନୁହେଁ ଅନୁଗୁଳରେ କେଉଁଠି ପ୍ରଦୂଷଣକୁ ନେଇ ଲୋକେ ସନ୍ତୁଳି ହେଉଛନ୍ତି ତ ଆଉ କେଉଁଠି ବିସ୍ଥାପନ ସମସ୍ୟାରେ ଅତିଷ୍ଠ ଏଠାକାର ବାସିନ୍ଦା ।  ତାଳଚେର ଓ ଛେଣ୍ଡିପଦାରେ କୋଇଲା ଖଣି ପାଇଁ ବହୁ ଲୋକ ସେମାନଙ୍କ ଭିଟାମାଟି ହରାଇଛନ୍ତି ।

କାହାର ହେବ ଅନୁଗୁଳ ଜିଲ୍ଲା ପରିଷଦ?

News Summary

ପୁରୁଣା ପ୍ରତିଶ୍ରୁତି କେତେ ପୂରା, କେତେ ଅଧୁରା?

ପ୍ରଦୂଷଣ, ବିସ୍ଥାପନ, ସ୍ୱାସ୍ଥ୍ୟସେବା ପ୍ରମୁଖ ପ୍ରସଙ୍ଗ

ପଞ୍ଚାୟତ ମହାଲଢ଼େଇ ପାଇଁ ସରଗରମ ଅନୁଗୁଳ

ଅନୁଗୁଳ ଜିଲ୍ଲାରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ପରିଷଦ ଗଢିଥିଲା ବିଜେଡି । ଅଧ୍ୟକ୍ଷ ପଦରେ ବସିଥିଲେ ବାସନ୍ତୀ କିଷାନ । ଉପାଧ୍ୟକ୍ଷ ହୋଇଥିଲେ ଇନ୍ଦ୍ରମଣୀ ଗଡନାୟକ । ତେବେ ଯଦି ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ଦେଖିବା, ତାହେଲେ ୨୮ ଜୋନ୍ ବିଶିଷ୍ଟ ଏଇ ପରିଷଦରେ ବିଜେଡି ହାତରେ ଅଛି ସର୍ବାଧିକ ୧୬ଟି ଜୋନ୍ । ବିଜେପି ପାଖରେ ରହିଛି ୧୨ଟି ଆସନ ।

ଗତ ନିର୍ବାଚନରେ ଖାତା ଖୋଲିପାରିନଥିଲା କଂଗ୍ରେସ । ଏ ତ ଗଲା ଜିଲ୍ଲା ପରିଷଦ କଥା, ତେବେ ୮ ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୮ ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୨୨୫ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ, ଆଉ ଓ୍ୱାର୍ଡ ସଂଖ୍ୟା ହେଲା- ୩୦୨୮ ।

ପ୍ରଦୂଷଣ ଠାରୁ ବିସ୍ଥାପନ, ବେରୋଜଗାର ଆଉ ଅସୁସ୍ଥ ସ୍ୱାସ୍ଥ୍ୟ ସେବା ତଥା ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ମାଳ ମାଳ ସମସ୍ୟା । ଯାହାକୁ ଏଥର ନିର୍ବାଚନରେ ମୁଦ୍ଦା କରିଛନ୍ତି ସ୍ଥାନୀୟ ଭୋଟର । ସେପଟେ ଜୋର ଧରିଲାଣି ଗାଁ ରାଜନୀତି । ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଚାଲିଛି ତିନି ପ୍ରମୁଖ ଦଳର କସରତ ।

ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନ ପାଇଁ ଅନୁଗୁଳରେ ଉଷ୍ମ ହେବାରେ ଲାଗିଛି ରାଜନୀତି । ରାଲି, ରୋଡ ସୋ ସହ ଡୋର ଟୁ ଡୋର କ୍ୟାମ୍ପେନିଂ କରି ମତଦାତାଙ୍କ ମନ ଜିତିବାକୁ ଉଦ୍ୟମ ଚଳାଇଛନ୍ତି ତିନି ପ୍ରମୁଖ ଦଳର ନେତା । ବିଜେଡି ଓ ବିଜେପି ମଧ୍ୟରେ ଏଥର କଡା କଡା ଟକ୍କରର ଆଶା କରାଯାଉଥିବା ବେଳେ ପଛରେ ପଡିନି କଂଗ୍ରେସ । ୨୦୧୭ ପଞ୍ଚାୟତ ନିର୍ବାଚନରେ ୨୮ ଆସନରୁ ୧୬ଟି ଜିତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା ବିଜେଡି ବିଜେପି ପାଇଥିଲା ୧୨ଟି ସିଟ୍ ଖାତା ଖୋଲିନପାରିନଥିଲା କଂଗ୍ରେସ । ଏବେ ଜିଲ୍ଲାର ୫ ବିଧାୟକ ବିଜେଡିର ଥିବାରୁ ରେଜଲ୍ଟ ରିପିଟ୍ କରିବାକୁ ଲକ୍ଷ୍ୟ ରଖିଛି ଶାସକ ଦଳ ।

ତେବେ ଦଳୀୟ ଅନ୍ତକନ୍ଦଳ ଆଗାମୀ ନିର୍ବାଚନରେ ଦଳ ପାଇଁ ଘାତକ ସାବ୍ୟସ୍ତ ହେବାର ଆଶଙ୍କା କରାଯାଉଛି । ଏପଟେ ଗତ ନିର୍ବାଚନରେ ୧୨ଟି ଜୋନ ହାସଲ କରି ବିଜେଡିକୁ କଡା ଟକ୍କର ଦେଇଥିବା ବିଜେପି ଏଥର ପୁରା ଦମ ଲଗାଇଛି । ଚଳିତ ଥର ମ୍ୟାଜିକ ନମ୍ବର ହାସଲ କରିବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଦଖଲ କରିବା ଲକ୍ଷ୍ୟରେ ରହିଛି ବିଜେପି ଦଳ । ବିଜେଡି ଅନ୍ତଃକନ୍ଦଳର ଫାଇଦା ନେବା ଚକ୍କରରେ ଥିବାବେଳେ ବିଜେପି ରଣନୀତିକୁ ବଳ ଯୋଗାଇଛି ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁଙ୍କ ଯୋଗଦାନ ।

ଏପଟେ କଂଗ୍ରେସକୁ କିନ୍ତୁ ଗତ ଥର ଭଳି ଏଥର ବି କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ । ଗତଥର ଗୋଟେ ବି ଜୋନ ହାସଲ କରିନଥିବା କଂଗ୍ରେସ ଏଠାରେ ଖାତା ଖୋଲିବାକୁ ଜୋରଦାର ଉଦ୍ୟମ ଚଳାଇଛି ।

ଶିଳ୍ପ ସମୃଦ୍ଧ ଜିଲ୍ଲା ହେଲେ ବି ସମସ୍ୟା କିଛି କମ ନୁହେଁ ଅନୁଗୁଳରେ କେଉଁଠି ପ୍ରଦୂଷଣକୁ ନେଇ ଲୋକେ ସନ୍ତୁଳି ହେଉଛନ୍ତି ତ ଆଉ କେଉଁଠି ବିସ୍ଥାପନ ସମସ୍ୟାରେ ଅତିଷ୍ଠ ଏଠାକାର ବାସିନ୍ଦା ।  ତାଳଚେର ଓ ଛେଣ୍ଡିପଦାରେ କୋଇଲା ଖଣି ପାଇଁ ବହୁ ଲୋକ ସେମାନଙ୍କ ଭିଟାମାଟି ହରାଇଛନ୍ତି । ସେହିପରି ନାଲକୋ,NTPC ଓ ଅନେକ ବେସରକାରୀ ଶିଳ୍ପାନୁଷ୍ଠାନ ପାଇଁ ବିସ୍ଥାପିତ ହୋଇଛନ୍ତି । ଶହ ଶହଲୋକ ଅସମ୍ପୂର୍ଣ୍ଣ ଓ ଅଚଳ ଜଳସେଚନ ପ୍ରକଳ୍ପ ଯୋଗୁ ଚାଷ ଜମିକୁ ଜଳସେଚନ ସୁବିଧା ମିଳୁପାରୁନି ।ମଣ୍ଡି ସମସ୍ୟାକୁ ନେଇ ମଧ୍ୟ ଘାଣ୍ଟି ହେଉଛନ୍ତି ଚାଷୀ ।

ତାଳଚେର ମେଡ଼ିକାଲ କଲେଜରେ ନାମଲେଖା ସହ ଚିକିତ୍ସା ଆରମ୍ଭ ହୋଇନପାରିବାକୁ ନେଇ ଅଞ୍ଚଳରେ ଅସନ୍ତୋଷ ରହିଛି । ଏଥିସହ ଅଧିକାଂଶ ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀ ଅଭାବ କାରଣରୁ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଅନେକ ଲୋକ । ମାଳ ମାଳ ଶିଳ୍ପ ଥାଇ ମଧ୍ୟ ବେରୋଜଗାର ମଧ୍ୟ ଏକ ପ୍ରମୁଖ ସମସ୍ୟା ପାଲଟିଛି ଜିଲ୍ଲାରେ ।