Who Will Be The New CM Of Madhya Pradesh
ଛତିଶଗଡ଼ ପରେ ମଧ୍ୟପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଆଜି ହୋଇପାରେ ଘୋଷଣା । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳଛି ।
ମଧ୍ୟପ୍ରଦେଶ ପାଇଁ କେନ୍ଦ୍ରୀୟ ନେତୃତ୍ୱ ୩ ପର୍ଯ୍ୟବେକ୍ଷକ ଭାବେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର, ଓବିସି ମୋର୍ଚ୍ଚା ମୁଖ୍ୟ କେ. ଲକ୍ଷ୍ମଣ ଓ ବିଜେପି ସଂପାଦକ ଆଶା ଲାକ୍ରାଙ୍କୁ ନିଯୁକ୍ତ କରିଛନ୍ତି । ୩ ଜଣ ପର୍ଯ୍ୟବେକ୍ଷକ ରାଜଧାନୀ ଭୋପାଳରେ ପହଞ୍ଚି ବିଧାନସଭା ଦଳ ସହ ଅପରାହ୍ନରେ ଏକ ବୈଠକ କରିବେ ।
ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବରାଜ ସିଂ ଚୌହାନ, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କୈଲାଶ ବିଜୟଭର୍ଗୀୟଙ୍କ ନାମ ଚର୍ଚ୍ଚାରେ ରହିଛି । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୧୬୩ଟି ଆସନ ଜିତି ବହୁମତ ହାସଲ କରିଛି ।
ତେବେ ରାଜ୍ୟରେ ବିଜେପିର ବିଜୟରେ ମୋଦି ଫ୍ୟାକ୍ଟର ସହ ଶିବରାଜ ସରକାରଙ୍କ 'ଲାଡଲି ବହନା ଯୋଜନା' ମଧ୍ୟ ଶ୍ରେୟ ନେଇଛି । ଏହା ବ୍ୟତୀତ ବିଜେପିର ବିଜୟରେ ଶିବରାଜ ସିଂଙ୍କ ଲୋକପ୍ରିୟତା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏପରି ସ୍ଥିତିରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1702262844.jpg)