Astrospeak
  • Live TV
  • Read In English

ଗୁଜରାଟରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?

ଏପଟେ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜୟ ରୁପାଣୀ କହିଛନ୍ତି, ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବେ । ଜେପି ନଡ୍ଡାଙ୍କର ମାର୍ଗଦର୍ଶନ ବି ମିଳିଥିବା ମଧ୍ୟ କହିଛନ୍ତି ରୁପାଣୀ । ସେ ପଦ ନୁହେଁ, ବରଂ ଦାୟିତ୍ୱ ଚାହାନ୍ତି ବୋଲି କହିଛନ୍ତି । ତାଙ୍କୁ ଯେଉଁ ଦାୟିତ୍ୱ ମିଳିଥିଲା ସେ ସବୁ ସୂଚାରୁ ରୂପେ ପାଳନ କରିଥିବା କହିଛନ୍ତି

Who Will Be The Next Gujarat CM?
Who Will Be The Next Gujarat CM?

News Summary

ଚର୍ଚ୍ଚାରେ ମନସୁଖ ମାଣ୍ଡଭୀୟ, ନୀତିନ ପଟେଲ ଓ ସିଆର ପାଟିଲଙ୍କ ନାଁ

ବିଜେପି ବିଧାୟକ ଦଳ ବୈଠକରେ ଆଜି ହୋଇପାରେ ନିଷ୍ପତ୍ତି

ଅହମଦାବାଦ : ଗୁଜରାଟରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ନିର୍ବାଚନର ପ୍ରାୟ ଏକ ବର୍ଷ ପୂର୍ବରୁ ବିଜେପି ରାଜ୍ୟରେ ସରକାରଙ୍କ ଚେହେରା ପରିବର୍ତ୍ତନ ହେବାକୁ ଯାଉଛି । ଏ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଆଜି ବସିପାରେ ବିଜେପି ବିଧାୟକ ଦଳ ବୈଠକ । ଏଥିରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ସାମିଲ ହୋଇପାରନ୍ତି । ବିଜୟ ରୁପାଣୀଙ୍କ ସ୍ଥାନରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ବୈଠକରେ ନାଁ ଚୂଡ଼ାନ୍ତ ହୋଇପାରେ । ରୁପାଣୀଙ୍କ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଏବଂ ଗୁଜରାଟ ବିଜେପି ମୁଖ୍ୟ ସିଆର ପାଟିଲଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ହେଲେ ଏନେଇ ଦଳୀୟ ନିଷ୍ପତ୍ତି କଣ ରହିବ, ତାଉପରେ ସମସ୍ତଙ୍କର ନଜର ।

ଏପଟେ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜୟ ରୁପାଣୀ କହିଛନ୍ତି, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଦଳ ନିଷ୍ପତ୍ତି ନେବ ।  ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବେ । ଜେପି ନଡ୍ଡାଙ୍କର ମାର୍ଗଦର୍ଶନ ବି ମିଳିଥିବା ମଧ୍ୟ କହିଛନ୍ତି ରୁପାଣୀ । ସେ ପଦ ନୁହେଁ, ବରଂ ଦାୟିତ୍ୱ ଚାହାନ୍ତି ବୋଲି କହିଛନ୍ତି । ତାଙ୍କୁ ଯେଉଁ ଦାୟିତ୍ୱ ମିଳିଥିଲା ସେ ସବୁ ସୂଚାରୁ ରୂପେ ପାଳନ କରିଥିବା କହିଛନ୍ତି । ପ୍ରଦେଶର ପୂର୍ବ ନିର୍ବାଚନ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲଢ଼ିଥିବାବେଳେ ୨୦୨୨ ନିର୍ବାଚନ ମଧ୍ୟ ତାଙ୍କରି ନେତୃତ୍ୱରେ ପରିଚାଳିତ ହେବ ବୋଲି ରୁପାଣୀ କହିଛନ୍ତି ।

Also Read

୨୦୧୬ ଅଗଷ୍ଟ ୭ରେ ପ୍ରଥମ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ରୁପାଣୀ । ଏହାପରେ ୨୦୧୭ ବିଧାନସଭା ନିର୍ବାଚନ ପରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କର୍ଣ୍ଣାଟକ, ଉତ୍ତରାଖଣ୍ଡ ପରେ ଗୁଜରାଟରେ ବିଜେପି ନେତୃତ୍ୱ ପରିବର୍ତ୍ତନ କରିଛି। ଗତମାସରେ ରୂପାନୀଙ୍କ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳକୁ ୫ ବର୍ଷ ପୂରିଥିଲା। ୨୦୨୨ରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ ତାପୂର୍ବରୁ ରୁପାଣୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି ।