Who is Smita Prakash
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜ୍ ଏଜେନ୍ସି ANI ସହିତ ଏକ ବିଶେଷ ସାକ୍ଷାତକାର ଦେଇଛନ୍ତି। ଏଥିରେ ୨୦୨୨ ବିଧାନସଭା ନିର୍ବାଚନ ବ୍ୟତୀତ ପ୍ରଧାନମନ୍ତ୍ରୀ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍ କରିଛନ୍ତି।
ବିଧାନସଭା ନିର୍ବାଚନରେ ​​ବିଜେପିର ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବହୁ ସଂଖ୍ୟାରେ ବିଜେପି ଜିତିବ। ଏହି ସବୁ ରାଜ୍ୟର ଲୋକମାନେ ଆମକୁ ସେବା କରିବାର ସୁଯୋଗ ଦେବେ ବୋଲି ସେ କହିଛନ୍ତି। ତେବେ ବିଶେଷ କଥା ହେଉଛି ମୋଦିଙ୍କ ଅଧିକାଂଶ ସାକ୍ଷାତକାରରେ ଲୋଡା ପଡନ୍ତି ANI ସମ୍ପାଦିକା ସ୍ମିତା ପ୍ରକାଶ। ତେବେ କିଏ ଏହି ସ୍ମିତା ପ୍ରକାଶ? ଆସନ୍ତୁ ଜାଣିବା।
ଜଣେ ଆଗଧାଡିର ସାମ୍ବାଦିକା ଭାବେ ଖୁବ ନାଁ କମେଇଥିବା ସ୍ମିତା ୧୯୮୧ ମସିହା ଡିସେମ୍ବର ୨ ତାରିଖରେ ନୂଆଦିଲ୍ଲୀରେ ଜନ୍ମ ହୋଇଥିଲେ। ଦିଲ୍ଲୀର ଏକ ପ୍ରାଇଭେଟ୍ ସ୍କୁଲରୁ ସେ ତାଙ୍କର ବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ସମାପ୍ତ କରିଥିଲେ। ସ୍କୁଲ ଜୀବନରୁ ସାମ୍ବାଦିକତା ପ୍ରତି ଆଗ୍ରହ ରଖିଥିବା ସ୍ମିତା ପରେ ସାମ୍ବାଦିକତାରେ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିଲେ।
ବର୍ତ୍ତମାନ ସ୍ମିତା ANI ସମ୍ପାଦିକା ଭାବେ କାମ କରୁଥିବା ବେଳେ ତାଙ୍କର ବାର୍ଷିକ ରୋଜଗାର ୧.୨୫ କୋଟିରୁ ଅଧିକ ରହିଛି। ସାମ୍ବାଦିକତା ବ୍ୟତୀତ ସେ ଭ୍ରମଣ କରିବା, ନାଚିବା ଓ ସପିଂ କରିବାରେ ମଧ୍ୟ ରୁଚି ରଖନ୍ତି।
୪୧ ବର୍ଷୀୟ ସ୍ମିତା ଦୁଇ ଦଶନ୍ଧୀରୁ ଅଧିକ ସମୟ ହେବ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରିଥିବା ବେଳେ ଏନ୍ପିଆର୍ ନିଉଜ୍ ଆମେରିକା, ଏନ୍ଏଚ୍କେ ଜାପାନ ଆଦି ବିଦେଶ ସଂସ୍ଥାରେ ଭାରତ ପାଇଁ କାମ କରିଛନ୍ତି। ସେ ରାଜନୀତି ଖବର ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ, ଅନ୍ତର୍ଜାତୀୟ ଘଟଣାବଳୀ ଓ ବିକାଶମୂଳକ କ୍ଷେତ୍ରରେ ନିଜର ଦକ୍ଷତା ଦେଖେଇଛନ୍ତି।
ଖାଲି ସେତିକି ନୁହେଁ ସେ ନିଉଜ୍ ହେଉ କି କରେଣ୍ଟ ଆଫେୟାସ ସବୁଥିରେ ତାଙ୍କର ଆଙ୍କରୀର ଛାପ ମଧ୍ୟ ଦେଖାଦିଏ। ସେ ଦୂରଦର୍ଶନରେ ନିଉଜ୍ ଆଙ୍କର ଭାବେ କାମ କରିଥିବା ବେଳେ ଜୀ ଟିଭିରେ ପ୍ରସାରିତ ‘ଘୁମତା ଆଇନା’ ରେ ମଧ୍ୟ ଆଙ୍କରିଂ କରିଛନ୍ତି। ଏହାଛଡା ସାଉଥ୍ ଆଫ୍ରିକାର ସବୁଠାରୁ ଦୀର୍ଘଦିନ ଧରି ଚାଲିଥିବା ତାଙ୍କର ଶୋ ହେଲା ‘ଦିସ୍ ଉଇକ୍ ଇନ୍ ଇଣ୍ଡିଆ’ ବେଶ ଲୋକପ୍ରିୟ ହୋଇଛି।
ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଖବରକୁ ରିପୋର୍ଟ କରିବା ଛଡା ସେ ମଧ୍ୟ ଅନେକ ଆଗଧାଡିର ବ୍ୟକ୍ତିତ୍ୱଙ୍କ ସାକ୍ଷାତକାର ନେଇଛନ୍ତି। ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସାକ୍ଷାତକାର ନେଇଥିବା ବେଳେ ୨୦୧୯ରେ ସାକ୍ଷାତକାର ନେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644427462.jpg)