Advertisment

ସମସ୍ୟା ହେଉ କି ରାଜନୀତି, ଝାରସୁଗୁଡ଼ାରେ ଏଥର ନିର୍ବାଚନୀ ଅଙ୍କ ଅଲଗା ! ଏଥର କିଏ ମାରିବ ବାଜି ?

ଝାରସୁଗୁଡା କଂଗ୍ରେସର ଗଡ ଜିଲ୍ଲା ପରିଷଦ ଗଠନ ହେବା ପରଠାରୁ ପାଂଚ ପାଂଚ ଥର ଅଧ୍ୟକ୍ଷ ପଦ ହାତେଇଛି କଂଗ୍ରେସ । ହେଲେ ଏବେ ବଦଳିଯାଇଛି ଝାରସୁଗୁଡାର ରାଜନୈତିକ ସମୀକରଣ, ଯାହା ବଳରେ ବଳିୟାନ ହୋଇଥିଲା କଂଗ୍ରେସ, ସେ ଏବେ ବିଜେଡିରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳବଦଳ କରି ନିର୍ବାଚନ ଲଢିଲେ ନବକିଶୋର ଦାସ , ଆଉ ବର୍ତ୍ତମାନ କ୍ୟାବିନେଟ୍ ମିନିଷ୍ଟର

ଅଦ୍ୟତନ ହୋଇଛି
jharsuguda

jharsuguda

Advertisment

ଝାରସୁଗୁଡ଼ା ଜିଲ୍ଲା ପରିଷଦ ଜିଲ୍ଲା ପରିଷଦ ନିର୍ବାଚନ ହେବା ପରଠୁ ଆଜି ଯାଏଁ ଏହା କଂଗ୍ରେସର ଅଭେଦ୍ୟ ଦୁର୍ଗ । ଗଲା ପଞ୍ଚାୟତ ନିର୍ବାଚନରେ ବି ଏଠି ବିପୁଳ ବିଜୟ ସହ ପରିଷଦ ଗଢ଼ିଥିଲା କଂଗ୍ରେସ । ଅଧ୍ୟକ୍ଷ ପଦରେ ବସିଥିଲେ ଲକ୍ଷ୍ମୀନାରାୟଣ ପଟେଲ । ଉପାଧ୍ୟକ୍ଷ ହୋଇଥିଲେ ପଙ୍କଜିନୀ ପ୍ରଧାନ । ତେବେ ଯଦି ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ଦେଖିବା, ତାହେଲେ ୯ଟି ଜୋନ୍ ବିଶିଷ୍ଟ ଏଇ ପରିଷଦରେ କଂଗ୍ରେସ ଜିତିଥିଲା ୮ଟି ଜୋନ୍, ବିଜେପି ମାତ୍ର ଗୋଟିଏ ଜୋନରେ ଗେରୁଆ ବାନା ଉଡ଼ାଇଥିଲା ବେଳେ ଖାତା ଖୋଲିବାକୁ ସକ୍ଷମ ହୋଇ ପାରି ନଥିଲା ବିଜେଡି । ତେବେ ୫ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୫ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୭୭ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୯୩୬ ।

Advertisment

ସମସ୍ୟା ହେଉ କି ରାଜନୀତି, ଝାରସୁଗୁଡ଼ାରେ ଏଥର ନିର୍ବାଚନୀ ଅଙ୍କ ପୂରା ଅଲଗା । ରାଜନୀତି ଦୃଷ୍ଟିରୁ ଗଲା ପଞ୍ଚାୟତ ନିର୍ବାଚନ ଆଉ ଏଥରର ପଞ୍ଚାୟତ ନିର୍ବାଚନ ଭିତରେ ବଡ଼ ଧରଣର ଫରକ୍ । ତାର କାରଣ ବିଗତ ଦୁଇ ଦଶନ୍ଧି ଧରି ଜିଲ୍ଲାରେ ହିରୋ ଥିବା କଂଗ୍ରେସ ଏବେ ବସ୍ତୁତଃ ଜିରୋ ସ୍ଥିତିରେ । ଆଉ ଗଲା ନିର୍ବାଚନରେ ଜିରୋ ଥିବା ବିଜେଡି ଏବେ ହିରୋ ହେବାକୁ ମନ ବଳାଇଛି । ଏଭଳି ସ୍ଥିତିରେ ଖେଳ ବିଗାଡ଼ିବାକୁ ଜୋର୍ଦାର୍ ଉଦ୍ୟମ ଚଳାଇଛି ବିଜେପି ।

ଝାରସୁଗୁଡା କଂଗ୍ରେସର ଗଡ ଜିଲ୍ଲା ପରିଷଦ ଗଠନ ହେବା ପରଠାରୁ ପାଂଚ ପାଂଚ ଥର ଅଧ୍ୟକ୍ଷ ପଦ ହାତେଇଛି କଂଗ୍ରେସ । ହେଲେ ଏବେ ବଦଳିଯାଇଛି ଝାରସୁଗୁଡାର ରାଜନୈତିକ ସମୀକରଣ, ଯାହା ବଳରେ ବଳିୟାନ ହୋଇଥିଲା କଂଗ୍ରେସ, ସେ ଏବେ ବିଜେଡିରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳବଦଳ କରି ନିର୍ବାଚନ ଲଢିଲେ ନବକିଶୋର ଦାସ , ଆଉ ବର୍ତ୍ତମାନ କ୍ୟାବିନେଟ୍ ମିନିଷ୍ଟର । ୨୦୧୭ରେ ୯ ଜିଲ୍ଲା ପରିଷଦ ଜୋନରୁ ଏକାକି ୮ଟି ଜିତି ଅଧ୍ୟକ୍ଷ ପଦରେ ବସିଥିଲା କଂଗ୍ରେସ । ବିଜେପି ଗୋଟିଏ ଜୋନ୍ ଜିତିଥିବା ବେଳେ ଖାତା ଖୋଲିପାରିନଥିଲା ବିଜେଡି । ଏବେ ନବଙ୍କ ନେତୃତ୍ୱରେ ୯ରୁ ୯ ଜିଲ୍ଲା ପରିଷଦ ଜୋନ୍ ଜିତିବାକୁ ଦମ୍ଭ ଦେଖାଇଛି ଦଳ ।

Advertisment

ଏପଟେ ଜିଲ୍ଲାର ଅଣ ବିଜେଡି ଭୋଟ୍ ଏବେ ବିଜେପି ମୁହାଁ , ଯାହା ଗତ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିସାରିଛି । ଜିଲ୍ଲାର ୨ଟି ଯାକ ବିଧାନସଭା ଆସନ ବିଜେଡି ଜିତିଥିବା ବେଳେ ଲୋକସଭା ଆସନରେ ବାଜି ମାରିଥିଲା ବିଜେପି । ଏବେ ସଂଗଠନ ଆହୁରି ମଜବୁତ ହୋଇଛି ଏବଂ ଦଳ ପଂଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଗଢିବାକୁ ଆଶା ରଖିଛି । ସେପଟେ କଂଗ୍ରେସ କହିଛି, ରାଜ୍ୟ ସରକାରଙ୍କ ବିଫଳ ଯୋଜନା ଏବଂ ବିଭିନ୍ନ ଦୁର୍ନୀତିକୁ ଝାରସୁଗୁଡାର ସଚେତନ ନାଗରିକଙ୍କ ପାଖରେ ପହଁଚାଇବ ଦଳ ।

ଝାରସୁଗୁଡ଼ା ଜିଲ୍ଲା ସଦର ମହକୁମାଠାରୁ ୧୫ କିଲୋମିଟର ଦୂରରେ ରହିଛି କୋଲାବିରା ବ୍ଳକ୍ । ଏଠାକାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ । ବିଲକୁ ପର୍ଯ୍ୟାପ୍ତ ପରିମାଣର ପାଣି ଯୋଗାଇବାକୁ ସମସିଂହାଠାରେ ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ କରିଥିଲେ ସରକାର । ୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ମରୁଡି ସମୟରେ ଏହି ପ୍ରକଳ୍ପ ଚାଷୀଙ୍କ କାମରେ ଆସୁନଥିବା ଅଭିଯୋଗ ହୋଇଛି । ସେହିପରି ବେଦାନ୍ତରୁ ନିର୍ଗତ ପାଉଁଶ ଆଉ ଏକ ବଡ ସମସ୍ୟା ସ୍ଥାନୀୟ ଲୋକଙ୍କ ପାଇଁ ମାରାକୁତା ଓ ଜମେରା ଅଂଚଳରେ ସ୍ଥାପିତ ଆକ୍ସନ ଇସ୍ପାତ ଓ ଏମ୍ଏସ୍ପି ଷ୍ଟିଲ କଳକାରଖାନା ବନ୍ଦ ହୋଇଯିବାରୁ ମୁଣ୍ଡ ଟେକିଛି ବେରୋଜଗାରି ସମସ୍ୟା ।

Advertisment

ସେହିପରି ବେଦାନ୍ତ ବିସ୍ଥାପିତ ଓ ପ୍ରଦୂଷଣ ବି ପ୍ରମୁଖ ମୁଦ୍ଦା ହୋଇଛି ଏଥରର ନିର୍ବାଚନରେ । ଜିଲ୍ଲାର ସବୁଠୁ ବଡ ବ୍ଳକ୍ ଲଖନପୁରକୁ ୩ଟି ବ୍ଳକ୍ କରି ଉପଖଣ୍ଡର ମାନ୍ୟତା ଦାବି ବାରମ୍ବାର ହେଉଥିଲେ ବି ଆଜିଯାଏଁ ପୂରଣ ହୋଇପାରୁନି । ୧ ଲକ୍ଷରୁ ଅଧିକ ଜନସଂଖ୍ୟାର ଏହି ବ୍ଳକ୍ରେ ପାନୀୟ ଜଳ, ସ୍ବାସ୍ଥ୍ୟ ଓ ଜଳସେଚନ ଭଳି ସମସ୍ୟା ରହିଛି । ଗାଁ ଗାଁରେ ମାଳ ମାଳ ସମସ୍ୟା ଭିତରେ ନେତା ଆରମ୍ଭ କରିଦେଲେଣି ପ୍ରଚାର । ଜୋର ଧରିଛି ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ।

ଝାରସୁଗୁଡାରୁ ଭାଗୀରଥି ସାହୁଙ୍କ ରିପୋର୍ଟ ଓଟିଭି

Odisha Panchayat Elections Local Issues
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ