Advertisment

'ବହୁତ କହିଲ, ଆଉ ନୁହେଁ..କାମ କରିନ.. ଭୋଟ ନାହିଁ'

ଭୋଟ ପୂର୍ବରୁ ଅସନ୍ତୋଷ। ଆଉ ଏ ଅସନ୍ତୋଷ ହେଉଛି ଭୋଟ୍ ବେଳେ ଭଣ୍ଡେଇଥିବା ନେତାଙ୍କ ଉପରେ। ଏ କ୍ଷୋଭ, ସବୁ ଜାଣି ଅଜଣା ରହିଥିବା ପ୍ରଶାସନ ଉପରେ।

Basic Needs

Basic Needs

Advertisment

ସ୍ୱାଧୀନତାର ୭୫ ବର୍ଷ ପରେ ବି ଅଛି କି, ନାହିଁ ନାହିଁର ଗାଁ। ରହିବାକୁ ଖଣ୍ଡିଏ ପକ୍କା ଘର, ପିଇବାକୁ ବିଶୁଦ୍ଧ ପାଣି ଆଉ ସରକାରଙ୍କ ଯୋଜନା ପହଁଚିବାକୁ ପକ୍କା ରାସ୍ତା, ଏବେବି ଅନେକ ଗାଁ ପାଇଁ ସାତସପନ। ନିର୍ବାଚନ ଆସିଲେ ନେତାଙ୍କ ଗାଁ କଥା ମନେ ପଡ଼େ। ବାସ୍ କେବଳ ପ୍ରତିଶ୍ରୁତି ଦେଇ ଭୋଟ୍ ନେଇ କ୍ଷମତାକୁ ଆସିବା ଯାଏଁ। ହେଲେ ଏଥର କିନ୍ତୁ ଜାଗ୍ରତ ଜନତା, ରୋକଠୋକ୍ ଶୁଣାଇଛନ୍ତି, ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ।

Advertisment

ଭୋଟ ପୂର୍ବରୁ ଅସନ୍ତୋଷ। ଆଉ ଏ ଅସନ୍ତୋଷ ହେଉଛି ଭୋଟ୍ ବେଳେ ଭଣ୍ଡେଇଥିବା ନେତାଙ୍କ ଉପରେ। ଏ କ୍ଷୋଭ, ସବୁ ଜାଣି ଅଜଣା ରହିଥିବା ପ୍ରଶାସନ ଉପରେ। ବାସ ଉଜୁଡି ଯାଇଥିବାରୁ ବୟସର ଅପରାହ୍ଣରେ ଘର ପିଣ୍ଢା ସାଜିଛି ଆଶ୍ରୟ। ସେଇଠି କଟୁଛି ଦିନ-ରାତି ଖରା-ବର୍ଷା-ଶୀତ। ଘର ଖଣ୍ଡେ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଠାରୁ ସରପଂଚ, ବିଧାୟକ, ସମସ୍ତଙ୍କୁ ଗୁହାରି କରିଛନ୍ତି। ପ୍ରତିଶ୍ରୁତି ବି ମିଳିଛି, ହେଲେ କେବେ ପୂରଣ ହେଉନି।

ହେମଙ୍କ ଭଳି ସନାତନ ମଲ୍ଲିକଙ୍କ ସ୍ଥିତି ମଧ୍ୟ ସମାନ। ଫନି ବାତ୍ୟା ପରେ ଏହି ଭଙ୍ଗା ଦଦରା ଘରେ ବିତୁଛି ଦିନ। ଘର ପାଇଁ ୨୦୨୦ରୁ କାର୍ଯ୍ୟାଦେଶ ମିଳିଛି। ହେଲେ ସେହି କାଗଜ ଖଣ୍ଡିକ ଧରି ସେ ୪ ବର୍ଷ ହେଲାଣି ଆଶା ବାନ୍ଧି ବସିଛନ୍ତି। ବ୍ଲକ ଅଫିସ ଗଲେ ଅଧିକାରୀ ଫେରାଇ ଦେଉଛନ୍ତି। ତେଣୁ ଏଥର ଭୋଟ୍ ବର୍ଜନ କରିବାକୁ ନେଇଛନ୍ତି ନିଷ୍ପତ୍ତି।

Advertisment

ସରକାରଙ୍କ ମାଳ ମାଳ ଯୋଜନା ଠାରୁ ବହୁ ଦୂରରେ ଟାଙ୍ଗୀ-ଚୌଦ୍ୱାର ବ୍ଲକର ବନ୍ଦାଳ ଗାଁ। ସହର ଠାରୁ ମାତ୍ର ୨୦ କିମି ଦୂର, ହେଲେ ଯୋଜନା ପହଁଚିବାକୁ ଯେମିତି ଯୋଜନ ବାଟ। ଗାଁରେ ରହୁଛନ୍ତି ୮୦ଟି ପରିବାର। ଏମାନଙ୍କ ପାଇଁ ସରକାରୀ ଯୋଜନା ତ ଦୂରର କଥା ନିତିଦିନିଆ ସୁବିଧା ବି ସାତସପନ। ଗାଁ ଭିତରେ ପକ୍କା ରାସ୍ତା, ହେଲେ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ନ କହିଲେ ଭଲ। ବଡ କଷ୍ଟରେ ଆମ୍ବୁଲାନ୍ସ ଗାଁକୁ ଆସିଲେ ବି ଭିତରକୁ ପଶିପାରେନି। ତେଣୁ ରୋଗୀଙ୍କୁ ବାଇକରେ ବୁହା ହେବାକୁ ପଡେ। ଗାଁରେ ପିଇବା ପାଣିର ବ୍ୟବସ୍ଥା ବି ଅଜବ। ୮୦ ପରିବାରକୁ ଗୋଟିଏ ନଳକୂଅ। ତେଣୁ, ଲୋକଙ୍କ ଶୋଷ ମେଣ୍ଟାଏ ଏହି ଦୂଷିତ ପୋଖରୀ।

ନା ପିଇବାକୁ ପର୍ଯ୍ୟାପ୍ତ ପାଣି ଅଛି ନା ରହିବାକୁ ଘର ନା ପକ୍କା ରାସ୍ତା। ଗାଁ ସାରା ଭରି ରହିଛି ନୂଆଣିଆ ପଲିଥିନ୍ ଘେରା ମାଟି ଘର। ଲୋକଙ୍କ ଅଭିଯୋଗ, ନିର୍ବାଚନ ଆସିଲେ ନେତାଙ୍କ ଦେଖା ମିଳେ, ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ବି ମିଳେ, ହେଲେ ଭୋଟ୍ ସରିଗଲେ ସମସ୍ୟା ଯେଉଁଠିକି ସେଇଠି। ପୁଣି ଆର ନିର୍ବାଚନକୁ ଅପେକ୍ଷା। ତେଣୁ ଏଥର ସେମାନେ ରୋକଠୋକ୍ ଶୁଣାଇଛନ୍ତି, ଘର ନାହିଁ ତ ଭୋଟ୍ ନାହିଁ। ସେପଟେ ବିଡିଓ କହିଛନ୍ତି, ସମସ୍ୟାର ତୁରନ୍ତ ସମାଧାନ କରାଯିବ।

Advertisment
Odisha Politics Basic Amenities
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ