Advertisment

ରାହୁଲ ଗାନ୍ଧୀଙ୍କ ନି‍ଆରା ଅନ୍ଦାଜ, ରେଳ ଷ୍ଟେସନରେ ’କୁଲି’ ଲୁକରେ ‍ଆସିଲେ ନଜର

କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୟମିତ ବ୍ୟବଧାନରେ ବିଭିନ୍ନ ବର୍ଗର ଲୋକମାନଙ୍କ ପାଖକୁ ଯାଇ ସମୟ ଅତିବାହିତ କରିଥାନ୍ତି ।

ଅଦ୍ୟତନ ହୋଇଛି
Rahul Gandhi,

Rahul Gandhi,

Advertisment

ଷ୍ଟେସନରେ ’କୁଲି’ ଲୁକରେ ନଜର ‍ଆସିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିୟମିତ ବ୍ୟବଧାନରେ ବିଭିନ୍ନ ବର୍ଗର ଲୋକମାନଙ୍କ ପାଖକୁ ଯାଇ ସମୟ ଅତିବାହିତ କରିଥାନ୍ତି । ଏହି କ୍ରମରେ ରାହୁଲ ଗାନ୍ଧୀ ‍ଆଜି ଦିଲ୍ଲୀସ୍ଥିତ ‍ଆନନ୍ଦ ବିହାର ରେଲୱ ଷ୍ଟେସନରେ ପହଞ୍ଚି ସେଠାରେ ଥିବା କୁଲିମାନଙ୍କୁ ଭେଟିଥିଲେ। ଏହି ସମୟରେ କୁଲିଙ୍କ ନାଲି ରଙ୍ଗର ଡ୍ରେସ୍ ମଧ୍ୟ ପିନ୍ଧିଥିବା ଦେ‍ଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ କଂଗ୍ରେସ ନେତା କୁଲିଙ୍କ ବ୍ୟାଚ୍ ମଧ୍ୟ ପରିଧାନ କରିଥିଲେ ଏବଂ ଯାତ୍ରୀମାନଙ୍କ ଉଠାଉଥିବା ନଜର ‍ଆସିଥିଲେ ।

Advertisment

ରାହୁଲ ଗାନ୍ଧୀଙ୍କ ସହ ଭେଟି ହେବା ପରେ କୁଲି ଓ ଅଟେ ଡ୍ରାଇଭର ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧୀ ‍ଆମକୁ ଭେଟିବାକୁ ‍ଆସିଲେ ଏଥିପାଇଁ ‍ଆମେ ବହୁତ ଖୁସି । ସେ ‍ଆମକୁ ଆଶ୍ବସନା ଦେଇଛନ୍ତି କି ଯାହା ‍ଆମର ସମସ୍ୟା ରହିଛି ସେସବୁ ସେ ସରକାରଙ୍କ ସାମ୍ନାରେ ରଖିବେ ବୋଲି କହିଛନ୍ତି କୁଲି ଓ ଅଟୋ ଡ୍ରାଇଭର ।

କଂଗ୍ରେସ ତା’ର ସୋସି‍ଆଲ ମିଡି‍ଆ ପ୍ଲାଟର୍ଫମ ‘X’ ଏହି ଫଟୋ ପୋଷ୍ଟ କରି ଲେଖିଛନ୍ତି କି ରାହୁଲ ଗାନ୍ଧୀ ଆଜି ଦିଲ୍ଲୀର ‍ଆନନ୍ଦ ବିହାର ରେଲୱ ଷ୍ଟେସନରେ କୁଲି ସାଥୀମାନଙ୍କୁ ଭେଟିଛନ୍ତି । ବିଗତ ଦିନରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ରେଲୱ ଷ୍ଟେସନର କୁଲି ସାଥୀ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତେଣୁ ରାହୁଲ ଗାନ୍ଧୀ ‍ଆଜି ସେମାନଙ୍କ ଅନୁରୋଧ ରକ୍ଷା କରି ଭେଟିବାକୁ ‍ଆସିଥିଲେ।

Advertisment
Congress Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ