Advertisment

ଇଭିଏମ୍‌ରେ ଫେବିକ୍ୱିକ୍‌ : ଦବୁନି ସପା ବଟନ୍‌, ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ

ପୂର୍ବତନ ବିଧାୟକ ତଥା ସମାଜବାଦୀ ପାର୍ଟି (ସପା) ପ୍ରାର୍ଥୀ ଉତ୍କଳ ଧର୍ମେନ୍ଦ୍ର ଏନେଇ ଅଭିଯୋଗ କରିଛନ୍ତି । ପ୍ରଥମ ନମ୍ବରରେ ବଟନ୍‌ରେ ସପାର ଚିହ୍ନ ଥିବାବେଳେ ଦୁର୍ବୃତ୍ତ ସେଥିରେ ଇଭିଏମ୍ ଲଗାଇ ଦେଇଛନ୍ତି ।

ଅଦ୍ୟତନ ହୋଇଛି
EVM

EVM

Advertisment

ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ହେଲେ ଭୋଟିଂ ଚାଲିଥିବା ବେଳେ ଲଖୀମପୁର ଖେରୀ ଜିଲ୍ଲାର ସଦର ବିଧାନସଭା ଆସନରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । କାଦିପୁର ସାନି ପୋଲିଂ ବୁଥରେ ଥିବା ଇଭିଏମ୍ ମେସିନରେ କେହି ଦୁର୍ବୃତ୍ତ ଫେଭିୱିକ୍ ଲଗାଇଦେଇଥିବା ଅଭିଯୋଗ ହୋଇଛି । ଆଉ ଏହି କାରଣରୁ ପ୍ରାୟ ଦେଢ଼ ଘଣ୍ଟା ଧରି ମତଦାନ ବାଧାପ୍ରାପ୍ତ ହୋଇଛି ।

Advertisment

ପୂର୍ବତନ ବିଧାୟକ ତଥା ସମାଜବାଦୀ ପାର୍ଟି (ସପା) ପ୍ରାର୍ଥୀ ଉତ୍କଳ ଧର୍ମେନ୍ଦ୍ର ଏନେଇ ଅଭିଯୋଗ କରିଛନ୍ତି । ପ୍ରଥମ ନମ୍ବରରେ ବଟନ୍‌ରେ ସପାର ଚିହ୍ନ ଥିବାବେଳେ ଦୁର୍ବୃତ୍ତ ସେଥିରେ ଇଭିଏମ୍ ଲଗାଇ ଦେଇଛନ୍ତି । ଯେଉଁ କାରଣରୁ ବଟନ୍ ଦବାଇଲେ ମଧ୍ୟ ବଟନ୍ ଦବୁନଥିଲା । ଏସମ୍ପର୍କରେ ଜଣାପଡ଼ିବା ପରେ ହୋହାଲ୍ଲା ହୋଇଥିଲା ଏବଂ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଥିଲା ସପା । ଅଭିଯୋଗ ପରେ ତୁରନ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଏପରି କାମ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସପା ପ୍ରାର୍ଥୀ ଉତ୍କଳ ଧର୍ମେନ୍ଦ୍ର ଦାବି କରିଛନ୍ତି । ସିସିଟିଭିରେ ଦୁର୍ବୃତ୍ତଙ୍କ ଚିତ୍ର ନିଶ୍ଚିତ ଥିବ । ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ ବୋଲି ସେ କହିଛନ୍ତି ।

Advertisment

ସୂଚନାଯୋଗ୍ୟ ଉତ୍ତରପ୍ରଦେଶରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ । ଏହି ପର୍ଯ୍ୟାୟରେ ୫୯ ବିଧାନସଭା ସିଟରେ ଭୋଟିଂ ହୋଉଛି । ଆଜି ପିଲିଭିଟ, ଲଖିମପୁର, ଉନାଓ, ଲକ୍ଷ୍ନୌ, ରାଏବରେଲି ଏବଂ ଫତେପୁର ଭଳି ପ୍ରମୁଖ ଓ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳିରେ ମତଦାନ ଚାଲିଛନ୍ତି । ଚତୁର୍ଥ ପଯର୍ୟାୟରେ ମୋଟ ୬୨୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏଥିରୁ ମଇଦାନରେ ଥିବା କିଛି ହେଭିୱେଟ୍ ମଧ୍ୟ ରହିଛନ୍ତି ।

ସେହିପରି ଲକ୍ଷୀମପୁର ଖେରୀର ୮ଟି ସିଟରେ (ପାଲିଆ, ନିଗାସାନ୍, ଗୋଲା ଗୋରଖନାଥ, ଶ୍ରୀନଗର, ଧୋରହରା, ଲଖୀମପୁର, କାସ୍ତା ଏବଂ ମହମ୍ମଦୀ)ରେ ମତଦାନ ହେଉଛି । ଗତଥର ଲକ୍ଷ୍ମୀପୁର ଖେରୀରେ ବିଜେପି ଏହାକୁ ସଫା କରିଥିଲା, କିନ୍ତୁ ଏଥର ଟିକୁନିଆ ହିଂସା ଏକ ପ୍ରସଙ୍ଗ ହୋଇ ରହିଛି। ଏହି ହିଂସାରେ ଚାରିଜଣ କୃଷକଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଛି।

Advertisment
Voting Resumes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ