Advertisment

‘କାଲି ଜାଗା ଦେଲେ, ପହରଦିନ କାମ ଆରମ୍ଭ ହେବ’

ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନ୍ ନେଇ ସରକାରଙ୍କୁ ଟାର୍ଗେଟ୍ କଲେ ରେଳମନ୍ତ୍ରୀ ଅଶ୍ୱିନୀ

Ashwini Vaishnaw

Ashwini Vaishnaw

Advertisment

‘ପଦ୍ମପୁରର ପଦ୍ମ ଫୁଲ ... ପଦ୍ମପୁରରେ ପଦ୍ମଫୁଲ । ମନେ ରଖିବେ .. ପ୍ରଦୀପ ପୁରୋହିତଙ୍କୁ ଭୋଟ୍‌ ଦେଇ ବିଜୟୀ କରିବେ । ଏଭଳି ଟାଣୁଆ ନେତାଙ୍କୁ ପଠାଇଲେ ଆମ କଥା ଭୁବନେଶ୍ୱରରେ ବି ଶୁଣାଯିବ ଆଉ ଦିଲ୍ଲୀରେ ବି ଶୁଣାଯିବ ।’ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ଲୋକଙ୍କୁ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବା ସହ ରାଜ୍ୟ ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ  । ଏହାସହ ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନ୍ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ।

Advertisment

କାଲି ଜାଗା ଦେଲେ ପହରଦିନ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି । ଜାଗା ଓଡ଼ିଶା ସରକାରଙ୍କର, ଆଉ ଯଦି ସେ ଜାଗା ନଦିଅନ୍ତି ରେଲ ଲାଇନ୍ କିପରି ହେବ । ମନ୍ତ୍ରୀ ଟୁକୁନି ସାହୁ ନୂଆ ରେଳ ଲାଇନ ନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର କିଛି କରୁ ନାହାନ୍ତି ବୋଲି ଦୋଷ ଠେଲୁଛନ୍ତି । ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ତାହାକୁ ଦୋହରାଇଛନ୍ତି । ହେଲେ ଏଇଠି ବୁଝାପଡ଼ୁନି, କାହିଁକି ମାନ୍ୟବର ମନ୍ତ୍ରୀ ଓ ପୂର୍ବତନ ସାଂସଦ ମିଛ କହୁଛନ୍ତି । ବାହାବା ନେବା ପାଇଁ ମିଛ କଥା କହି ଲୋକଙ୍କ ମନରେ ସଂଶୟ ସୃଷ୍ଟି କରୁଛନ୍ତି ।

ରାଜ୍ୟର ବିକାଶ ଦିଗରେ କାମ କରିବା ପାଇଁ କେନ୍ଦ୍ର ସରକାର ତତ୍ପର ଅଛନ୍ତି ।  ରାଜ୍ୟ ସରକାର ଜାଗା ଦେଲେ ଓଡ଼ିଶାର ବିକାଶ ହୋଇପାରିବ । ଆଉ ଜାଗା ନଦେଲେ କାମ କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

Advertisment

ପୂର୍ବରୁ ରାଜ୍ୟକୁ ରେଳ ପ୍ରକଳ୍ପ ବାବଦକୁ ୮ ଶହ କୋଟି ଆସୁଥିଲା । ହେଲେ ମୋଦି ସରକାର ରେଳ ପ୍ରକଳ୍ପ ବ୍ୟୟ ୧୦ ହଜାର କୋଟି କରିଛନ୍ତି । ପ୍ରତି ଗାଁରେ ଟାୱାର ପାଇଁ ୫ ହଜାର ୬ ଶହ କୋଟି ମଞ୍ଜୁର ହୋଇଛି । ରାଜ୍ୟ ସରକାରଙ୍କ ନୀତି ନିୟତ ଠିକ୍ ରହିଲେ ରୋଜଗାର ତିଆରି ହୋଇପାରିବ । ଏକଜୁଟ ହୋଇ କାମ କଲେ କେହି ଦାଦନ ଖଟିବାକୁ ଯିବେ ନାହିଁ ।

Ashwini Vaishnaw padmapur-bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ