Advertisment

ଲଜ୍ଜା! ଉପରାଷ୍ଟ୍ରପତିଙ୍କୁ ଟିଏମସି ସାଂସଦଙ୍କ ବିଦ୍ରୁପ, ନିନ୍ଦା କରିବା ପରିବର୍ତ୍ତେ ଭିଡିଓ କଲେ ରାହୁଲ ଗାନ୍ଧି

ଟିଏମସି ସାଂସଦଙ୍କ ଏଭଳି ଆଚରଣକୁ ଚାରିଆଡୁ ନିନ୍ଦା... ଘଟଣାକୁ ଲଜ୍ଜାଜନକ କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନକର... ମିମିକ୍ରି ବେଳେ ନିନ୍ଦା ପରିବର୍ତ୍ତେ ଭିଡିଓ କରୁଥିଲେ ରାହୁଲ ଗାନ୍ଧି ...

ଅଦ୍ୟତନ ହୋଇଛି
Suspended TMC MP Kalyan Banerjee mimics Jagdeep Dhankhar

Suspended TMC MP Kalyan Banerjee mimics Jagdeep Dhankhar

Advertisment

ସଂସଦ ଭବନ ଆଗରେ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ମିମିକ୍ରି । ବିରୋଧୀ ସାଂସଦଙ୍କ ନିଲମ୍ବନ ବିରୋଧରେ ମଙ୍ଗଳବାର ଦିନ ସାଂସଦରେ ବିରୋଧ ପ୍ରଦର୍ଶନ ସମୟରେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ଜଗଦୀପ ଧନକରଙ୍କୁ ଖୋଲାଖୋଲି ବିଦ୍ରୁପ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟସଭାରେ ଗୃହର ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ଭଳି କଲ୍ୟାଣ ବାନାର୍ଜୀ ଅଭିନୟ କରିଥିଲେ। ଏହି ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ମୁଖ୍ୟ ବିଷୟ ହେଲା କଂଗ୍ରେସ ନେତା ରାହୁଲ ଗାନ୍ଧି ଏଭଳି ଆଚରଣକୁ ନିନ୍ଦା କରିବା ପରିବର୍ତ୍ତେ ତାର ଭିଡିଓ କରିଥିଲେ।

Advertisment

ସେପଟେ ସଂସଦ ଭବନର ଦ୍ୱାର ସମ୍ମୁଖରେ ତାଙ୍କ ମିମିକ୍ରି କରିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର । ସେ କହିଛନ୍ତି, ଏହା ଗ୍ରହଣଯୋଗ୍ୟ ନୁହେଁ । ଜଣେ ସାଂସଦ ମିମିକ୍ରି କରି ଉପହାସ କରୁଛନ୍ତି ଏବଂ ଦ୍ୱିତୀୟ ସାଂସଦ ସେହି ଘଟଣାର ଭିଡିଓ ସୁଟ୍‌ କରୁଛନ୍ତି ।

Advertisment

ସୂଚନା ଅନୁସାରେ ସଂସଦ ଭବନର ପ୍ରବେଶ ପଥରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିରୋଧୀ ସାଂସଦମାନଙ୍କ ମଧ୍ୟରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଧନକରଙ୍କ ନକଲ କରୁଥିଲେ। ଏହି ସମୟରେ ଅନ୍ୟ ବିରୋଧୀ ସାଂସଦମାନେ ହସୁଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କଲ୍ୟାଣ ବାନାର୍ଜୀଙ୍କ ଭିଡିଓ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ଜଗଦୀପ ଧନକର ନା ନନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ ପ୍ରସ୍ତୁତ କରିଥିବା ଭିଡିଓକୁ ନେଇ ତାଙ୍କୁ ସମାଲୋଚନା କରିଛି ବିଜେପି ।

ବିଜେପି ସାଂସଦ ରମେଶ ବିନ୍ଧୁରି କହିଛନ୍ତି , ‘ଏହି ଲୋକମାନେ ସମ୍ବିଧାନକୁ ନେଇ ସ୍ଲୋଗାନ ଦେଉଛନ୍ତି, କିନ୍ତୁ ଜଣେ ସାଧାରଣ ଲୋକ ପଦବୀରେ ଥିବାରୁ ସେମାନଙ୍କର ହଜମ ହେଉନି । ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଅନୁଭବ କରୁଛନ୍ତି, ଦେଶରେ କେବଳ ସେମାନଙ୍କର ଏକମାତ୍ର ପରିବାର ଅଛି । ରାହୁଲ ଗାନ୍ଧୀଙ୍କ ପରି ଜଣେ ବ୍ୟକ୍ତି ଏ ଦେଶ ପାଇଁ ବୋଝ । ରାହୁଲଙ୍କୁ ଅଟକାଇବା ଉଚିତ୍ ।’

Advertisment
Rahul Gandhi Jagdeep Dhankhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ