Advertisment

ପଶ୍ଚିମବଙ୍ଗରେ TMC ଅର୍ଥାତ ‘ତୁ..ମେ..ଔର୍ କରପସନ୍’ ସରକାର: ମୋଦି

ପଶ୍ଚିମବଙ୍ଗ ଗସ୍ତ କରି ଆଜି ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

TMC ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି। TMC ଅର୍ଥାତ ‘ତୁ...ମେ...ଔର୍ କରପସନ୍’ ବୋଲି କହି ବର୍ଷିଲେ ମୋଦି। ପଶ୍ଚିମବଙ୍ଗ ଗସ୍ତ କରି ଆଜି ଏଭଳି ଢଙ୍ଗରେ ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତା ସହ ଆହୁରି କହିଛନ୍ତି, ମାଆ, ମାଟି ଏବଂ ମାନୁଷର ନାରା ଦେଇ TMC ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇଛି। ମାଆ ଭଉଣୀଙ୍କଠୁ ଭୋଟ ନେଲେ ବି ତାଙ୍କ ପାଇଁ କିଛି କରିନାହିଁ। ସନ୍ଦେଶଖାଲୀର ମହିଳା ମାନେ ନ୍ୟାୟ ପାଇଁ ଗୁହାରୀ କଲେ ବି କିଛି ଫଳ ମିଳିନି।

Advertisment

ମହିଳାଙ୍କ ଦୁଃଖ ଦେଖି ଏଠିକାର ସରକାର ଆଖି ଆଉ କାନ ବୁଜି ଦେଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କେନ୍ଦ୍ର ଯୋଜନାରେ ନିଜ ଷ୍ଟିକର ମାରି ପଶ୍ଚିମବଙ୍ଗବାସୀଙ୍କୁ ଧୋକା ଦେଉଛି ଟିଏମସି ସରକାର। ସବୁ ସ୍କିମକୁ ସ୍କାମରେ ପରିଣତ କରିବାରେ ମାହିର ଟିଏମସି ସରକାର। ସବୁଥିରେ କମିଶନ ନେବାରେ ଟିଏମସି ରେକର୍ଡ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

ଆଜି ପଶ୍ଚିମବଙ୍ଗର ନଦିଆରେ ଏକ ଜନସେବାକୁ ସମ୍ଭୋଧନ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମନରେଗା ଯୋଜନାରେ ରାଜ୍ୟରେ ୨୫ ଲକ୍ଷ ଜବ୍ କାର୍ଡ ଫର୍ଜି। ଯିଏ ଜନ୍ମ ହୋଇନି ତା ନାଁରେ ମଧ୍ୟ ଜବ କାର୍ଡ ହୋଇଛି। ତେବେ ଏନେଇ ଟିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି।

Advertisment

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇ କ୍ଷମତାସୀନ ଟିଏମସି ଉପରେ ମନଇଚ୍ଛା ବର୍ଷିଥିଲେ। ସନ୍ଦେଶଖାଲି ଘଟଣାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁଙ୍କୁ ଟିଏମସି ହିଁ ଘଣ୍ଟ ଘୋଡ଼ାଇ ଚାଲିଥିବା ମୋଦି ଅଭିଯୋଗ କରିଛନ୍ତି।

ବେଙ୍ଗଲର ଅର୍ମବାଗରେ ଆୟୋଜିତ ରାଜନୀତିକ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ କିଛି ଲୋକଙ୍କ ଭୋଟ ଅଧିକ ଗୁରୁତ୍ୱପୂର୍ଣ୍ଣ ନା ସନ୍ଦେଶଖାଲିରେ ମହିଳାମାନେ ଭୋଗୁଥିବା ନିର୍ଯାତନା ଅଧିକ ଗୁରୁତ୍ୱପୂର୍ଣ, ସେକଥା ଏବେ ରାଜ୍ୟର ଲୋକମାନେ ପଚାରୁଛନ୍ତି। ସେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଟାର୍ଗେଟ କରିବା ସହ ସମସ୍ତେ କାହିଁକି ସନ୍ଦେଶଖାଲି ମାମଲାରେ ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

Advertisment
Mamata Banerjee PM Modi TMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ