odisha assembly
ଭୁବନେଶ୍ବର : ମୌସୁମୀ ଅଧିବେଶନରେ ଗୃହରେ ପ୍ରବଳ ତାତି। ଗୋଟିଏ ମିନିଟ୍ ବି ଚାଲିପାରିଲାନି ବିଧାନସଭା । ଗୃହ କାର୍ଯ୍ୟ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ କଲେ ବିରୋଧି। ଗୃହ ଆରମ୍ଭ ହେବା ମାତ୍ରେ ସାର ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ବିକ୍ଷୋଭ କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ହୋହଲ୍ଲା ସହ ନାରାବାଜି କରିଥିଲେ। ଶେଷରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି। ଏହାକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ବିଜେପି ବିଜେଡି ଷଡଯନ୍ତ୍ର କରି ଉଦ୍ଦେଶ୍ୟ ମୂଳକ ଭାବେ ବିଧାନସଭା ବନ୍ଦ କରୁଛନ୍ତି। ଗୃହ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଅନାସ୍ଥା ଉପରେ ଆଲୋଚନା ହୋଇ ପାରିବ ନାହିଁ ବୋଲି ବାଚସ୍ପତି କହିଥିଲେ । ଆଲୋଚନା ନ ହେଉ ବୋଲି ଜାଣି ଶୁଣି ଗୃହ କୁ ଚଳାଇ ଦିଆଯାଉ ନାହିଁ ବୋଲି କହିଛନ୍ତି।
ସେହିଭଳି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଚାଷୀ ଙ୍କ କଥା ଆଲୋଚନା ପାଇଁ ସରକାର ଙ୍କ ଆଗ୍ରହ ନାହିଁ। ଚାଷୀ ସାର ପାଉ ନାହାନ୍ତି, ସରକାର ଏହାକୁ ଭୃକ୍ଷେପ କରୁ ନାହାନ୍ତି । ସାର କଳା ବଜାରୀ କରୁଥିବା ଲୋକଙ୍କ ଉପରେ ଆକ୍ସନ ହେଉନାହିଁ । ତେଣୁ ସରକାର ଆଲୋଚନା କରିବାକୁ ପଛ ଘୁଞ୍ଚା ଦେଉଛନ୍ତି । ଆମର ଯଦି ଆନ୍ତରିକତା ନାହିଁ ସାର ପ୍ରସଙ୍ଗ ଉଠାଉଛୁ କେମିତି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା।
ବିଜେପି କହିଛି, ବିରୋଧି ଗୃହ ଚଳାଇ ନଦେବାକୁ ପଣ କରି ଆସୁଛନ୍ତି। କୌଣସି ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ବିରୋଧି ଚାହୁଁ ନାହାନ୍ତି। ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ହେଲେ ବିରୋଧିଙ୍କ ଆଭିମୁଖ୍ୟ ବୁଝା ପଡୁ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1758353703.jpg)