Advertisment

କଂଗ୍ରେସକୁ 'ସାଉଥ୍' ସାନ୍ତ୍ୱନା; ତେଲେଙ୍ଗାନାରେ ଉଡିଲା କଂଗ୍ରେସ ବାନା

ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଭେଦ୍ୟ ଦୁର୍ଗର ପତନ । ତେଲେଙ୍ଗାନା ଗଠନ ହେବା ପରେ ପ୍ରଥମ କରି ଉଡିଲା କଂଗ୍ରେସ ବାନା । ହାର୍ ସ୍ୱୀକାର କଲା ଭାରତ ରାଷ୍ଟ୍ର ସମିତି- ବିଆରସ୍ । ମାତ୍ର ୬ ମାସର ପୂର୍ବର କଥା । ଲାଗୁଥିଲା ତେଲେଙ୍ଗାନାର ଅପ୍ରତିନ୍ଦ୍ୱନ୍ଦ୍ୱୀ ସମ୍ରାଟ କେ. ଚନ୍ଦ୍ରଶେଖର ରାଓଙ୍କ ଗଡ଼ରେ ତାଙ୍କୁ ପରାସ୍ତ କରିବା ଅସମ୍ଭବ ।

Telangana Election

Telangana Election

Advertisment

୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ସାଉଥ୍ ସାନ୍ତ୍ୱନା । ୪ ରାଜ୍ୟରେ ହୋଇଥିବା ବିଧାନସଭା ଭୋଟ୍ ଗଣତିରେ ୩ ରାଜ୍ୟରେ ଜବରଦସ୍ତ ବିଜୟ ହାସଲ କରିଛି ବିଜେପି । ଦଳ ଛତିଶଗଡ଼ ଓ ରାଜସ୍ଥାନକୁ ହାତଛଡ଼ା କରିଥିବା ବେଳେ ତେଲେଙ୍ଗାନାରେ ପାଇଛି ସଫଳତା । ପିସିସି ସଭାପତି ରେବନ୍ତ ରେଡ୍ଡୀଙ୍କ ନେତୃତ୍ୱରେ କଂଗ୍ରେସ BRSଠାରୁ କ୍ଷମତା ଛଡାଇବାରେ ସଫଳ ହୋଇଛି । ଯାହାକି ଦଳୀୟ କର୍ମୀଙ୍କ ଲାଗି କିଛି ସାନ୍ତ୍ୱନାଦାୟକ ହୋଇଛି ।

Advertisment

ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଭେଦ୍ୟ ଦୁର୍ଗର ପତନ । ତେଲେଙ୍ଗାନା ଗଠନ ହେବା ପରେ ପ୍ରଥମ କରି ଉଡିଲା କଂଗ୍ରେସ ବାନା । ହାର୍ ସ୍ୱୀକାର କଲା ଭାରତ ରାଷ୍ଟ୍ର ସମିତି- ବିଆରସ୍ । ମାତ୍ର ୬ ମାସର ପୂର୍ବର କଥା । ଲାଗୁଥିଲା ତେଲେଙ୍ଗାନାର ଅପ୍ରତିନ୍ଦ୍ୱନ୍ଦ୍ୱୀ ସମ୍ରାଟ କେ. ଚନ୍ଦ୍ରଶେଖର ରାଓଙ୍କ ଗଡ଼ରେ ତାଙ୍କୁ ପରାସ୍ତ କରିବା ଅସମ୍ଭବ । ତେବେ ରେବନ୍ତ ରେଡ୍ଡୀ ମାଷ୍ଟ୍ରଷ୍ଟ୍ରୋକ ଖେଳିଥିଲା କଂଗ୍ରେସ । ରେବନ୍ତଙ୍କୁ ପିସିସି ସଭାପତି କରାଯିବା ପରେ ବଦଳି ଯାଇଥିଲା ଏଠିକାର ରାଜନୈତିକ ପାଣିପାଗ । ଆଉ ଯାହାର ନମୁନା ଆଜିର ନିର୍ବାଚନୀ ଫଳାଫଳ ।

ମୁଖ୍ୟମନ୍ତ୍ରୀ କେସିଆର ଓ ପୁଅ କେଟିଆରଙ୍କ ଗଣିତକୁ ଭୁଲ ପ୍ରମାଣିତ କରି ଦକ୍ଷିଣ ଭାରତର ଅନ୍ୟତମ ରାଜ୍ୟରେ ଶାସନ ଗାଦିରେ ବସିବାକୁ ଯାଉଛି କଂଗ୍ରେସ । ହାଇଦ୍ରାବାଦରେ କଂଗ୍ରେସର ବିଜୟ ଉତ୍ସବ । ଫଳାଫଳ ସଂପୂର୍ଣ୍ଣ ସ୍ପଷ୍ଟ ହେବା ଆଗରୁ ହିଁ ରୋଡ୍ ସୋ’ କରି ଦଳ ବିଜୟକୁ ନେଇ କେତେ ନିଶ୍ଚିତ ବାର୍ତ୍ତା ଦେବାକୁ ଚାହିଁଥିଲେ ମୁଖ୍ୟମନ୍ତ୍ରୀ ପଦ ଆଶାୟୀ ରେବନ୍ତ । ଏହା ହେବା ବି ସ୍ୱାଭାବିକ । ତାଙ୍କ ନେତୃତ୍ୱରେ ଦଳ ଯେଭଳି ଆକସ୍ମିକ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି ରେବନ୍ତଙ୍କୁ ତାର ସମସ୍ତ ଶ୍ରେୟ ଦିଆଯାଉଛି । ଏପରିକି ଫଳାଫଳ ସଂପୂର୍ଣ୍ଣ ଘୋଷଣା ହେବା ପୂର୍ବରୁ ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର ରେବନ୍ତଙ୍କ ଘରେ ପହଞ୍ଚି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Advertisment

ତେଣେ ତେଲେଙ୍ଗାନାରେ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରାର ସଫଳତାର ପ୍ରଭାବ, ସରକାରୀ ବିରୋଧୀ ହାୱାରୁ ଦଳ କେତେ ଫାଇଦା ପାଇଛି, ବିଜେପି ସହ ମେଣ୍ଟ ନକରିବା ବିଆରଏସ୍ ପାଇଁ କେତେ ଘାତକ ହୋଇଛି, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେସିଆରଙ୍କ ଝିଅ କେ. କବିତାଙ୍କ ସଂପୃକ୍ତି ଅଭିଯୋଗ ନିର୍ବାଚନ ଫଳାଫଳକୁ କେତେ ପ୍ରଭାବିତ କରିଛି, ତାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୈତିକ ବିଶ୍ଳେଷଣ ।

Advertisment

ତେଲେଙ୍ଗାନାରେ ବିଆରଏସ୍ ନିଜର ପରାଜୟ ସ୍ୱୀକାର କରିଥିବା ବେଳେ ବିଜୟ ପାଇଁ କଂଗ୍ରେସ୍ ପାର୍ଟିକୁ ଅଭିନନ୍ଦନ ଜଣାଇଛନ୍ତି KTR । ଏପଟେ ତୃତୀୟ ସ୍ଥାନରେ ରହିଥିଲେ ବି ନିଜ ସ୍ଥିତି ଦୃଢ଼ କରିଛି ବିଜେପି । ଦଳର ଆସନ ସଂଖ୍ୟା ଦୁଇ ଅଙ୍କରେ ପହଞ୍ଚିବା ସମ୍ଭାବନା ଥିବାରୁ ୨୦୨୪ ନିର୍ବାଚନ ପୂର୍ବରୁ ଏହା ବିଜେପି ଲାଗି ଶୁଭ ସୂଚନା ବୋଲି କୁହାଯାଉଛି । ଅନ୍ୟପକ୍ଷରେ କମାରେଡ୍ଡୀ ଆସନରେ ଉଭୟ ମୁଖ୍ୟମନ୍ତ୍ରୀ କେସିଆର, ପିସିସି ସଭାପତି ରେବନ୍ତ ରେଡ୍ଡୀଙ୍କ ବିରୁଦ୍ଧରେ ବିଜେପି ପ୍ରାର୍ଥୀ କେଭିଆର କାମାରେଡ୍ଡୀଙ୍କ ଚମକପଦ ବିଜୟ ଦଳ ପାଇଁ ଆଉ ଏକ ବିରଳ ସଫଳତା ଆଣିଛି ।

Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ