Advertisment

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ

ମାଓ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସୁଦ୍ଧା ସରିବ ଭୋଟିଂ, ଭାରତ ରାଷ୍ଟ୍ରୀୟ ସମିତି, କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର...

ଅଦ୍ୟତନ ହୋଇଛି
Telangana Assembly Elections

Telangana Assembly Elections

Advertisment

ଆଜି ତେଲେଙ୍ଗାନା ବିଧାନସଭା ଭୋଟ୍। ସମସ୍ତ ୧୧୯ଟି ଯାକ ଆସନରେ ଆରମ୍ଭ ହୋଇଛି ମତଦାନ। ୧୦୬ଟି ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବାକୁ ଥିବାବେଳେ ମାଓ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସରିବ ଭୋଟ୍। ସେଠି ଏଥର ଲଢ଼େଇ ମୁଖ୍ୟତଃ ଭାରତରାଷ୍ଟ୍ର ସମିତି, କଂଗ୍ରେସ ଓ ବିଜେପି ମଧ୍ୟରେ ହେବ।

Advertisment

ବିଆରଏସ୍ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ୯୬ଟି ନିର୍ବାଚନ ରାଲି କରିଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରୋଡ୍ ସୋ ମାଧ୍ୟମରେ ହାଇ ଭୋଲଟେଜ୍ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ଲାଗି ମାଗିଛନ୍ତି ଭୋଟ୍। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସଭାପତି ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ ମୁଖ୍ୟ ବିରୋଧୀଦଳ କଂଗ୍ରେସକୁ ଜିତାଇବାକୁ ଜୀ ଜାନ୍ ଲଗାଇଛନ୍ତି।

ଏଥର ୩କୋଟି ୨୬ ଲକ୍ଷ ଭୋଟର ୨ହଜାର ୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଆଜି ମତଦାନ ପାଇଁ ୩୫ ହଜାର ୬୫୫ ପୋଲିଂ ବୁଥ୍ କରାଯାଇଥିବା ବେଳେ ଅଢ଼େଇ ଲକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆଜି ତେଲେଙ୍ଗାନା ଭୋଟ୍ ସରିଲେ ଏହାକୁ ମିଶାଇ ୫ ରାଜ୍ୟ ଯଥାକ୍ରମେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ସରିବ। ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା ହେବ।

Advertisment

ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟର ମାନେ ଲମ୍ବା ଲାଇନରେ ଠିଆ ହୋଇ ଭୋଟ୍ ଦେଉଛନ୍ତି । ୨ ହଜାର ୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩କୋଟି ୨୬ ଲକ୍ଷ ଭୋଟର । ମତଦାନ ପାଇଁ ୩୫ ହଜାର ୬୫୫ ପୋଲିଂ ବୁଥ୍ କରା ଯାଇଥିବା ବେଳେ ଅଢ଼େଇ ଲକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ତେଲୁଗୁ ସିନେତାରକା ଜୁନିୟର ଏନଟିଆର ନିଜ ସ୍ତ୍ରୀ ଓ ମାଆଙ୍କ ଭୋଟ ଦେଇଥିବା ବେଳେ ସିନେ ତାରକା ଆଲୁ ଅର୍ଜୁନ ନିଜର ଭୋଟ ଦେଇଛନ୍ତି । ସେପଟେ ମେଗାଷ୍ଟାର ଚିରଞ୍ଜିବୀ ନିଜ ସ୍ତ୍ରୀଙ୍କ ସହ ନିଜର ଭୋଟ ଦେଇଛନ୍ତି । 

Advertisment

#ତେଲେଙ୍ଗାନାରେ_ମତଦାନ
ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ....ସମସ୍ତ ୧୧୯ଟି ଆସନରେ ସକାଳ ୭ରୁ ମତଦାନ ଆରମ୍ଭ ହୋଇଛି..#TelanganaAssemblyElectionspic.twitter.com/nI4QltggvG

Telangana Assembly Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ