Sunita Biswal (File Photo)
ବିଜେଡିକୁ ଲାଗିଛି ବଡ଼ ଝଟକା। ଦଳରୁ ଇସ୍ତଫା ଦେଇଛନ୍ତି ସୁନୀତା ବିଶ୍ବାଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବୁଧବାର ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏ ସଂପର୍କରେ ଚିଠି ଲେଖି ଜଣାଇଛନ୍ତି ସୁନୀତା। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକଟରେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ।
ତେବେ କାହିଁକି ସେ ବିଜେଡି ଛାଡ଼ିଲେ ? ବିଜେଡି ଛାଡ଼ିବା ପରେ କ'ଣ ରହିବ ତାଙ୍କ ପରବର୍ତ୍ତୀ ରାଜନୈତିକ ଆଭିମୁଖ୍ୟ ? ସେନେଇ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଚର୍ଚ୍ଚା ହେଉଛି, ଖୁବଶୀଘ୍ର ସେ କଂଗ୍ରେସରେ ଯୋଗଦେଇପାରନ୍ତି। ଓଡ଼ିଶା ଗସ୍ତରେ ଆସୁଥିବା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ସେ ମିଶିପାରନ୍ତି ବୋଲି କୁହାଯାଉଛି। ତେବେ ଏନେଇ ସୁନୀତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752085366.jpg)