Advertisment

ବିଜେଡି ଛାଡ଼ିଲେ, କଂଗ୍ରେସରେ ମିଶିଲେ: ଚିତ୍କାର କରି କହିଲେ ଶଙ୍ଖଘରର ଗୁମର କଥା

ଏମିତିକି ମହିଳାଙ୍କୁ ବିଜେଡିରେ ସୁଯୋଗ ମିଳେନି । ଖାଲି ସେତିକି ନୁହେଁ ଗଞ୍ଜାମ ଜିଲ୍ଲାର ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କ ଉଦାହରଣ ଦେଇ ବିଜେଡିର ଗୋହି ଖୋଲିଛନ୍ତି ସୁନୀତା । ଆରତୀ ସର୍ବ କନିଷ୍ଠ ସରପଞ୍ଚ ହେଇ ବି ବିଜେଡିରେ ସୁଯୋଗ ମିଳିନଥିଲା ତେଣୁ ସେ ଦଳ ଛାଡ଼ିଲେ ।

Sunita Biswal

Sunita Biswal

Advertisment

ବିଜେଡି ଛାଡ଼ିଲେ ଆଉ ଖୋଲିଲେ ବିଜେଡିର ଗୁମର । ବିଜେଡି ଛାଡ଼ି କଂଗ୍ରେସରେ ମିଶିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ । ଆଉ ଦଳ ଛାଡ଼ୁ ଛାଡ଼ୁ ବିଜେଡିର ‘ମହିଳା ସମ୍ମାନ’ ଗୁମର ଖୋଲିଛନ୍ତି । ସେ ଅଭିଯୋଗ କରିଛନ୍ତି କି, ବିଜେଡିର ‘ମହିଳା ସମ୍ମାନ’ କେବଳ ଲୋକଦେଖାଣିଆ, ସାମ୍ନାରେ ମହିଳାଙ୍କୁ ରଖି ସବୁ କାମ କରେ ବିଜେଡି । ସଭା ସମିତିରେ କେବଳ ଲୋକଦେଖାଣିଆ ପାଇଁ ମହିଳାଙ୍କୁ ରଖାଯାଏ ।

Advertisment

ଏମିତିକି ମହିଳାଙ୍କୁ ବିଜେଡିରେ ସୁଯୋଗ ମିଳେନି । ଖାଲି ସେତିକି ନୁହେଁ ଗଞ୍ଜାମ ଜିଲ୍ଲାର ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କ ଉଦାହରଣ ଦେଇ ବିଜେଡିର ଗୋହି ଖୋଲିଛନ୍ତି ସୁନୀତା । ଆରତୀ ସର୍ବ କନିଷ୍ଠ ସରପଞ୍ଚ ହେଇ ବି ବିଜେଡିରେ ସୁଯୋଗ ମିଳିନଥିଲା ତେଣୁ ସେ ଦଳ ଛାଡ଼ିଲେ । ଅନେକ ଦଳ ଛାଡ଼ିଛନ୍ତି ଆଉ ଯେଉଁମାନେ ଅଛନ୍ତି ସେମାନେ ଡରିକି କହି ପାରୁନାହାନ୍ତି ବୋଲି ସେ ଦୋହରାଇଛନ୍ତି । ଗତକାଲି ବିଜେଡି ଛାଡ଼ି ଆଜି କଂଗ୍ରେସରେ ମିଶିଛନ୍ତି ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ । ସେପଟେ ସୁନୀତାଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ଗତକାଲି ଅର୍ଥାତ୍ ବୁଧବାର ଦିନ ବିଜେଡିକୁ ଲାଗିଥିଲା ବଡ଼ ଝଟକା । ଦଳରୁ ଇସ୍ତଫା ଦେଇଥିଲେ ସୁନୀତା ବିଶ୍ବାଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବୁଧବାର ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏ ସଂପର୍କରେ ଚିଠି ଲେଖି ଜଣାଇଥିଲେ ସୁନୀତା । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକଟରେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ।

Advertisment
BJD Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ